ଅଧଘଣ୍ଟାରେ ଟିକେଟ୍ ଶେଷ ! ନିରାଶ ହେଲେ ଫ୍ୟାନ୍ ।

କନକ ବ୍ୟୁରୋ : ଯେଉଁ ଆଶଙ୍କା କରାଯାଉଥିଲା, ତାହା ଘଟିଛି । ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ସରିଗଲା । ମାତ୍ର ଅଧ ଘଣ୍ଟା ଭିତରେ ସରିଯାଇଛି ଟିକେଟ୍ । ଗ୍ୟାଲେରୀ ନମ୍ବର-୨ ଓ ୪ ଟିକେଟ୍ ସୋଲ୍ଡ ଆଉଟ୍ ବା ବୁକିଂ ସରିଥିବା ଦେଖିବାକୁ ମିଳିଛି । ଏପରିକି ଟିକେଟ୍ ପାଇଁ ଯେଉଁ ଆପ୍ ଧାର୍ୟ୍ୟ ହୋଇଛି, ସେଥିରେ ଜଣେ ଫ୍ୟାନଙ୍କୁ ଟିକେଟ୍ ମିଳିବା କଷ୍ଟକର ହୋଇପଡ଼ୁଛି । ଟିକେଟ୍ ତ ବୁକ୍ ହେଉନି । ଆଉ ଯେଉଁମାନେ ଟିକେଟ୍ ବୁକ କରିବାକୁ ଚାହିଁବେ, ସେମାନଙ୍କୁ ୱେଟିଂ ଲିଷ୍ଟରେ ରହିବାକୁ ପଡ଼ୁଛି । ଏହାର ଅର୍ଥ ସେମାନଙ୍କ ନମ୍ବର ଆସିଲା ପୂର୍ବରୁ ଟିକେଟ୍‌ ସରିଯାଇଛି । ଆସନ୍ତା ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଅନଲାଇନରେ ୪ହଜାର ଟିକେଟ୍ ବିକ୍ରି ପାଇଁ ଧାର୍ୟ୍ୟ ହୋଇଥିବା ବେଳେ କିଣିବା ପାଇଁ ଲାଇନରେ ୫୦ହଜାରରୁ ଅଧିକ ଫ୍ୟାନ । ଗ୍ୟାଲେରୀ ନମ୍ବର-୨ ଓ ୪ ପାଇଁ ୯୦୦ ଟଙ୍କା ଏବଂ ୭ ନମ୍ବର ପାଇଁ ୭୦୦ ଟଙ୍କା ରଖାଯାଇଛି । ସେହିପରି ସ୍ପେଶାଲ ଏନକ୍ଲୋଜର ପାଇଁ ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ପାଇଁ ୮ ହଜାର ଟଙ୍କା ଏବଂ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଧାର୍ୟ୍ୟ ହୋଇଛି । କିନ୍ତୁ ସବୁ ଟିକେଟ୍‌ ଏବେ ଶେଷ ।  ୬ ବର୍ଷ ପରେ ବାରବାଟୀକୁ ଫେରିଛି ଦିନିକିଆ । ୨୦୨୨ରେ ଯଦିଓ ଫଟାଫଟ କ୍ରିକେଟ ଖେଳାଯାଇଥିଲା, କିନ୍ତୁ ୫୦ ଓଭର ମ୍ୟାଚର ମଜା ଅଲଗା । ବଡ଼ କଥା ହେ

