ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ
ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସହ ବିଷଧର ସାପ ଭୟ ସୃଷ୍ଟି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତା ପ୍ରତି ପ୍ରାଥମିକତା ଦେଇ ଆସୁଥିବା ବେଳେ ବ୍ଲକ, ଡାକ୍ତରଖାନା, ବିଇଓଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସ୍ରେ ନିୟମିତ ସଫେଇ ହେଉନି। ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ଦୃଷ୍ଟି ନ […] The post ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ appeared first on Dharitri Odia News.
ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସହ ବିଷଧର ସାପ ଭୟ ସୃଷ୍ଟି ହେଉଛି। କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତା ପ୍ରତି ପ୍ରାଥମିକତା ଦେଇ ଆସୁଥିବା ବେଳେ ବ୍ଲକ, ଡାକ୍ତରଖାନା, ବିଇଓଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସ୍ରେ ନିୟମିତ ସଫେଇ ହେଉନି। ବିଭାଗୀୟ ଅଧିକାରୀଙ୍କ ଏଥିପ୍ରତି ଦୃଷ୍ଟି ନ ପଡ଼ିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରୁଛି।
ବାସୁଦେବପୁର ବ୍ଲକ କାର୍ଯ୍ୟାଳୟ ପରିସର ବାହ୍ୟ ଓ ଆଭ୍ୟନ୍ତରୀଣ ସ୍ଥାନ ଠିକ୍ ଭାବେ ସଫେଇ ହେଉନାହିଁ। ପ୍ରତିଦିନ ଶତାଧିକ ଲୋକ ବିଭିନ୍ନ ପଞ୍ଚାୟତରୁ ଏଠାକୁ ଆସୁଥିବା ବେଳେ ଠିକ୍ ଭାବେ ସଫେଇ ହେଉ ନ ଥିବାରୁ ଅଳିଆ ଆବର୍ଜନାରେ କାର୍ଯ୍ୟାଳୟ ପରିସର ଭରପୂର ହୋଇଯାଉଛି। ସେହିପରି ବ୍ଲକ ଅଫିସ୍ ସାମ୍ନାରେ ଫିଡର ସ୍କୁଲ ପରିସରରେ ଥିବା ବିଇଓଙ୍କ କାର୍ଯ୍ୟାଳୟ ପରିସର ବଣ ବୁଦା, ଘାସ ଓ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି। ପ୍ରତିଦିନ ବିଭିନ୍ନ କାର୍ଯ୍ୟ ପାଇଁ ଶିକ୍ଷକମାନେ ବିଇଓଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। ଏପରି ଅବ୍ୟବସ୍ଥା ତଥା ସଫେଇ ନ ହେବା ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏହି କାର୍ଯ୍ୟାଳୟ ପରିସରରେ ସାପ ଭୟ ସୃଷ୍ଟି ହେଉଛି। ବିଭିନ୍ନ ସମୟରେ ଦିବ୍ୟାଙ୍ଗ ପିଲାମାନେ ମଧ୍ୟ ବିଇଓଙ୍କ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଏହା ସେମାନଙ୍କ ଯାତାୟାତ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ସେହିପରି ବାସୁଦେବପୁର ଡାକ୍ତରଖାନାରେ ପରିମଳ ବ୍ୟବସ୍ଥା ଠିକ୍ଠାକ୍ ନ ଥିବା ଲକ୍ଷ୍ୟ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି, ବର୍ଷାଦିନ ପାଇଁ କାର୍ଯ୍ୟାଳୟ ପରିସରରେ ଅନାବନା ଗଛ, ଘାସ ଉଠିଯାଇଛି। ଖୁବ୍ଶୀଘ୍ର ଏସବୁ ସଫେଇ କରାଯିବ।
The post ଅନାବନା ଗଛରେ ପରିପୂର୍ଣ୍ଣ ବିଇଓଙ୍କ କାର୍ଯ୍ୟାଳୟ appeared first on Dharitri Odia News.