ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨୭ ପ୍ରତିଶତ ଏବଂ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୧୭.୫୦ ପ୍ରତିଶତ ମତଦାନ ହୋଇଛି। ସେହିପରି ବରଗଡ଼ରେ ୨୦.୬୨, ଭଟଲିରେ ୨୩.୫୦ ଏବଂ ବିଜେପୁର ବିଧାନସଭା […] The post ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ appeared first on Dharitri Odia News.
ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି ଲାଗିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାର ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨୭ ପ୍ରତିଶତ ଏବଂ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୧୭.୫୦ ପ୍ରତିଶତ ମତଦାନ ହୋଇଛି। ସେହିପରି ବରଗଡ଼ରେ ୨୦.୬୨, ଭଟଲିରେ ୨୩.୫୦ ଏବଂ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୨.୫୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
The post ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ appeared first on Dharitri Odia News.