ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ…
ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର ଫ୍ୟାମିଲି କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ମୁଁ ମୋର ବିବାହରେ ଖୁସିଥିଲି, କିନ୍ତୁ ମୋର ଶାଶୁଙ୍କ ବିରୁଦ୍ଧରେ ମୋତେ ଉସକା ଯାଉଥିଲା। ସୂଚନାଯୋଗ୍ୟ, ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ଜୈନପୁରର ଫ୍ୟାମିଲି କୋର୍ଟରେ ଚାଲିଥିଲା। ଅମର ଉଜାଲାଙ୍କ ରିପୋର୍ଟ ଅନୁଯାୟୀ ନିକିତା ସିଙ୍ଗାନିଆ କୋର୍ଟଙ୍କୁ […] The post ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ… appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୨: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଅତୁଲଙ୍କ ସ୍ତ୍ରୀ ନିକିତା ସିଙ୍ଗାଣିଆ ଉତ୍ତରପ୍ରଦେଶର ଜୈନପୁର ଫ୍ୟାମିଲି କୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ସେ କହିଥିଲେ ଯେ ମୁଁ ମୋର ବିବାହରେ ଖୁସିଥିଲି, କିନ୍ତୁ ମୋର ଶାଶୁଙ୍କ ବିରୁଦ୍ଧରେ ମୋତେ ଉସକା ଯାଉଥିଲା। ସୂଚନାଯୋଗ୍ୟ, ଉଭୟଙ୍କ ମଧ୍ୟରେ ଛାଡପତ୍ର ମାମଲା ଜୈନପୁରର ଫ୍ୟାମିଲି କୋର୍ଟରେ ଚାଲିଥିଲା।
ଅମର ଉଜାଲାଙ୍କ ରିପୋର୍ଟ ଅନୁଯାୟୀ ନିକିତା ସିଙ୍ଗାନିଆ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ବିବାହ ତାଙ୍କ ମାତାପିତାଙ୍କ ଚାପରେ ହୋଇଥିଲା। ସେ କହିଛନ୍ତି ଯେ ତାଙ୍କ ପିତା ଗତ ୧୦ ବର୍ଷ ଧରି ହୃଦଘାତରେ ପୀଡିତ ଥିଲେ ଏବଂ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପିତାଙ୍କ ଅସୁସ୍ଥତା ହେତୁ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ନିକିତା କହିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ତାଙ୍କୁ ତାଙ୍କ ଶାଶୁ ଘରେ ନିର୍ଯ୍ୟାତନା ଦିଆଯାଇଥିଲା। ନିକିତା ତାଙ୍କ ମା’ ନିଶା ସିଙ୍ଗାଣିଆଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେ ଦିନକୁ ୫-୬ ଥର ତାଙ୍କୁ ଫୋନ କରୁଥିଲେ। ମୋ ମା’ ତାଙ୍କ ଶାଶୁଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଉଥିଲେ।
ଅତୁଲ ଏବଂ ନିକିତା ୨୬ ଜୁନ ୨୦୧୯ରେ ବାରାଣାସୀର ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ହୋଟେଲରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ହନିମୁନରେ ମରିସସକୁ ଯାଇଥିଲେ, ଯାହାର ଖର୍ଚ୍ଚ ଅତୁଲ ବହନ କରିଥିଲେ। ନିକଟରେ ଏଆଇ ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ବିବାହ ଏବଂ ଛାଡପତ୍ରକୁ ନେଇ ଅନେକ ଆଲୋଚନା ହୋଇଛି। ଛାଡପତ୍ର ଏବଂ ଗୁଜରାଣ ଭତ୍ତାକୁ ନେଇ ମଧ୍ୟ ଅନେକ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ପୋଲିସ ନିକିତା ସିଙ୍ଗାଣିଆ, ତାଙ୍କ ମା’ ନିଶା ସିଙ୍ଗାଣିଆ ଏବଂ ଭାଇ ଅନୁରାଗ ସିଙ୍ଗାଣିଆଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ଚାଲିଛି।
The post ଅତୁଲ ସୁଭାଷ ସୁଇସାଇଡ ମାମଲାରେ ନୂଆ ମୋଡ, ସ୍ତ୍ରୀ କହିଲେ ମୁଁ ମୋ ବିବାହରେ ଖୁସି ଥିଲି, ମା’ଙ୍କ ପାଇଁ… appeared first on Dharitri Odia News.