ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ : ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବଙ୍କ ଚିଠି । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ ନକରିବାକୁ ହଷ୍ଟନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିବାକୁ ଆମେ ଆଶା ରଖୁଛୁ ବୋଲି ଇସ୍କନ କର୍ତ୍ତୃପକ୍ଷଙ୍କୁ […] The post ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ appeared first on KNews Odisha.

ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ
gajapati

ପୁରୀ : ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବଙ୍କ ଚିଠି । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ ନକରିବାକୁ ହଷ୍ଟନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ ।

ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିବାକୁ ଆମେ ଆଶା ରଖୁଛୁ ବୋଲି ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠିରେ ଜଣାଇଛନ୍ତି ଗତପତି ଦିବ୍ୟସିଂହ ଦେବ । ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି ।

ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ହୋଇଛି । ବିଧି, ପରମ୍ପରା ମୁତାବକ ରଥଯାତ୍ରା ପାଇଁ ନିୟାମବଳୀ ବି ହୋଇଛି । ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କର କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । କେବଳ ବିଧି ମୁତାବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ଗଜପତି ଚିଠିରେ ଲେଖିଛନ୍ତି ।

The post ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଗଜପତି ଦିବ୍ୟସିଂହ ଦେବ appeared first on KNews Odisha.