ଅନନ୍ତ ଅମ୍ୱାନୀଙ୍କ ‘ବନତାରା’ ନାଁରେ ବଡ଼ ଉପଲବ୍ଧି, ମିଳିଲା ପ୍ରତିଷ୍ଠିତ ନ୍ୟାସନାଲ ଆୱାର୍ଡ ‘ପ୍ରାଣୀ ମିତ୍ର’

ନୂଆଦିଲ୍ଲୀ: ମୁକେଶ-ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ବନତାରା’ ନାଁରେ ଯୋଡ଼ି ହୋଇଛି ଏକ ବଡ଼ ଉପଲବ୍ଧି । ଅନନ୍ତଙ୍କ ବନତାରା ପ୍ରକଳ୍ପକୁ ଭାରତ ସରକାରଙ୍କ ଦ୍ୱାରା 'ପ୍ରାଣୀ ମିତ୍ର' ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକୃତି ଏବଂ ପ୍ରାଣୀମାନଙ୍କ କଲ୍ୟାଣ ପାଇଁ ଆରମ୍ଭ ହୋଇଥିବା ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ବନତାରାର ଅସାଧାରଣ କାର୍ଯ୍ୟକୁ ଏହି ପୁରସ୍କାର ସମ୍ମାନିତ କରୁଛି ।ବନତାରା ପ୍ରକଳ୍ପ କ'ଣ?ବନ୍ୟଜନ୍ତୁଙ୍କ ଯତ୍ନ, ପୁନର୍ବାସ ଏବଂ ଚିକିତ୍ସା ପାଇଁ ଅନନ୍ତ ଅମ୍ବାନୀ ଗୁଜରାଟର ଜାମନଗର ରିଫାଇନାରୀ ନିକଟରେ ପ୍ରାୟ ୩୦୦୦ ଏକର ସବୁଜ ବେଲ୍ଟରେ ବନତାରା ପ୍ରକଳ୍ପ ଆରମ୍ଭ କରିଥିଲେ । ଏଠାରେ ପ୍ରାଣୀମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ପରି ପରିବେଶ ଦିଆଯାଏ । ବନତାରା ପ୍ରକଳ୍ପ ଅଧୀନରେ, ବନ୍ୟଜନ୍ତୁଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ହସ୍ପିଟାଲ, ଗବେଷଣା ଏବଂ ଶୈକ୍ଷିକ କେନ୍ଦ୍ର ଖୋଲାଯାଇଛି । ଏହା ଅଧିନରେ ଗଣ୍ଡା, କଲରାପଚରିଆ ବାଘ ଏବଂ କୁମ୍ଭୀର ସହ ଅନ୍ୟ ପ୍ରାଣୀଙ୍କୁ ମଧ୍ୟ ସେମାନଙ୍କ ପ୍ରାକୃତିକ ପରିବେଶରେ ରହିବା ପାଇଁ ସୁବିଧା ଦିଆଯାଉଛି ।ବର୍ତ୍ତମାନ ବନତାରାରେ ୨୦୦ ହାତୀ, ୩୦୦ କଲରାପତରିଆ ବାଘ, ୩୦୦ ହରିଣ ଏବଂ ୧୨୦୦ରୁ ଅଧିକ କୁମ୍ଭୀର, ସାପ ଏବଂ କଇଁଛଙ୍କ ଯତ୍ନ ନିଆଯାଉଛି । ଅନନ୍ତ ଅମ୍ବାନୀ କୁହନ୍ତି ଯେ ପିଲାଦିନରୁ ପଶୁପକ୍ଷୀମାନଙ୍କ ପ୍ରତି ତା

ଅନନ୍ତ ଅମ୍ୱାନୀଙ୍କ ‘ବନତାରା’ ନାଁରେ ବଡ଼ ଉପଲବ୍ଧି, ମିଳିଲା ପ୍ରତିଷ୍ଠିତ ନ୍ୟାସନାଲ ଆୱାର୍ଡ ‘ପ୍ରାଣୀ ମିତ୍ର’

ନୂଆଦିଲ୍ଲୀ: ମୁକେଶ-ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ବନତାରା’ ନାଁରେ ଯୋଡ଼ି ହୋଇଛି ଏକ ବଡ଼ ଉପଲବ୍ଧି । ଅନନ୍ତଙ୍କ ବନତାରା ପ୍ରକଳ୍ପକୁ ଭାରତ ସରକାରଙ୍କ ଦ୍ୱାରା 'ପ୍ରାଣୀ ମିତ୍ର' ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରକୃତି ଏବଂ ପ୍ରାଣୀମାନଙ୍କ କଲ୍ୟାଣ ପାଇଁ ଆରମ୍ଭ ହୋଇଥିବା ଏକ ମହତ୍ୱାକାଂକ୍ଷୀ ପ୍ରକଳ୍ପ ବନତାରାର ଅସାଧାରଣ କାର୍ଯ୍ୟକୁ ଏହି ପୁରସ୍କାର ସମ୍ମାନିତ କରୁଛି ।

ବନତାରା ପ୍ରକଳ୍ପ କ'ଣ?

