ଅଧିନାୟକ ହେବା ଲାଗି ଏହି ପେସ୍ ବୋଲର ଆଗ୍ରହୀ
ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ ସେ ତାହାକୁ ଗ୍ରହଣ କରିବା ଲାଗି ଆଗ୍ରହୀ ଅଛନ୍ତି। ଯଶପ୍ରୀତ ବୁମ୍ରା ଓ ପ୍ୟାଟ୍ କୁମିନ୍ସଙ୍କ ସହିତ ରାବାଡା ବର୍ତ୍ତମାନ ସୟମର ଶ୍ରେଷ୍ଠ ପେସ୍ ବୋଲର ଭାବେ ବିବେଚନା କରାଯାଉଛି। କୁମିନ୍ସ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ଥିବା ବେଳେ ବୁମ୍ରା ଟେଷ୍ଟ ଓ ଅନ୍ତର୍ଜାତୀୟ ଟି୨୦ରେ ଭାରତ ପାଇଁ କାମଚଳା […] The post ଅଧିନାୟକ ହେବା ଲାଗି ଏହି ପେସ୍ ବୋଲର ଆଗ୍ରହୀ appeared first on Dharitri Odia News.
ନୂଆଦିଲ୍ଲୀ, ୨୩ା୩: ବିଶିଷ୍ଟ ପେସ୍ ବୋଲର କାଗିସୋ ରାବାଡା କହିଛନ୍ତି, ତାଙ୍କୁ ଯଦି ତାଙ୍କ ଦେଶ ଜାତୀୟ ଦଳର ଅଧିନାୟକ ପଦବୀ ଯଚା ଯାଏ ତେବେ ସେ ତାହାକୁ ଗ୍ରହଣ କରିବା ଲାଗି ଆଗ୍ରହୀ ଅଛନ୍ତି। ଯଶପ୍ରୀତ ବୁମ୍ରା ଓ ପ୍ୟାଟ୍ କୁମିନ୍ସଙ୍କ ସହିତ ରାବାଡା ବର୍ତ୍ତମାନ ସୟମର ଶ୍ରେଷ୍ଠ ପେସ୍ ବୋଲର ଭାବେ ବିବେଚନା କରାଯାଉଛି।
କୁମିନ୍ସ ଅଷ୍ଟ୍ରେଲିଆର ନିୟମିତ ଅଧିନାୟକ ଥିବା ବେଳେ ବୁମ୍ରା ଟେଷ୍ଟ ଓ ଅନ୍ତର୍ଜାତୀୟ ଟି୨୦ରେ ଭାରତ ପାଇଁ କାମଚଳା ନେତୃତ୍ୱ ନେଇଛନ୍ତି। ରାବାଡ଼ା ବର୍ତ୍ତମାନ ଏହି ସୁଯୋଗ ନେବାକୁ ଚାହୁଁଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସ୍ ବୋଲର କହିଛନ୍ତି, ତାଙ୍କୁ ଅନେକଥର ଏହି ବିଷୟରେ ପ୍ରଶ୍ନ କରାଯାଇଛି। ଫଳତଃ ତାଙ୍କୁ ଏବିଷୟରେ ଚିନ୍ତା କରିବାକୁ ପଡୁଛି। ତେବେ ଏହି ବିଷୟରେ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍ଏ) କିମ୍ବା କୋଚ୍ ବିଚାର କରି ଦେଖିବେ ବୋଲି ରାବାଡ଼ା କହିଛନ୍ତି।
ସୂଚନାଯୋଗ୍ୟ, ରାବାଡ଼ା ଇତିମଧ୍ୟରେ ୭୦ ଟେଷ୍ଟ ମ୍ୟାଚ ଖେଳି ୩୨୭ ଉଇକେଟ ନେଇ ସାରିଛନ୍ତି। ସେ ଆହୁରି ୧୬୮ ଅନ୍ତର୍ଜାତୀୟ ଦିନିକିଆ ଉଇକେଟ ଓ ୭୧ ଅନ୍ତର୍ଜାତୀୟ ଟି୨୦ ଉଇକେଟ ହାସଲ କରିଛନ୍ତି। ରାବାଡ଼ା ସମସ୍ତ ଫର୍ମାଟରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ସେ କହିଛନ୍ତି, ତାଙ୍କୁ ଯଦି ଅଧିନାୟକ ଭାର ସମ୍ଭାଳିବାକୁ ସୁଯୋଗ ଦିଆଯାଏ ତେବେ ସେ କୃତଜ୍ଞ ରହିବେ। ଭାରତୀୟ ବୋଲର ଯଶପ୍ରୀତ ବୁମ୍ରାଙ୍କ ବିଷୟରେ ପଚରାଯିବାରେ ସେ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ପ୍ରଥମତଃ ବୁମ୍ରାଙ୍କ ବୋଲିଂ ଖୁବ୍ ଶାଣିତ। ତାଙ୍କ ବୋଲିଂ ଶୈଳୀ ପାରମ୍ପରିକ ନୁହେଁ। ତାଙ୍କ ଆକ୍ସନ ଖୁବ୍ ଅକଓ୍ବାର୍ଡ। ଏହାଦ୍ୱାରା ସେ ବ୍ୟାଟରମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାନ୍ତି।
The post ଅଧିନାୟକ ହେବା ଲାଗି ଏହି ପେସ୍ ବୋଲର ଆଗ୍ରହୀ appeared first on Dharitri Odia News.