ଅଦ୍ଭୁତ ଘଟଣା: କୁମ୍ଭୀର ପାଟିରୁ ବାହାରିଲା ୭୦ଟି ମୁଦ୍ରା
ହେନେରୀ ଡୋରଲି ପ୍ରାଣୀ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଥିବୋଡକ୍ସ ନାମକ ୩୬ ବର୍ଷିୟ କୁମ୍ଭୀରକୁ ଗତ ସପ୍ତାହରେ ଜରୁରୀକାଳୀନ ଚିକିତ୍ସା କରାଯାଉଥିଲା। ଚିକିତ୍ସା ବେଳେ କୁମ୍ଭୀରର ପେଟ ଭିତରୁ ମୁଦ୍ରା ବାହାର କରାଯାଇଛି। କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି କୁମ୍ଭୀର ଭିତରୁ ସମୁଦାୟ ୭୦ ମୁଦ୍ରା ମିଳିଛି। ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଯାଇଛନ୍ତି। ପଶୁ ଚିକିତ୍ସକଙ୍କ କହିବାନୁଯାୟୀ, ଏହି ମୁଦ୍ରାଗୁଡ଼ିକ ବୋଧହୁଏ ପରିଦର୍ଶକମାନେ କୁମ୍ଭୀର ବାସସ୍ଥାନରେ ଫିଙ୍ଗିଥିଲେ। ଯାହାକୁ […] The post ଅଦ୍ଭୁତ ଘଟଣା: କୁମ୍ଭୀର ପାଟିରୁ ବାହାରିଲା ୭୦ଟି ମୁଦ୍ରା appeared first on Dharitri Odia News.
ହେନେରୀ ଡୋରଲି ପ୍ରାଣୀ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଥିବୋଡକ୍ସ ନାମକ ୩୬ ବର୍ଷିୟ କୁମ୍ଭୀରକୁ ଗତ ସପ୍ତାହରେ ଜରୁରୀକାଳୀନ ଚିକିତ୍ସା କରାଯାଉଥିଲା। ଚିକିତ୍ସା ବେଳେ କୁମ୍ଭୀରର ପେଟ ଭିତରୁ ମୁଦ୍ରା ବାହାର କରାଯାଇଛି। କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଏହି କୁମ୍ଭୀର ଭିତରୁ ସମୁଦାୟ ୭୦ ମୁଦ୍ରା ମିଳିଛି। ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଯାଇଛନ୍ତି। ପଶୁ ଚିକିତ୍ସକଙ୍କ କହିବାନୁଯାୟୀ, ଏହି ମୁଦ୍ରାଗୁଡ଼ିକ ବୋଧହୁଏ ପରିଦର୍ଶକମାନେ କୁମ୍ଭୀର ବାସସ୍ଥାନରେ ଫିଙ୍ଗିଥିଲେ। ଯାହାକୁ ସେ ଗିଳିଦେଇଛି।
ସେ ଆହୁରି ମଧ୍ୟ କହିଛନ୍ତି, କୁମ୍ଭୀର ପାଟିର ସୁରକ୍ଷା ତଥା ମୁଦ୍ରାକୁ ବାହାର କରିବା ପାଇଁ ବ୍ୟବହୃତ ଉପକରଣଗୁଡ଼ିକୁ ସୁରକ୍ଷିତ ଭାବରେ ପାସ କରିବା ପାଇଁ ଏକ ପ୍ଲାଷ୍ଟିକ ପାଇପ ରଖାଯାଇଥିଲା, ଯାହା ଦ୍ୱାରା ଖୋଜିବାରେ ମୋତେ ସାହାଯ୍ୟ କରିଥିଲା।
The post ଅଦ୍ଭୁତ ଘଟଣା: କୁମ୍ଭୀର ପାଟିରୁ ବାହାରିଲା ୭୦ଟି ମୁଦ୍ରା appeared first on Dharitri Odia News.