ଅତାବିରା ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ପକ୍ଷରୁ ପ୍ରଦତ୍ତ ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ଅତାବିରା ବ୍ଲକ ପରିସରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଙ୍କ ଅଧ୍ୟକ୍ଷତାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ବିଧାୟି଼କା  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ।ଗୋଷ୍ଟି ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ,ଅତାବିରା ପଞ୍ଚାୟତ […]

ଅତାବିରା ବ୍ଲକରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ
ରେଙ୍ଗାଲିକ୍ୟାମ୍ପ: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ପକ୍ଷରୁ ପ୍ରଦତ୍ତ ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ଅତାବିରା ବ୍ଲକ ପରିସରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଙ୍କ ଅଧ୍ୟକ୍ଷତାରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ  ବିଧାୟି଼କା  ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ।ଗୋଷ୍ଟି ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ,ଅତାବିରା ପଞ୍ଚାୟତ ଅଧିକାରୀ ମହମ୍ମଦ ଅକବର,ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର ମଞ୍ଚାସିନ ଥିଲେ।ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ।
ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ  ବ୍ଲକର ୩୮ ଜଣ ସ୍ବାମୀ ପରିତ୍ୟକ୍ତl,୭୭ ଜଣ ବିକଳାଙ୍ଗ,୧୫୫୬ ବୃଦ୍ଧା,ବୃଦ୍ଧା,୧୦୫ ଜଣ ଅବିବାହିତା ଓ୧୪୦ ଜଣ  ବିଧବା  ଆଦି ମୋଟ ୧୯୧୬ ଜଣ ହିତାଧିକାରୀ ଙ୍କୁ ଭତ୍ତା  ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୪ ଟି  ଜୋନର ଜିଲ୍ଲା ପରିଷଦ,ସରପଞ୍ଚ,ସମିତି ସଭ୍ୟା,ସଭ୍ୟ ତଥା ହିତାଧିକାରୀ ମାନେ ଉପସ୍ଥିତ ରହିଥିଲେ ।