ଅଧ୍ୟାପକ, କର୍ମଚାରୀଙ୍କ ଦରମା ବଢିଲା

ଭଞ୍ଜନଗର,୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଦରମା ବଢ଼ିଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା କାର୍ଯ୍ୟକାରୀ ହୋଇଛି। ଶୁକ୍ରବାର କାର୍ଯ୍ୟରତ ଅଧ୍ୟାପକ, କର୍ମଚାରୀମାନେ ବିଧାୟକ ନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଖୁସିବ୍ୟକ୍ତ କରିଛନ୍ତି। କର୍ମଚାରୀମାନେ ବହୁଦିନ ହେବ କମ ଦରମା ପାଉଥିଲେ। ବିଧାୟକ ସେମାନଙ୍କ ସମସ୍ୟା ହୃଦୟଙ୍ଗମ କରି ଦରମା ବଢ଼ାଇବା ପାଇଁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କୁ […] The post ଅଧ୍ୟାପକ, କର୍ମଚାରୀଙ୍କ ଦରମା ବଢିଲା appeared first on Dharitri Odia News.

ଅଧ୍ୟାପକ, କର୍ମଚାରୀଙ୍କ ଦରମା ବଢିଲା

ଭଞ୍ଜନଗର,୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ଦରମା ବଢ଼ିଛି। ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା କାର୍ଯ୍ୟକାରୀ ହୋଇଛି। ଶୁକ୍ରବାର କାର୍ଯ୍ୟରତ ଅଧ୍ୟାପକ, କର୍ମଚାରୀମାନେ ବିଧାୟକ ନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଖୁସିବ୍ୟକ୍ତ କରିଛନ୍ତି। କର୍ମଚାରୀମାନେ ବହୁଦିନ ହେବ କମ ଦରମା ପାଉଥିଲେ। ବିଧାୟକ ସେମାନଙ୍କ ସମସ୍ୟା ହୃଦୟଙ୍ଗମ କରି ଦରମା ବଢ଼ାଇବା ପାଇଁ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କୁ କିଛି ମାସ ପୂର୍ବେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅଧ୍ୟକ୍ଷ, ଉପ ଜିଲାପାଳ ତଥା ବର୍ତ୍ତମାନର କଲେଜ ପରିଚାଳନା କମିଟି ସଭାପତି ଅନୀଲ କୁମାର ସେଠୀ, ପୂର୍ବତନ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ପ୍ରମୁଖ ଏଥିପାଇଁ ପଦକ୍ଷେପ ନେଇଥିଲେ। ଦରମା ବଢିବା ପରେ କର୍ମଚାରୀମାନେ ବିଧାୟକଙ୍କ ସମେତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କୁ ଭେଟି ଫୁଲତୋଡ଼ା ଦେଇ ନିଜର ଖୁସି ଜଣାଇଥିଲେ। ବିଧାୟକ ନାୟକ କଲେଜର ଉନ୍ନତୀ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ୩ ମାସ ପୂର୍ବେ ସାବିତ୍ରୀ ମହିଳା କଲେଜ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ବିଧାୟକଙ୍କ ନିର୍ଦ୍ଦେଶରେ ବଢିଥିଲା। କେଏସୟୁବି କଲେଜର ଦରମା ନାକ ଟିମ କାର୍ଯ୍ୟ ବ୍ୟସ୍ତତା ପାଇଁ ବଢ଼ି ପାରିନଥିଲା।

The post ଅଧ୍ୟାପକ, କର୍ମଚାରୀଙ୍କ ଦରମା ବଢିଲା appeared first on Dharitri Odia News.