ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍ଫୁଟ୍ରେ ବିଜେଡି
ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବ୍ଳକ୍ ର ୧୪ ଜଣ ସମିତିସଭ୍ୟା/ସଭ୍ୟ। ଶୁକ୍ରବାର ଅପରାହ୍ନରେ ଭବାନୀପାଟଣାରେ ପହଞ୍ଚି ଏ ସଂପର୍କରେ ସେମାନେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଯାହାକୁ ନେଇଁ ଜିଲାରେ ଏବେ ଚର୍ଚ୍ଚା ଜୋର ଧରିଛି। ସମିତିସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକରେ […] The post ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍ଫୁଟ୍ରେ ବିଜେଡି appeared first on Dharitri Odia News.
ଭବାନୀପାଟଣା/ଥୁଆମୁଳ ରାମପୁର,୨୭।୯ (ଉତ୍ତମ କୁମାର ଦାଶ/ ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ରାଜନିତୀରେ ଏବେ ହଟଚମଟ ଦେଖିବାକୁ ମିଳିଛି । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବ୍ଳକ୍ ର ୧୪ ଜଣ ସମିତିସଭ୍ୟା/ସଭ୍ୟ। ଶୁକ୍ରବାର ଅପରାହ୍ନରେ ଭବାନୀପାଟଣାରେ ପହଞ୍ଚି ଏ ସଂପର୍କରେ ସେମାନେ ଜିଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଯାହାକୁ ନେଇଁ ଜିଲାରେ ଏବେ ଚର୍ଚ୍ଚା ଜୋର ଧରିଛି।
ସମିତିସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଥୁଆମୁଳ ରାମପୁର ବ୍ଲକରେ ଗତ ଦେଢ ବର୍ଷରୁ ଉର୍ଦ୍ଧ ହେବ ପଞ୍ଚାୟତ ସମିତି ବୈଠକ କରାଯାଇନାହିଁ । କେଉଁ ସ୍ୱାର୍ଥରେ ଏହି ବୈଠକ କରାଯାଉନଥିବା ତାହା ସେମାନେ ଜାଣି ପାରୁନାହାନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ପଞ୍ଚାୟତ ସମିତି ବୈଠକରେ ଅବଗତ କରିପାରୁନାହାନ୍ତି। ସ୍ଥାନୀୟ ପଞ୍ଚ।ୟତ ସମିତି ଅଧ୍ୟକ୍ଷ ତାଙ୍କ ମନମାନି କାର୍ଯ୍ୟ କରୁଥିବା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଖସଡା ତିଆରି କରି ମନଇଚ୍ଛା କାର୍ଯ୍ୟ ଚଲାଇଥବା ଅଭିଯୋଗ ଆଣିଛନ୍ତି।
ତେଣୁ ସେମାନେ ( ବିଜେଡି ସମର୍ଥିତ) ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ମାଝୀଙ୍କ ନେତୃତ୍ବରେ ସମିତିସଭ୍ୟ ମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଜିଲାପାଳ ଉପସ୍ଥିତ ନ ଥିବାରୁ ଦାୟିତ୍ବରେ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ଏହାକୁ ଗ୍ରହଣ କରିଥିଲେ। ପ୍ରକାଶ ଯେ, ଥୁଆମୂଲ ରାମପୁର ବ୍ଲକରେ ସମୁଦାୟ ୨୪ଟି ପଞ୍ଚାୟତ ରହିଛି । ସେଥମରୁ ବର୍ତ୍ତମାନ ୧୪ ଜଣ ସମିତିସଭ୍ୟ/ ସଭ୍ୟ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।
ଏ ନେଇଁ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କୁ ପଚାରିବାରୁ ମୁଁ ଏ ବିଷୟରେ କିଛି ଜାଣିନାହିଁ ବୋଲି କହିବା ସହ ନିର୍ବାଚନ ଆଚରଣ ବିଧି ଯୋଗୁଁ ପଞ୍ଚା।ୟତ ସମିତି ବୈଠକ ହୋଇନଥିଲା। ଯାହାକି ଆଜି ପଞ୍ଚାୟତ ସମିତି ବୈଠକ ହୋଇଥିଲା। ସେମାନେ କାହା ପ୍ରରୋଚନାରେ ସେଠାକୁ ଯାଇଥିବେ ବୋଲି କହିଛନ୍ତି।
The post ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଣିଲେ ସମିତିସଭ୍ୟ: ବ୍ୟାକ୍ଫୁଟ୍ରେ ବିଜେଡି appeared first on Dharitri Odia News.