ଅଧଘଣ୍ଟାରେ ଟିକେଟ୍ ଶେଷ ! ନିରାଶ ହେଲେ ଫ୍ୟାନ୍ ।

କନକ ବ୍ୟୁରୋ : ଯେଉଁ ଆଶଙ୍କା କରାଯାଉଥିଲା, ତାହା ଘଟିଛି । ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ସରିଗଲା । ମାତ୍ର ଅଧ ଘଣ୍ଟା ଭିତରେ ସରିଯାଇଛି ଟିକେଟ୍ । ଗ୍ୟାଲେରୀ ନମ୍ବର-୨ ଓ ୪ ଟିକେଟ୍ ସୋଲ୍ଡ ଆଉଟ୍ ବା ବୁକିଂ ସରିଥିବା ଦେଖିବାକୁ ମିଳିଛି । ଏପରିକି ଟିକେଟ୍ ପାଇଁ ଯେଉଁ ଆପ୍ ଧାର୍ୟ୍ୟ ହୋଇଛି, ସେଥିରେ ଜଣେ ଫ୍ୟାନଙ୍କୁ ଟିକେଟ୍ ମିଳିବା କଷ୍ଟକର ହୋଇପଡ଼ୁଛି । ଟିକେଟ୍ ତ ବୁକ୍ ହେଉନି । ଆଉ ଯେଉଁମାନେ ଟିକେଟ୍ ବୁକ କରିବାକୁ ଚାହିଁବେ, ସେମାନଙ୍କୁ ୱେଟିଂ ଲିଷ୍ଟରେ ରହିବାକୁ ପଡ଼ୁଛି । ଏହାର ଅର୍ଥ ସେମାନଙ୍କ ନମ୍ବର ଆସିଲା ପୂର୍ବରୁ ଟିକେଟ୍‌ ସରିଯାଇଛି ।

ଆସନ୍ତା ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ଖେଳାଯିବ । ଅନଲାଇନରେ ୪ହଜାର ଟିକେଟ୍ ବିକ୍ରି ପାଇଁ ଧାର୍ୟ୍ୟ ହୋଇଥିବା ବେଳେ କିଣିବା ପାଇଁ ଲାଇନରେ ୫୦ହଜାରରୁ ଅଧିକ ଫ୍ୟାନ । ଗ୍ୟାଲେରୀ ନମ୍ବର-୨ ଓ ୪ ପାଇଁ ୯୦୦ ଟଙ୍କା ଏବଂ ୭ ନମ୍ବର ପାଇଁ ୭୦୦ ଟଙ୍କା ରଖାଯାଇଛି । ସେହିପରି ସ୍ପେଶାଲ ଏନକ୍ଲୋଜର ପାଇଁ ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ ପାଇଁ ୮ ହଜାର ଟଙ୍କା ଏବଂ ନ୍ୟୁ ପ୍ୟାଭିଲିୟନ ପାଇଁ ୧୦ ହଜାର ଟଙ୍କା ଧାର୍ୟ୍ୟ ହୋଇଛି । କିନ୍ତୁ ସବୁ ଟିକେଟ୍‌ ଏବେ ଶେଷ । 
 
୬ ବର୍ଷ ପରେ ବାରବାଟୀକୁ ଫେରିଛି ଦିନିକିଆ । ୨୦୨୨ରେ ଯଦିଓ ଫଟାଫଟ କ୍ରିକେଟ ଖେଳାଯାଇଥିଲା, କିନ୍ତୁ ୫୦ ଓଭର ମ୍ୟାଚର ମଜା ଅଲଗା । ବଡ଼ କଥା ହେଉଛି, ଏଥର ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ବାରବାଟୀରେ ଖେଳିବେ । ଏହି ଦୁଇ ତାରକାଙ୍କୁ ଦେଖିବା ପାଇଁ ଏବେ ବଡ଼ ସଂଖ୍ୟାରେ ଫ୍ୟାନ ଷ୍ଟାଡିୟମ ଆସିବେ । ଯଦିଓ ଅନଲାଇନରେ ଟିକେଟ୍‌ ସରିଯାଇଛି, କିନ୍ତୁ ୫ ଓ ୬ ତାରିଖରେ ଅଫଲାଇନରେ ଟିକେଟ କିଣିବାର ସୁଯୋଗ ନେବାକୁ ଅନାଇ ବସିଛନ୍ତି କ୍ରିକେଟ୍ ପ୍ରେମୀ ।