ବନ୍ୟଜନ୍ତୁଙ୍କ ଯତ୍ନ, ପୁନର୍ବାସ ଏବଂ ଚିକିତ୍ସା ପାଇଁ ଅନନ୍ତ ଅମ୍ବାନୀ ଗୁଜରାଟର ଜାମନଗର ରିଫାଇନାରୀ ନିକଟରେ ପ୍ରାୟ ୩୦୦୦ ଏକର ସବୁଜ ବେଲ୍ଟରେ ବନତାରା ପ୍ରକଳ୍ପ ଆରମ୍ଭ କରିଥିଲେ । ଏଠାରେ ପ୍ରାଣୀମାନଙ୍କୁ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ପରି ପରିବେଶ ଦିଆଯାଏ । ବନତାରା ପ୍ରକଳ୍ପ ଅଧୀନରେ, ବନ୍ୟଜନ୍ତୁଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା, ହସ୍ପିଟାଲ, ଗବେଷଣା ଏବଂ ଶୈକ୍ଷିକ କେନ୍ଦ୍ର ଖୋଲାଯାଇଛି । ଏହା ଅଧିନରେ ଗଣ୍ଡା, କଲରାପଚରିଆ ବାଘ ଏବଂ କୁମ୍ଭୀର ସହ ଅନ୍ୟ ପ୍ରାଣୀଙ୍କୁ ମଧ୍ୟ ସେମାନଙ୍କ ପ୍ରାକୃତିକ ପରିବେଶରେ ରହିବା ପାଇଁ ସୁବିଧା ଦିଆଯାଉଛି ।

ବର୍ତ୍ତମାନ ବନତାରାରେ ୨୦୦ ହାତୀ, ୩୦୦ କଲରାପତରିଆ ବାଘ, ୩୦୦ ହରିଣ ଏବଂ ୧୨୦୦ରୁ ଅଧିକ କୁମ୍ଭୀର, ସାପ ଏବଂ କଇଁଛଙ୍କ ଯତ୍ନ ନିଆଯାଉଛି । ଅନନ୍ତ ଅମ୍ବାନୀ କୁହନ୍ତି ଯେ ପିଲାଦିନରୁ ପଶୁପକ୍ଷୀମାନଙ୍କ ପ୍ରତି ତାଙ୍କ ଆଗ୍ରହ ଥିଲା, ଯାହା ଏବେ ଏକ ମିଶନ ପାଲଟିଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୩୫ ସୁଦ୍ଧା ରିଲାଏନ୍ସର ଜାମନଗର ରିଫାଇନାରୀ ଆଖପାଖ ଅଞ୍ଚଳକୁ ନେଟ୍ ଜିରୋ କାର୍ବନ କରିବା ଲକ୍ଷ୍ୟରେ କାମ କରାଯାଉଛି । ଏଠାରେ ବନତାରାର ୩ ହଜାର ଏକର ଜମିରେ ଏକ ହାତୀ କେନ୍ଦ୍ର ନିର୍ମାଣ କରାଯିବ, ଯେଉଁଥିରେ ଏକ ହାଇଡ୍ରୋଥେରାପି ପୁଲ୍ ରହିବ । ଏଠାରେ ୫୦୦ ଜଣଙ୍କ ପ୍ରଶିକ୍ଷିତ କର୍ମଚାରୀ ହାତୀମାନଙ୍କର ଭଲ ଯତ୍ନ ନେବେ । ଏହା ବ୍ୟତୀତ ହାତୀମାନଙ୍କ ପାଇଁ ଏକ ପୃଥକ ହସ୍ପିଟାଲ ମଧ୍ୟ ନିର୍ମାଣ କରାଯିବ ।

କର୍ପୋରେଟ୍ ବର୍ଗରେ 'ପ୍ରାଣୀ ମିତ୍ର' ପୁରସ୍କାର କର୍ପୋରେସନ, ପିଏସୟୁ, ସରକାରୀ କମ୍ପାନି ଏବଂ ସମବାୟ ସମିତିକୁ ଗତ ୫ ବର୍ଷରେ ପଶୁ କଲ୍ୟାଣ ପାଇଁ ସେମାନଙ୍କ ନିରନ୍ତର ଯୋଗଦାନ ପାଇଁ ଦିଆଯାଉଛି । ଏଥିରେ ପଶୁ କଲ୍ୟାଣ ପାଇଁ ଡେଡିକେଟେଡ୍ ସିଏସଆର ଫଣ୍ଡିଂ ବି ସାମିଲ ରହିଛି ।