ଅନନ୍ତ ଅମ୍ବାନୀଙ୍କ ବିବାହରେ ପରଫର୍ମ କରିବେ ଆଲିଆ-ରଣବୀର

ମୁମ୍ବାଇ: ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ହୋଇଥାଏ। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ କିପରିବା ଏମାନଙ୍କ ବିନା ଆୟୋଜନ ହୋଇପାରିବ। ଅନନ୍ତ ଅମ୍ବାନୀ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏବଂ ରାଧିକା ମର୍ଚାଣ୍ଟଙ୍କ ସହ ତାଙ୍କର ବିବାହ ହେବ। ଏବେ ଖବର ଆସିଛି ଯେ ବଲିଉଡର […] The post ଅନନ୍ତ ଅମ୍ବାନୀଙ୍କ ବିବାହରେ ପରଫର୍ମ କରିବେ ଆଲିଆ-ରଣବୀର appeared first on Dharitri Odia News.

ଅନନ୍ତ ଅମ୍ବାନୀଙ୍କ ବିବାହରେ ପରଫର୍ମ କରିବେ ଆଲିଆ-ରଣବୀର

ମୁମ୍ବାଇ: ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି। ଯେତେବେଳେ ଅମ୍ବାନୀ ପରିବାର କୌଣସି କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ସେଠାରେ ଚଳଚ୍ଚିତ୍ର ତାରକାମାନଙ୍କର ଏକ ସମାବେଶ ହୋଇଥାଏ। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ କିପରିବା ଏମାନଙ୍କ ବିନା ଆୟୋଜନ ହୋଇପାରିବ। ଅନନ୍ତ ଅମ୍ବାନୀ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ଯାଉଛନ୍ତି ଏବଂ ରାଧିକା ମର୍ଚାଣ୍ଟଙ୍କ ସହ ତାଙ୍କର ବିବାହ ହେବ। ଏବେ ଖବର ଆସିଛି ଯେ ବଲିଉଡର ସୁଇଟ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏହି ରାଜକୀୟ ବିବାହରେ ଏକ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ରଣବୀର ଏବଂ ଆଲିଆ ଅନନ୍ତ ଅମ୍ବାନୀଙ୍କ ସହ ରିହର୍ସାଲ କରିବାକୁ ଯାଉଛନ୍ତି।
ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଆସନ୍ତା ମାର୍ଚ୍ଚରେ ହେବ। ଦମ୍ପତିଙ୍କ ପ୍ରି ଓ୍ବେଡିଂ ଫଙ୍କଶନର ଇନଭିଟେଶନ ପ୍ରକାଶ ପାଇଛି। ଅନନ୍ତ-ରାଧିକାଙ୍କ ବିବାହ ପୂର୍ବ କାର୍ଯ୍ୟ ଗୁଜୁରାଟର ଜାମନଗରରେ ୧-୩ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଆଲିଆ ଏବଂ ରଣବୀର ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଏବେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ବୋଧହୁଏ ବି-ଟାଉନ ଦମ୍ପତି ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂ ଫଙ୍କଶନରେ ପରଫର୍ମ କରିବେ। ଭିଡିଓରେ ରଣବୀର ଏବଂ ଆଲିଆ ଆକାଶ ଅମ୍ବାନୀଙ୍କ ସହ କାଜୁଆଲ ପୋଷାକରେ ନଜର ଆସଛନ୍ତି।

The post ଅନନ୍ତ ଅମ୍ବାନୀଙ୍କ ବିବାହରେ ପରଫର୍ମ କରିବେ ଆଲିଆ-ରଣବୀର appeared first on Dharitri Odia News.