ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନଗତ ପଦକ୍ଷେପ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯଦି କେହି ଅଦିନିଆ ରଥଯାତ୍ରା କରିବେ ତେବେ ତାଙ୍କ ଉପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି | ଗଜପତି ମହାରାଜା ମଧ୍ୟ ପତ୍ର ଲେଖି ସାରିଛନ୍ତି | ପୂର୍ବରୁ ନୂଆପଡ଼ାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା | ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଇସ୍କନକୁ ବି ପରାମର୍ଶ ଦିଆଯାଇଛି ଯଦି କଥା ନମାନେ ଆଇନଗତ ପଦକ୍ଷେପ ନିଆଯିବ।ଉଲ୍ଲେଖଯୋଗ୍ୟ, ଗତକାଲି ଗଜପତି ମହାରାଜା ଇସ୍କନ ପକ୍ଷରୁ ମନଇଚ୍ଛା କରାଯାଉଥିବା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଥିଲେ। ଏଭଳି ଅଦିନିଆ ଉତ୍ସବ ପାଳନ ନ କରିବାକୁ ଇସ୍କନକୁ ବାରମ୍ବାର ଅନୁରୋଧ କରାଯିବା ପରେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷ ଏହାକୁ ବେଖାତିର କରିଚାଲିଛନ୍ତି । ବିଭିନ୍ନ ଦେଶରେ ଇସ୍କନ ପକ୍ଷରୁ ମନଇଚ୍ଛା ରଥଯାତ୍ରା କରାଯାଉଛି । ତେଣୁ ଏଥିରୁ ବିରତ ରହିବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷ ଶ୍ରୀଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । 

ଅଦିନିଆ ରଥଯାତ୍ରା କଲେ ନିଆଯିବ ଆଇନଗତ ପଦକ୍ଷେପ: ଆଇନ ମନ୍ତ୍ରୀ

ଭୁବନେଶ୍ବର: ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଯଦି କେହି ଅଦିନିଆ ରଥଯାତ୍ରା କରିବେ ତେବେ ତାଙ୍କ ଉପରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏନେଇ ଶ୍ରୀ ମନ୍ଦିର ପ୍ରଶାସନ ସହ ଆଲୋଚନା ହୋଇଛି | ଗଜପତି ମହାରାଜା ମଧ୍ୟ ପତ୍ର ଲେଖି ସାରିଛନ୍ତି | 

ପୂର୍ବରୁ ନୂଆପଡ଼ାରେ ଅଦିନିଆ ରଥଯାତ୍ରା ଖବର ପାଇବା ପରେ ତାଙ୍କୁ ତାଗିଦ କରଯାଇଥିଲା | ତାଗିଦ ପରେ ସେମାନେ ଯାତ୍ରା ବନ୍ଦ କରିଛନ୍ତି | ଇସ୍କନକୁ ବି ପରାମର୍ଶ ଦିଆଯାଇଛି ଯଦି କଥା ନମାନେ ଆଇନଗତ ପଦକ୍ଷେପ ନିଆଯିବ।

ଉଲ୍ଲେଖଯୋଗ୍ୟ, ଗତକାଲି ଗଜପତି ମହାରାଜା ଇସ୍କନ ପକ୍ଷରୁ ମନଇଚ୍ଛା କରାଯାଉଥିବା ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ବନ୍ଦ କରିବାକୁ ଚିଠି ଲେଖିଥିଲେ। ଏଭଳି ଅଦିନିଆ ଉତ୍ସବ ପାଳନ ନ କରିବାକୁ ଇସ୍କନକୁ ବାରମ୍ବାର ଅନୁରୋଧ କରାଯିବା ପରେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷ ଏହାକୁ ବେଖାତିର କରିଚାଲିଛନ୍ତି । ବିଭିନ୍ନ ଦେଶରେ ଇସ୍କନ ପକ୍ଷରୁ ମନଇଚ୍ଛା ରଥଯାତ୍ରା କରାଯାଉଛି । ତେଣୁ ଏଥିରୁ ବିରତ ରହିବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିସନ ଅଧ୍ୟକ୍ଷ ଶ୍ରୀଗୋବର୍ଦ୍ଧନ ଦାସ ପ୍ରଭୁଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ।