ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି, ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ନବୀନ ପଟ୍ଟନାୟକ

ବ୍ରହ୍ମପୁର ୩୦/୧୨: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ । ନିର୍ବାଚନ ପରେ  ଆଜି ହେଉଛି ତାଙ୍କର ପ୍ରଥମ ଗଞ୍ଜାମ ଗସ୍ତ । ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ଲଘୁଚାପ ଜନିତ ବର୍ଷାରେ କ୍ଷତିଗସ୍ତ ଚାଷୀମାନଙ୍କୁ ମିଶି ସେମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ । ସକାଳ ୧୦:୩୦ ମିନେଟ ରେ ନବୀନ ନିବାସ ରୁ ବାହାରି ୧୦:୩୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ୧୦:୪୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକେପ୍ଟରରେ ଉଡାଣ ଭରି ୧୧:୩୦ ମିନିଟରେ ଶେରଗଡବ୍ଲକ ମହାତ୍ମା ଗାନ୍ଧି ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପେଡରେ ଅବତରଣ କରିବା ପରେ ପ୍ରଥମେ ତାକରଡା ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ଭେଟି ଲଘୁଚାପ ଜନିତ ଫସଲ କ୍ଷୟ କ୍ଷତି ବିଷୟରେ ଆଲୋଚନା କରିବେ । ପରେ ତାକରଡା ଗ୍ରାମ ପଞ୍ଚାୟତର ପୋଡ଼ିଙ୍ଗ ଓ ହିଞ୍ଜିଳି ବ୍ଲକ ପୁରୁପଡ଼ା ପଞ୍ଚାୟତ ସାମଲାଇ ଛକ ଠାରେଚାଷୀ ମାନଙ୍କୁ ଭେଟି ଆଲୋଚନା କରିବେ । ସେହିପରି ପୋଡିଙ୍ଗି ବୁରୁପଡାରୁ ବାଇ ରୋଡରେ ଆସିକା ଗ୍ରସ୍ତକରି ଆସିକା ବ୍ଲକ ବରଗାଁ ପଞ୍ଚାୟତର ଚାଷୀ ମାନଙ୍କ ସହ ଭେଟି ସେହି ସମାନ ଆଲୋଚନା କରିବେ । ପରେ କବିସୂର୍ଯ୍ୟନଗର ପୂର୍ତ୍ତବିଭାଗ ଆଇବି ପହଞ୍ଚି କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଏସ ନୂଆଁଗାଁ ଓ ଏସ ନୂଆଁଗାଁ ସ୍ଥିତ ଆମ୍ବଶିଖା ପୁର ପଡିଆରେ ଚାଷୀମାନଙ୍କ ସହ ଭେଟି ଆଲୋଚନା କରିବେ

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି, ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ନବୀନ ପଟ୍ଟନାୟକ

ବ୍ରହ୍ମପୁର ୩୦/୧୨: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିବେ ବିରୋଧୀ ଦଳ ନେତା ତଥା ନବୀନ ପଟ୍ଟନାୟକ । ନିର୍ବାଚନ ପରେ  ଆଜି ହେଉଛି ତାଙ୍କର ପ୍ରଥମ ଗଞ୍ଜାମ ଗସ୍ତ । ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ଲଘୁଚାପ ଜନିତ ବର୍ଷାରେ କ୍ଷତିଗସ୍ତ ଚାଷୀମାନଙ୍କୁ ମିଶି ସେମାନଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିବେ । 

ସକାଳ ୧୦:୩୦ ମିନେଟ ରେ ନବୀନ ନିବାସ ରୁ ବାହାରି ୧୦:୩୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ୧୦:୪୫ ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକେପ୍ଟରରେ ଉଡାଣ ଭରି ୧୧:୩୦ ମିନିଟରେ ଶେରଗଡବ୍ଲକ ମହାତ୍ମା ଗାନ୍ଧି ମିନି ଷ୍ଟାଡିୟମର ଅସ୍ଥାୟୀ ହେଲିପେଡରେ ଅବତରଣ କରିବା ପରେ ପ୍ରଥମେ ତାକରଡା ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ଭେଟି ଲଘୁଚାପ ଜନିତ ଫସଲ କ୍ଷୟ କ୍ଷତି ବିଷୟରେ ଆଲୋଚନା କରିବେ । 

ପରେ ତାକରଡା ଗ୍ରାମ ପଞ୍ଚାୟତର ପୋଡ଼ିଙ୍ଗ ଓ ହିଞ୍ଜିଳି ବ୍ଲକ ପୁରୁପଡ଼ା ପଞ୍ଚାୟତ ସାମଲାଇ ଛକ ଠାରେଚାଷୀ ମାନଙ୍କୁ ଭେଟି ଆଲୋଚନା କରିବେ । ସେହିପରି ପୋଡିଙ୍ଗି ବୁରୁପଡାରୁ ବାଇ ରୋଡରେ ଆସିକା ଗ୍ରସ୍ତକରି ଆସିକା ବ୍ଲକ ବରଗାଁ ପଞ୍ଚାୟତର ଚାଷୀ ମାନଙ୍କ ସହ ଭେଟି ସେହି ସମାନ ଆଲୋଚନା କରିବେ । 

ପରେ କବିସୂର୍ଯ୍ୟନଗର ପୂର୍ତ୍ତବିଭାଗ ଆଇବି ପହଞ୍ଚି କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଏସ ନୂଆଁଗାଁ ଓ ଏସ ନୂଆଁଗାଁ ସ୍ଥିତ ଆମ୍ବଶିଖା ପୁର ପଡିଆରେ ଚାଷୀମାନଙ୍କ ସହ ଭେଟି ଆଲୋଚନା କରିବେ । ପରେ କବିସୂର୍ଯ୍ୟନଗର ଆମ୍ବଶିଖା ପୁର ଅସ୍ଥାୟୀ ହେଲିପାଡରୁ ବାହାରି ଖଲ୍ଲିକୋଟରେ ପହଞ୍ଚି ଖଲ୍ଲିକୋଟ ବ୍ଲକ ଭରସାଗାଁରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିବେ ।