ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଭୁବନେଶ୍ୱର ହୋଟେଲ କ୍ରାଉନ୍ ରେ ଅତନୁ ସବ୍ୟସାଚୀ ନାୟକଙ୍କ ଲିଖିତ ପୁସ୍ତକ ମୋ ଜୀବନ ମୋ ସମୟ... The post ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ appeared first on .
ଭୁବନେଶ୍ୱର : ଭୁବନେଶ୍ୱର ହୋଟେଲ କ୍ରାଉନ୍ ରେ ଅତନୁ ସବ୍ୟସାଚୀ ନାୟକଙ୍କ ଲିଖିତ ପୁସ୍ତକ ମୋ ଜୀବନ ମୋ ସମୟ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଛନ୍ତି। ସମ୍ମାନୀତ ଅତିଥି ଭାବରେ ଦି ନିୟୁ ଇଣ୍ଡିଆ ଏକ୍ସପ୍ରେସର ସମ୍ପାଦନା ନିର୍ଦ୍ଦେଶକ ପ୍ରଭୁ ଚାଓ୍ବଲା ଓ ସମାରୋହ ସଭାପତି ଭାବେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଓ ବିଜୁଜନତା ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରକମଳରେ “ମୋ ଜୀବନ ମୋ ସମୟ” ପୁସ୍ତକ ଉନ୍ମୋଚିତ କରିଛନ୍ତି। ଏହି ଅବସରରେ ଭାରତର ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲା ନବୀନ ପଟ୍ଟନାୟକ ସରଳ ଜୀବନ ଯାପନ ଶୈଳୀ ଓ ତାଙ୍କ ନେତୃତ୍ଵରେ ଓଡ଼ିଶାର ବିକାଶକୁ ନେଇ ନିଜ ମତ ରଖିଥିଲେ । ଚାଓ୍ବଲା କହିଛନ୍ତି, ୨୫ ବର୍ଷ ଧରି ନବୀନ ପଟ୍ଟନାୟକ ସେମିତି ଧଳା କୁର୍ତ୍ତା ଓ ପାଇଜାମା ପିନ୍ଧି ସେଇ ଖଣ୍ଡେ ଚପଲ ଆଉ ଛୋଟ କାରରେ ଯାଆନ୍ତି ଆଉ ନବୀନ ପଟ୍ଟନାୟକ ଧଳା କୁର୍ତ୍ତା କେବେ କଳା ଛିଟା ପଡିନି । ସେ ବଦଳି ନାହାଁନ୍ତି ସେ ଯେମିତି ଥିଲେ ଆଜି ବି ସେମିତି ଅଛନ୍ତି କିନ୍ତୁ ଓଡ଼ିଶାର ଛବି ବଦଳିଛି । ୧୯୯୯ ମସିହାରେ ମହାବାତ୍ୟା ଓଡ଼ିଶାକୁ ଛାରଖାର କରିଥିଲା କିନ୍ତୁ ଆଜି ଓଡ଼ିଶାରେ ଅନେକ ବାତ୍ୟା ଆସିଛି କିନ୍ତୁ ଲୋକଙ୍କ ଜୀବନ ଯାଉନି । ଭାରତର ଅନେକ ରାଜ୍ୟ ତୁଳନାରେ ଓଡ଼ିଶା ସବୁ କ୍ଷେତ୍ରରେ ବିକାଶ ହୋଇଛି । ଓଡ଼ିଶା ଯଦି ଭାରତରେ ଓ ବିଶ୍ୱରେ ତାର ସ୍ବତନ୍ତ୍ର ପରିଚୟ ପାଇଛି କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ପ୍ରଭୁ ଚାଓ୍ବଲା କହିଛନ୍ତି। ଏହାସହ ନବୀନ ପଟ୍ଟନାୟକ ନିଜ ଅଭିଭାଷଣରେ ତାଙ୍କ ସରକାର ଓଡ଼ିଶା ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ ସେବା କରିବା ସହ ଓଡ଼ିଶା ସ୍ବାର୍ଥ ରକ୍ଷା ପାଇଁ ସର୍ବଦା ତତ୍ପର ଥିବା କହିଛନ୍ତି । ଖାଲି ସେତିକି ନୁହେଁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଶିଶୁ, ମହିଳା, କ୍ରୀଡା ସହ ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ଅନେକ ସଫଳ ଯୋଜନା କରି ସମସ୍ତଙ୍କ ଉନ୍ନତି ନିମନ୍ତେ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି। ସାମ୍ବାଦିକତାରୁ ଅତନୁ ସବ୍ୟସାଚୀ ନାୟକ ରାଜନୀତିକୁ ଆସିଥିଲେ ଏବଂ ଏହି ପୁସ୍ତକଟି ଲେଖି ଥିବାରୁ ନବୀନ ପଟ୍ଟନାୟକ ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ । ଦାଶ ବେନହୁର ନବୀନ ପଟ୍ଟନାୟକ ସେକେଣ୍ଡ ପାରାଡାଇଜ୍ , ଡେଜଟ କିଙ୍ଗ, ଗ୍ରାଡ ଅଫ୍ ଲାଇଫ ତିନୋଟି ପୁସ୍ତକ ବିଦେଶରେ ପ୍ରକାଶ ପାଇଥିଲା ନବୀନ ପଟ୍ଟନାୟକ ଜଣେ ବିଚକ୍ଷଣ ଲେଖକ ବୋଲି ବେନହୁର କରିଛନ୍ତି। ଏହା ସହ ଏହି ପୁସ୍ତକରେ ଅତନୁ ସବ୍ୟସାଚୀ ନାୟକଙ୍କ ରାଜନୈତିକ ଯାତ୍ରାର ଆରମ୍ଭ ଠାରୁ ନବୀନ ପଟ୍ଟନାୟକ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କିପରି ଜନ ସେବା କରିଛନ୍ତି ତାହା ବର୍ଣ୍ଣିତ ଥିବା କହିଛନ୍ତି। ନବୀନ ପଟ୍ଟନାୟକଙ୍କ ସହ ଅନେକ ଅନୁଭୂତି ଏହି ପୁସ୍ତକରେ ସ୍ଥାନ ପାଇଛି। ଏହା ସହ ଏହି ପୁସ୍ତକ ଓଡ଼ିଶାର ଯୁବପିଢୀଙ୍କ ପାଇଁ ସମର୍ପିତ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
The post ଅତନୁ ସବ୍ୟସାଚୀ ନାୟକଙ୍କ ‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ appeared first on .