ଅତାବିରା ମହାବିଦ୍ୟାଳୟରେ ବିଶ୍ଵ କର୍କଟ ଦିବସ ପାଳିତ
ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଯୁବ ରେଡକ୍ରସ୍, ରେଡ ରିବନ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ସଂଯୋଜକ ତଥା ମହାବିଦ୍ୟାଳୟର ଅଧ୍ୟାପକ ପରମାନନ୍ଦ ରଥ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ତଥା ଅଧ୍ୟାପକ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ମଞ୍ଚାଶିନ ଥିଲେ।ପ୍ରଥମେ କର୍କଟ ରୋଗକୁ ଦୂରେଇବା ପାଇଁ ଶପଥ ପାଠ କରାଯାଇଥିଲା। […]

ରେଙ୍ଗାଲିକ୍ୟାମ୍ପ: ଅତାବିରା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଯୁବ ରେଡକ୍ରସ୍, ରେଡ ରିବନ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ସଂଯୋଜକ ତଥା ମହାବିଦ୍ୟାଳୟର ଅଧ୍ୟାପକ ପରମାନନ୍ଦ ରଥ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ତଥା ଅଧ୍ୟାପକ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ମଞ୍ଚାଶିନ ଥିଲେ।ପ୍ରଥମେ କର୍କଟ ରୋଗକୁ ଦୂରେଇବା ପାଇଁ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଧାନ କର୍କଟ ରୋଗର କାରଣ ଏବଂ ନିରାକରଣ ଉପରେ ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଇବା ସହ ଅନେକ ଉଦାହରଣ ଦେଇ ଅଭିଭାଷଣ ରଖିଥିଲେ।