ଅତନୁଙ୍କୁ ଜବାବ ଦେଲା ବିଜେପି
୨୦୦୯-୧୦ ମସିହାରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବଙ୍କ ସହିତ ବାରମ୍ୱାର ଆଲୋଚନା କରିଥିଲେ। ଯେଉଁଥିପାଇଁ ପ୍ରକଳ୍ପ କାର୍ଯ୍ୟ ତ୍ଵରାନିତ ହୋଇଥିଲା।
ତେଜିଲା ପାରଦୀପ-ହରିଦାସପୁର ରେଳ ଲାଇନ୍ ଶ୍ରେୟ ରାଜନୀତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଜବାବ ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି। ଅତନୁ କହିଥିବା ମିଛ କଥାର ପର୍ଦ୍ଦାଫାସ୍ କରିଛି। ଆଉ ହରିଦାସପୁର- ପାରାଦୀପ ରେଳ ଲାଇନ୍ର ପୂରା ହିସାବ ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଓ ଜିଲ୍ଲା ଉପସଭାପତି ସଞ୍ଜୟ ରଥ। ୨୦୧୪ ମସିହାରେ ତତ୍ କାଳୀନ ପରିବେଶ ମନ୍ତ୍ରାଳୟର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୈଜୟନ୍ତ। ୨୦୧୭ରୁ ୨୦୨୪ ମସିହା ମଧ୍ୟରେ ଶତାଧିକ ବାର ପ୍ରକଳ୍ପ ସ୍ଥାନରେ ସମୀକ୍ଷା ଓ ଆକାଶ ମାର୍ଗରୁ ପ୍ରକଳ୍ପର ଅଗ୍ରଗତି ନେଇ ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଥିଲେ ଶ୍ରୀ ପଣ୍ଡା।