ଅନଲାଇନ୍ ଗେମ୍ ନେଲା ଯୁବକଙ୍କ ଜୀବନ
କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮ ଗ୍ରାମରେ। ସେ ହେଉଛନ୍ତି ଦେବାଶିଷ ସରକାର(୩୨) । ଅନଲାଇନ୍ ଗେମ୍ ଖେଳି ଅର୍ଥ ଧାର ହୋଇଯାଇଥିବାରୁ ସେ ନିଜ ଜୀବନ ହାରିଦେଇଥିବା ଜଣାପଡିଛି। ଦେବାଶିଷ ଆଜି ଭୋର ସମୟରେ ଘରୁ ବାହାର ଯାଇଥିଲେ। କିନ୍ତୁ ଯିବାର କିଛି ସମୟ ପରେ ଗ୍ରାମ ନିକଟ ଏକ ମହୁଲ ଗଛରେ ଦେବାଶିଷଙ୍କ ମୃତଦେହ […] The post ଅନଲାଇନ୍ ଗେମ୍ ନେଲା ଯୁବକଙ୍କ ଜୀବନ appeared first on Dharitri Odia News.
କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮ ଗ୍ରାମରେ। ସେ ହେଉଛନ୍ତି ଦେବାଶିଷ ସରକାର(୩୨) । ଅନଲାଇନ୍ ଗେମ୍ ଖେଳି ଅର୍ଥ ଧାର ହୋଇଯାଇଥିବାରୁ ସେ ନିଜ ଜୀବନ ହାରିଦେଇଥିବା ଜଣାପଡିଛି।
ଦେବାଶିଷ ଆଜି ଭୋର ସମୟରେ ଘରୁ ବାହାର ଯାଇଥିଲେ। କିନ୍ତୁ ଯିବାର କିଛି ସମୟ ପରେ ଗ୍ରାମ ନିକଟ ଏକ ମହୁଲ ଗଛରେ ଦେବାଶିଷଙ୍କ ମୃତଦେହ ଝୁଲୁଥିବାର ଦେଖି କିଛି ଲୋକ ଦେବାଶିଷଙ୍କ ଘରେ ଖବର ଦେଇଥିଲେ । ଖବରପାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ମହୁଲ ଗଛରେ ଦେବାଶିଷଙ୍କ ମୃତଦେହ ଝୁଲି ରହିଛି । ଏ ନେଇ ଗ୍ରାମ ବାସୀ ତୁରନ୍ତ କୋରୁକୋଣ୍ଡା ଥାନା ଅଧିକାରୀଙ୍କୁ ଜଣାଇବା ପରେ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଦେବାଶିଷଙ୍କ ମୃତଦେହକୁ ଗଛରୁ ତଳକୁ ଆଣିଥିଲେ।
The post ଅନଲାଇନ୍ ଗେମ୍ ନେଲା ଯୁବକଙ୍କ ଜୀବନ appeared first on Dharitri Odia News.