ଅଦିନିଆ ବର୍ଷାରେ ବେହାଲ ଦେଶର ରାଜଧାନୀ, ୪୦ ବିମାନ ବାତିଲ୍
ନୂଆଦିଲ୍ଲୀ ୦୨/୦୫: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବର୍ଷା ସହ ପବନ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ହେଲେ ବର୍ଷା ହେତୁ ସ୍ଥିତି ଏମିତି ହୋଇଛି କି, ଲୋକେ ଅଫିସ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପାଗ ଯୋଗୁଁ, ୪୦ ରୁ ଅଧିକ ବିମାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦୦ ବିମାନ ବିଳମ୍ବ ନେଇ ଘୋଷଣା ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ରାଜଧାନୀ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ୭୦-୮୦ କିଲୋମିଟର ବେଗରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି। #WATCH | Delhi: Rain showers lashed parts of the national capital; waterlogging witnessed in several areas.(Visuals from Minto Road area) pic.twitter.com/NVwxW9Tjoo— ANI (@ANI) May 2, 2025ପାଲମ ପାଣିପାଗ କେନ୍ଦ୍ର ୭୪ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଦିନ ପାଇଁ ଗରମରୁ ଆଶ୍ୱସ୍ତି ମିଳିବ । ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିବାର ସମ୍ଭାବନା ଅଛି। ପାଣି
ନୂଆଦିଲ୍ଲୀ ୦୨/୦୫: ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ଦିଲ୍ଲୀ ଏନସିଆରରେ ବର୍ଷା ସହ ପବନ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଛି । ହେଲେ ବର୍ଷା ହେତୁ ସ୍ଥିତି ଏମିତି ହୋଇଛି କି, ଲୋକେ ଅଫିସ ଯିବାକୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ପାଗ ଯୋଗୁଁ, ୪୦ ରୁ ଅଧିକ ବିମାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦୦ ବିମାନ ବିଳମ୍ବ ନେଇ ଘୋଷଣା ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ରାଜଧାନୀ ଦିଲ୍ଲୀ ପାଇଁ ରେଡ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ୭୦-୮୦ କିଲୋମିଟର ବେଗରେ ପ୍ରବଳ ପବନ ସହିତ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ବର୍ଷାର ସମ୍ଭାବନା ରହିଛି।
#WATCH | Delhi: Rain showers lashed parts of the national capital; waterlogging witnessed in several areas.
(Visuals from Minto Road area) pic.twitter.com/NVwxW9Tjoo— ANI (@ANI) May 2, 2025
ପାଲମ ପାଣିପାଗ କେନ୍ଦ୍ର ୭୪ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଦିନ ପାଇଁ ଗରମରୁ ଆଶ୍ୱସ୍ତି ମିଳିବ । ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ତଳେ ରହିବାର ସମ୍ଭାବନା ଅଛି। ପାଣିପାଗ ବିଭାଗ ଦିଲ୍ଲୀରେ ବଜ୍ରପାତ ସମ୍ପର୍କରେ ଜାରି କରାଯାଇଥିବା ରେଡ୍ ଆଲର୍ଟକୁ ସକାଳ ୮.୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି।