ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା

ବମ୍ବେ: ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ। ଏଥିଲାଗି ସେ ଗୁରୁବାର ଜାମନଗରରେ ପହଞ୍ଚି ସାରିଲେଣି। କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା ମଧ୍ୟ ମିଳିଛି। ରିହାନା ଲକ୍ଷରେ ନୁହେଁ ବରଂ କୋଟିରେ ପାଉଣା ନେବେ। ତାଙ୍କୁ ୫ କି ୧୦ କୋଟି ନୁହେଁ ବରଂ ୫୦ କୋଟିରୁ […] The post ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା appeared first on Dharitri Odia News.

ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା

ବମ୍ବେ: ବିଜନେସ୍‌ ଟାଇକୁନ୍‌ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ଏହାକୁ ନେଇ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି। ଗ୍ଲୋବାଲ ପପ୍‌ ଷ୍ଟାର ରିହାନା ଏଥିରେ ଗୀତ ଗାଇବେ। ଏଥିଲାଗି ସେ ଗୁରୁବାର ଜାମନଗରରେ ପହଞ୍ଚି ସାରିଲେଣି। କୁହାଯାଉଛି ଯେ ଅମ୍ବାନୀଙ୍କ ପକ୍ଷରୁ ତାଙ୍କୁ ମୋଟା ପାଉଣା ମଧ୍ୟ ମିଳିଛି।

ରିହାନା ଲକ୍ଷରେ ନୁହେଁ ବରଂ କୋଟିରେ ପାଉଣା ନେବେ। ତାଙ୍କୁ ୫ କି ୧୦ କୋଟି ନୁହେଁ ବରଂ ୫୦ କୋଟିରୁ ଅଧିକ ପାଉଣା ମିଳିଛି। ଏକ ରିପୋର୍ଟ ମୁତାବକ ଏହି କାର୍ଯ୍ୟକ୍ରମ ଲାଗି ୮ରୁ ୯ ମିଲିୟନ ଡଲାର ପାଉଣା ତାଙ୍କୁ ମିଳିଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୬୬ରୁ ୭୪ କୋଟି ଟଙ୍କା।

ଯଦି ଆପଣ ଭାବୁଥିବେ ପ୍ରଥମ ଥର ପାଇଁ ଅମ୍ବାନୀ ପରିବାରର କୌଣସି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସେଲିବ୍ରିଟି ଆସୁଛନ୍ତି ତେବେ ଏହା ଭୁଲ। କାରଣ ୨୦୧୮ରେ ଇଶା ଅମ୍ବାନୀଙ୍କ ବିବାହରେ ବେୟୋନ୍ସ ଭାରତ ଆସିଥିଲେ। ସେତେବେଳେ ସେ ୩୩ କୋଟି ଟଙ୍କା ନେଇଥିଲେ।

The post ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିଙ୍କୁ ଝୁମାଇବେ ରିହାନା, ନେଇଛନ୍ତି ମୋଟା ଅଙ୍କର ପାଉଣା appeared first on Dharitri Odia News.