ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର…
ନୂଆଦିଲ୍ଲୀ,୨୦।୧ : ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଏକ ଅଭିଯୋଗ ଦାଖଲ କରିଥିଲେ। କେଉଁ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରସାଦଙ୍କ ନାମରେ ମିଠା ବିକ୍ରି […] The post ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧ : ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି।
କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଏକ ଅଭିଯୋଗ ଦାଖଲ କରିଥିଲେ। କେଉଁ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ଅଭିଯୋଗରେ ଦର୍ଶାଯାଇଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରସାଦଙ୍କ ନାମରେ ମିଠା ବିକ୍ରି କରି ଆମାଜନ ଭୁଲ ବ୍ୟବସାୟିକ ପଦକ୍ଷେପ ନେଉଛି।
ବିଭାଗ କହିଛି ନୋଟିସ ପ୍ରକାଶ ପାଇବା ଦିନଠାରୁ ୭ ଦିନ ମଧ୍ୟରେ ଏହି ପ୍ରସଙ୍ଗରେ ଆମାଜନକୁ ଜବାବ ତଲବ କରାଯାଇଛି। ସିସିପିଏ କହିଛି ଯଦି ଆମାଜନ ୭ ଦିନ ମଧ୍ୟରେ ଜବାବ ନ ଦିଏ, ତେବେ ଗ୍ରାହକ ସୁରକ୍ଷା ଆଇନ ୨୦୧୯ ର ନିୟମ ଅନୁଯାୟୀ ଏହା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗ୍ରାହକ ସୁରକ୍ଷା (ଇ-ବାଣିଜ୍ୟ) ନିୟମ ୨୦୨୦ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ଅନଲାଇନ ବିକ୍ରିକୁ ଅନୁମତି ଦେଇ ଗ୍ରାହକଙ୍କୁ ଉତ୍ପାଦ ବିଷୟରେ ପ୍ରକୃତ ସୂଚନା ବିଷୟରେ ଦ୍ୱନ୍ଦରେ ପକାଇଥାଏ। ଏହି କାରଣରୁ, ଗ୍ରାହକମାନେ ଏକ ଉତ୍ପାଦ କିଣନ୍ତି ଯାହାକି ସେମାନେ ଅନ୍ୟଥା କୌଣସି ସ୍ଥିତିରେ କିଣି ନ ଥାନ୍ତେ ।
The post ଅନଲାଇନରେ ରାମ ମନ୍ଦିର ପ୍ରସାଦ ନେଇ ଅଡୁଆରେ ଆମାଜନ: ନୋଟିସ ଜାରି କରି ୭ ଦିନରେ ଜବାବ ତଲବ କଲେ ସରକାର… appeared first on Dharitri Odia News.