ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ବହିଷ୍କାର ପାଇଁ ଦାବିପତ୍ର ପ୍ରଦାନ
ବିନିକା ୧୯।୧୨: ଅଧ୍ୟାପକଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ । ସୋନପୁର ଜିଲ୍ଲା କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ସୋନପୁର ଜିଲ୍ଲା କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଂଧାଶୁ ଶେଖର ପଧାନ ବିଭିନ୍ନ ସମୟରେ କଲେଜର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ସେ ଜଣେ ସରକାରୀ ଅଧ୍ୟାପକ ହୋଇଥିଲେ ବି ବେଆଇନ୍ କୋଚିଂ ସେଣ୍ଟର କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ପାଖକୁ ପଢିବାକୁ ନଗଲେ । ଛାତ୍ରଛାତ୍ରୀମାନଙ୍କୁ ଦୁର୍ବବ୍ୟହାର କରୁଥିବାର ଅଭିଯୋଗ ମଧ୍ୟ ଆସିଛି । ଏନେଇ ଅଭିଭାବକମାନ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ନଚେତ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ନିମ୍ନଗାମୀ ହେବ ବୋଲି କହିଛନ୍ତି ।
ବିନିକା ୧୯।୧୨: ଅଧ୍ୟାପକଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ । ସୋନପୁର ଜିଲ୍ଲା କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା ।

ଖବର ଅନୁଯାୟୀ, ସୋନପୁର ଜିଲ୍ଲା କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ସୁଂଧାଶୁ ଶେଖର ପଧାନ ବିଭିନ୍ନ ସମୟରେ କଲେଜର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ସେ ଜଣେ ସରକାରୀ ଅଧ୍ୟାପକ ହୋଇଥିଲେ ବି ବେଆଇନ୍ କୋଚିଂ ସେଣ୍ଟର କରି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ପାଖକୁ ପଢିବାକୁ ନଗଲେ । ଛାତ୍ରଛାତ୍ରୀମାନଙ୍କୁ ଦୁର୍ବବ୍ୟହାର କରୁଥିବାର ଅଭିଯୋଗ ମଧ୍ୟ ଆସିଛି । ଏନେଇ ଅଭିଭାବକମାନ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ସଂପୃକ୍ତ ଅଧ୍ୟାପକଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି । ନଚେତ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ନିମ୍ନଗାମୀ ହେବ ବୋଲି କହିଛନ୍ତି ।