ଅଧିକ ଖାଉଛନ୍ତି କି କଞ୍ଚା ପିଆଜ? ଜାଣନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ ଲାଭ ନୁହେଁ ହେବ କ୍ଷତି...

ନୂଆଦିଲ୍ଲୀ ୧୩।୦୬: ଅନେକଙ୍କୁ ପସନ୍ଦ କଞ୍ଚା ପିଆଜ ଖାଇବା । କଞ୍ଚା ପିଆଜକୁ ପ୍ରାୟତଃ ସାଲାଡ ପରି ଖିଆଯାଏ। କିନ୍ତୁ ଜାଣନ୍ତି କି ଅଧିକ କଞ୍ଚା ପିଆଜ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କି ଖରାପ । ବିଶେଷଜ୍ଞଙ୍କ ଅନୁଯାୟୀ କଞ୍ଚା ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ ।ଖାସ୍ କରି ମଧୁମେହ ଏବଂ ବ୍ଲଡସୁଗର ରୋଗୀଙ୍କ ପାଇଁ ଏହା ବିପଦ ପାଲଟିପାରେ । ଡାଇବେଟିସ୍‌ ରୋଗୀ କଞ୍ଚା ପିଆଜ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ନଚେତ୍ ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢାଇପାରେ । କଞ୍ଚା ପିଆଜ ଖାଇବା ଦ୍ୱାରା କେବଳ ରକ୍ତରେ ଶର୍କରା ବୃଦ୍ଧି ହୁଏ ନାହିଁ ବରଂ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ। ପିଆଜରେ ଅଧିକ ପରିମାଣରେ ଗ୍ଲୁକୋଜ ଓ ଫ୍ରୁକଟୋଜ ମିଳିଥାଏ । ଏଥିରେ ଫାଇବରର ପରିମାଣ ମଧ୍ୟ ଅଧିକ । ଯାହା କିଛି ଭଲ ହଜମ କରିପାରିବନି । ଏପରି ପରିସ୍ଥିତିରେ ଅମ୍ଳତା ସମସ୍ୟା ହୋଇପାରେ । କଞ୍ଚା ପିଆଜ ଖାଇବା ଦ୍ୱାରା ଛାତିରେ ଜ୍ୱଳନ ହୋଇପାରେ । ତେଣୁ ଏହାର ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣମାନେ ଅଧିକ ମାତ୍ରାରେ କଞ୍ଚା ପିଆଜ ଖାଉଛନ୍ତି, ତାହେଲେ ସାବଧାନ ହୋଇ ଯାଆନ୍ତୁ। ଯଦି ଅଧିକ କଞ୍ଚା ପିଆଜ ଖାଉଛନ୍ତି, ତେବେ ଆପଣ ପାଟି ଦୁର୍ଗନ୍ଧର ସାମ୍ନା କରିପାରନ୍ତି । ଏପରି ସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ପିଆଜ ନ ଖାଇବାକ

ଅଧିକ ଖାଉଛନ୍ତି କି କଞ୍ଚା ପିଆଜ? ଜାଣନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ ଲାଭ ନୁହେଁ ହେବ କ୍ଷତି...

ନୂଆଦିଲ୍ଲୀ ୧୩।୦୬: ଅନେକଙ୍କୁ ପସନ୍ଦ କଞ୍ଚା ପିଆଜ ଖାଇବା । କଞ୍ଚା ପିଆଜକୁ ପ୍ରାୟତଃ ସାଲାଡ ପରି ଖିଆଯାଏ। କିନ୍ତୁ ଜାଣନ୍ତି କି ଅଧିକ କଞ୍ଚା ପିଆଜ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ କି ଖରାପ । ବିଶେଷଜ୍ଞଙ୍କ ଅନୁଯାୟୀ କଞ୍ଚା ପିଆଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ ।

ଖାସ୍ କରି ମଧୁମେହ ଏବଂ ବ୍ଲଡସୁଗର ରୋଗୀଙ୍କ ପାଇଁ ଏହା ବିପଦ ପାଲଟିପାରେ । ଡାଇବେଟିସ୍‌ ରୋଗୀ କଞ୍ଚା ପିଆଜ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ନଚେତ୍ ଏହା ଆପଣଙ୍କ ସମସ୍ୟାକୁ ଆହୁରି ବଢାଇପାରେ । କଞ୍ଚା ପିଆଜ ଖାଇବା ଦ୍ୱାରା କେବଳ ରକ୍ତରେ ଶର୍କରା ବୃଦ୍ଧି ହୁଏ ନାହିଁ ବରଂ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ। ପିଆଜରେ ଅଧିକ ପରିମାଣରେ ଗ୍ଲୁକୋଜ ଓ ଫ୍ରୁକଟୋଜ ମିଳିଥାଏ । ଏଥିରେ ଫାଇବରର ପରିମାଣ ମଧ୍ୟ ଅଧିକ । 

ଯାହା କିଛି ଭଲ ହଜମ କରିପାରିବନି । ଏପରି ପରିସ୍ଥିତିରେ ଅମ୍ଳତା ସମସ୍ୟା ହୋଇପାରେ । କଞ୍ଚା ପିଆଜ ଖାଇବା ଦ୍ୱାରା ଛାତିରେ ଜ୍ୱଳନ ହୋଇପାରେ । ତେଣୁ ଏହାର ଅଧିକ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଯଦି ଆପଣମାନେ ଅଧିକ ମାତ୍ରାରେ କଞ୍ଚା ପିଆଜ ଖାଉଛନ୍ତି, ତାହେଲେ ସାବଧାନ ହୋଇ ଯାଆନ୍ତୁ। 

ଯଦି ଅଧିକ କଞ୍ଚା ପିଆଜ ଖାଉଛନ୍ତି, ତେବେ ଆପଣ ପାଟି ଦୁର୍ଗନ୍ଧର ସାମ୍ନା କରିପାରନ୍ତି । ଏପରି ସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ପିଆଜ ନ ଖାଇବାକୁ ଚେଷ୍ଟା କରନ୍ତୁ । ଯଦିଓ ଆପଣ ପିଆଜ ଖାଉଛନ୍ତି ତେବେ ଖାଇବା ପରେ ଭଲରେ ପାଟି ଧୋଇବାକୁ ଭୁଲନ୍ତୁ ନାହିଁ।