ଅନନ୍ତ ଅମ୍ବାନୀଙ୍କ ବାହାଘରରେ ୧,୨୦୦ ଅତିଥି

ଜାମନଗର,୨।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ବଡ଼ ବ୍ୟବସାୟୀ ଏବଂ ସେଲିବ୍ରିଟି ଯୋଗ ଦେଉଥିବାବେଳେ ସେମାନଙ୍କୁ ନେବାଆଣିବା ପାଇଁ ଚାର୍ଟର ଜେଟ୍‌ର ବ୍ୟବସ୍ଥା କରାଯାଇଛି। ୧,୨୦୦ ଅତିଥି ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଅତିଥିଙ୍କ ତାଲିକାରେ ଆମେରିକାର ବିଲ୍‌ […] The post ଅନନ୍ତ ଅମ୍ବାନୀଙ୍କ ବାହାଘରରେ ୧,୨୦୦ ଅତିଥି appeared first on Dharitri Odia News.

ଅନନ୍ତ ଅମ୍ବାନୀଙ୍କ ବାହାଘରରେ ୧,୨୦୦ ଅତିଥି

ଜାମନଗର,୨।୩: ଭାରତର ଶ୍ରେଷ୍ଠ ଧନୀ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ୨୮ ବର୍ଷୀୟ ଅନନ୍ତଙ୍କର ବିବାହ ତାଙ୍କ ଦୀର୍ଘଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ(୨୯)ଙ୍କ ସହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରି-ଓ୍ବେଡିଂ ଉତ୍ସବ ଶୁକ୍ରବାରଠାରୁ ଗୁଜରାଟର ଜାମନଗରରେ ଆରମ୍ଭ ହୋଇଛି। ଏଥିରେ ବହୁସଂଖ୍ୟାରେ ବଡ଼ ବ୍ୟବସାୟୀ ଏବଂ ସେଲିବ୍ରିଟି ଯୋଗ ଦେଉଥିବାବେଳେ ସେମାନଙ୍କୁ ନେବାଆଣିବା ପାଇଁ ଚାର୍ଟର ଜେଟ୍‌ର ବ୍ୟବସ୍ଥା କରାଯାଇଛି। ୧,୨୦୦ ଅତିଥି ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଅତିଥିଙ୍କ ତାଲିକାରେ ଆମେରିକାର ବିଲ୍‌ ଗେଟ୍ସ, ମାର୍କ ଜୁକେରବର୍ଗ ଥିବାବେଳେ ଭାରତୀୟ ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ଗୌତମ ଆଦାନୀ, କୁମାର ମଙ୍ଗଳମ୍‌ ବିର୍ଲା, ବଲିଉଡ୍‌ ତାରକା ଶାହରୁଖ ଖାନ୍‌, ସଲମାନ ଖାନ୍‌ ପ୍ରମୁଖ ରହିଛନ୍ତି।

The post ଅନନ୍ତ ଅମ୍ବାନୀଙ୍କ ବାହାଘରରେ ୧,୨୦୦ ଅତିଥି appeared first on Dharitri Odia News.