ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ ବ୍ୟାପୀ ଚାଲିଛି। ରବିବାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନର ୩୦ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ନିଅଁାକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀ, ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ମାସକ ମଧ୍ୟରେ ଶିମିଳିପାଳରେ ୧୪୯ଟି ଫାୟାର ପଏଣ୍ଟ […] The post ଅଣାୟତ୍ତ ଶିମିଳିପାଳ ନିଆଁ appeared first on Dharitri Odia News.

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ ବ୍ୟାପୀ ଚାଲିଛି। ରବିବାର ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନର ୩୦ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ନିଅଁାକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀ, ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ମାସକ ମଧ୍ୟରେ ଶିମିଳିପାଳରେ ୧୪୯ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇ ନିଆଁକୁ ଆୟତ୍ତ କରାଯାଇଛି ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କହିଛନ୍ତି।
ଜିଲାରେ ପାରଦ ୪୫ ଡିଗ୍ରୀ ନିକଟତର ହୋଇଛି। ଦେଶର ସର୍ବାଧିକ ତତଲା ସହର ଭାବେ ବାରିପଦା ପରିଗଣିତ ହୋଇଛି। ତାତି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁ ଯୋଗୁ ପ୍ରଭାବିତ ହୋଇଛି ଜୀବଜଗତ। ଡହ ଡହ ଖରା ସହ ନିଅଁାର ପ୍ରକୋପରେ ଜୀବଜନ୍ତୁ ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚଳିତବର୍ଷ ମାର୍ଚ୍ଚରେ ମାତ୍ର ୨ଟି ଓ ରବିବାର ସୁଦ୍ଧା ୧୪୭ଟି ଫାୟାର ପଏଣ୍ଟ ଚିହ୍ନଟ କରାଯାଇଛି। ତେବେ ସାଟେଲାଇଟ ଚିତ୍ର ଓ ଡ୍ରୋନ୍‌ କ୍ୟାମେରାକୁ ବ୍ୟବହାର କରାଯାଇ ନିଅଁା ଲାଗିଥିବା ସ୍ଥାନରେ କର୍ମଚାରୀମାନେ ପହଞ୍ଚତ୍ ଲିଭାଇବାରେ ଲାଗିଛନ୍ତି। ଶନିବାର ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଅଁା ଲାଗିଥିବା ବେଳେ ରବିବାର ୩୦ଟି ସ୍ଥାନରେ ନିଅଁା ଲାଗିଛି। ବନାଗ୍ନିକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କ ସହ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପହଞ୍ଚତ୍ ବ୍ଲୋୟାର ମେଶିନ ସାହାଯ୍ୟରେ ଫାୟାର ଲାଇନ ସୃଷ୍ଟି କରୁଛନ୍ତି। ଅତ୍ୟଧିକ ଗରମ ଓ ନିଅଁାର ପ୍ରକୋପ ଯୋଗୁ ନିଆଁ ଲିଭାଇବାରେ ବିଳମ୍ବ ହେଉଛି। ବାୟୁମଣ୍ଡଳ ଉତ୍ତପ୍ତ ହେବା ଫଳରେ ଅଭୟାରଣ୍ୟରେ ପଡ଼ିଥିବା ଶୁଖିଲା ପତ୍ରଗୁଡ଼ିକରେ ଅଗ୍ନି ସଂଯୋଗ ହେବାରୁ ଖୁବ୍‌ଶୀଘ୍ର ତାହା ଗୋଟିଏ ପାହାଡ଼ରୁ ଅନ୍ୟ ଏକ ପାହାଡ଼କୁ ବ୍ୟାପିବାରେ ଲାଗିଛି। ବହୁଦିନ ଧରି ବର୍ଷା ହୋଇ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ବିପଦରେ ପଡ଼ିିଛନ୍ତି। ନିଅଁା ଦାଉରୁ ରକ୍ଷା ପାଇବାକୁ ଜୀବଜନ୍ତୁମାନେ ଗଁା ଓ ସହର ମୁହଁା ହେବାରେ ଲାଗିଛନ୍ତି। ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରା ନ ଗଲେ ଶିମିଳିପାଳ ଅଭୟାରଣ୍ୟ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା କଷ୍ଟକର ହୋଇପଡ଼ିବ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିମିଳିପାଳରେ ଲାଗିଥିବା ନିଅଁା ମନୁଷ୍ୟକୃତ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

The post ଅଣାୟତ୍ତ ଶିମିଳିପାଳ ନିଆଁ appeared first on Dharitri Odia News.