ଅନଲାଇନ୍ରେ ଅର୍ଡର କରିଥିଲେ ପୋଷାକ, ପାର୍ସଲ ଖୋଲି ଦେଖନ୍ତି ତ ବାହାରିଲା…
ନୂଆଦିଲ୍ଲୀ, ୧୭।୦୩: ଖାଦ୍ୟ ଡେଲିଭରୀଠାରୁ ଆରମ୍ଭ କରି ପୋଷାକ, ଘରର ଆସବାବପତ୍ର ଆଦି ସବୁ ଜିନିଷ ଅନଲାଇନରେ କିଣିବା ସାଧାରଣ ହୋଇଗଲାଣି । କିନ୍ତୁ ଜଣେ ମହିଳା ଅର୍ଡର କରିଥିଲେ ଏକ ପୋଷାକ । କିନ୍ତୁ ପାର୍ସଲ୍ରେ ଯାହା ଆସିଥିଲା ତାକୁ ଦେଖି ହୋଇଯାଇଥିଲେ ତାଜୁବ । ବାସ୍ତବରେ ମହିଳା ଜଣକ ପୋଷାକ ଅର୍ଡର କରିଥିଲେ, କିନ୍ତୁ ବାହାରିଲା ରକ୍ତ । ଏପରି ଏକ ଘଟଣା ଟେନେସିରେ ଦେଖିବାକୁ ମିଳିଛି । ଏଠାକାର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ । କିନ୍ତୁ, ପୋଷାକ ବଦଳରେ ଯାହା ଆସି ତାଙ୍କ ପାଖରେ ପହଞ୍ଚିଥିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପାଖେ ଆସି ବ୍ଲଡ ଟେଷ୍ଟ ସାମ୍ପଲ ପହଞ୍ଚିଥିଲା । ପ୍ୟାକେଟରୁ ରକ୍ତ ଓ ବିନ୍ସ ବାହାରିଥିଲା । ଏହି ମହିଳା ଜଣକ ହେଲେ ଆନ୍ନା ଏଲିଅଟ । କିଛିଦିନ ତଳେ ଏଲିଅଟ ଏକ ଅନଲାଇନ ୱେବସାଇଟରେ ପୋଷାକ ଅର୍ଡର କରିଥିଲେ । କିନ୍ତୁ, ପୋଷାକ ପରିବର୍ତ୍ତେ ତାଙ୍କ ପାଖରେ ଆସି ପହଞ୍ଚିଥିଲା ବ୍ଲଡ୍ ଟେଷ୍ଟ ସାମ୍ପଲ ।ତେବେ କମ୍ପାନୀ ତରଫରୁ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି । ବ୍ଲଡ ଟେଷ୍ଟ ସାମ୍ପଲଟି ଭୁଲ୍ରେ ଗ୍ରାହକଙ୍କ ପାଖକୁ ରକ୍ତ ପଠାଯାଇଛି ବୋଲି କମ୍ପାନୀ ସ୍ୱୀକାର କରିଛି । ଡେଲିଭରି କମ୍ପାନୀ Fed EX ଏହି ଘଟଣା ପାଇଁ ମହିଳାଙ୍କୁ କ୍ଷମା ମାଗିଛି । ତେବେ ବର୍ଷ ଆରମ୍ଭ ବେଳେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ପ୍ୟାକେଟ୍ ଭିତରେ ଛୁଞ୍ଚି ମିଳିଥିଲା ।
ନୂଆଦିଲ୍ଲୀ, ୧୭।୦୩: ଖାଦ୍ୟ ଡେଲିଭରୀଠାରୁ ଆରମ୍ଭ କରି ପୋଷାକ, ଘରର ଆସବାବପତ୍ର ଆଦି ସବୁ ଜିନିଷ ଅନଲାଇନରେ କିଣିବା ସାଧାରଣ ହୋଇଗଲାଣି । କିନ୍ତୁ ଜଣେ ମହିଳା ଅର୍ଡର କରିଥିଲେ ଏକ ପୋଷାକ । କିନ୍ତୁ ପାର୍ସଲ୍ରେ ଯାହା ଆସିଥିଲା ତାକୁ ଦେଖି ହୋଇଯାଇଥିଲେ ତାଜୁବ । ବାସ୍ତବରେ ମହିଳା ଜଣକ ପୋଷାକ ଅର୍ଡର କରିଥିଲେ, କିନ୍ତୁ ବାହାରିଲା ରକ୍ତ । ଏପରି ଏକ ଘଟଣା ଟେନେସିରେ ଦେଖିବାକୁ ମିଳିଛି । ଏଠାକାର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ ।

କିନ୍ତୁ, ପୋଷାକ ବଦଳରେ ଯାହା ଆସି ତାଙ୍କ ପାଖରେ ପହଞ୍ଚିଥିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପାଖେ ଆସି ବ୍ଲଡ ଟେଷ୍ଟ ସାମ୍ପଲ ପହଞ୍ଚିଥିଲା । ପ୍ୟାକେଟରୁ ରକ୍ତ ଓ ବିନ୍ସ ବାହାରିଥିଲା । ଏହି ମହିଳା ଜଣକ ହେଲେ ଆନ୍ନା ଏଲିଅଟ । କିଛିଦିନ ତଳେ ଏଲିଅଟ ଏକ ଅନଲାଇନ ୱେବସାଇଟରେ ପୋଷାକ ଅର୍ଡର କରିଥିଲେ । କିନ୍ତୁ, ପୋଷାକ ପରିବର୍ତ୍ତେ ତାଙ୍କ ପାଖରେ ଆସି ପହଞ୍ଚିଥିଲା ବ୍ଲଡ୍ ଟେଷ୍ଟ ସାମ୍ପଲ ।

ତେବେ କମ୍ପାନୀ ତରଫରୁ ଏହାକୁ ନେଇ ସ୍ପଷ୍ଟୀକରଣ ରଖାଯାଇଛି । ବ୍ଲଡ ଟେଷ୍ଟ ସାମ୍ପଲଟି ଭୁଲ୍ରେ ଗ୍ରାହକଙ୍କ ପାଖକୁ ରକ୍ତ ପଠାଯାଇଛି ବୋଲି କମ୍ପାନୀ ସ୍ୱୀକାର କରିଛି । ଡେଲିଭରି କମ୍ପାନୀ Fed EX ଏହି ଘଟଣା ପାଇଁ ମହିଳାଙ୍କୁ କ୍ଷମା ମାଗିଛି । ତେବେ ବର୍ଷ ଆରମ୍ଭ ବେଳେ ମଧ୍ୟ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ସେତେବେଳେ ପ୍ୟାକେଟ୍ ଭିତରେ ଛୁଞ୍ଚି ମିଳିଥିଲା । ତେବେ ତାହା କିଏ କେଉଁ ପରିସ୍ଥିତିରେ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।