ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ
କେସିଙ୍ଗା,୨୮ା୧୧: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବାଲସି ସରପଞ୍ଚଙ୍କ ବିଷୟରେ ଆଲୋଚନା ଓ ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ବାଲସି ପଞ୍ଚାୟତରେ ସ୍ବତନ୍ତ୍ର ସମିତି ବୈଠକ ଡକାଯାଇଥିଲା। ଏହି ବୈଠକରେ ସମଗ୍ର ବାଲସି ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ସରପଞ୍ଚଙ୍କ ବିରୋଧରେ ୧୧ଜଣ ଗୁପ୍ତ ଭୋଟ୍ ପ୍ରଦାନ କରିଛନ୍ତି। ଫଳରେ ଭାରତୀ ସୁନା […] The post ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ appeared first on Dharitri Odia News.
କେସିଙ୍ଗା,୨୮ା୧୧: କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ବାଲସି ସରପଞ୍ଚଙ୍କ ବିଷୟରେ ଆଲୋଚନା ଓ ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ବାଲସି ପଞ୍ଚାୟତରେ ସ୍ବତନ୍ତ୍ର ସମିତି ବୈଠକ ଡକାଯାଇଥିଲା। ଏହି ବୈଠକରେ ସମଗ୍ର ବାଲସି ପଞ୍ଚାୟତର ୧୨ ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ସରପଞ୍ଚଙ୍କ ବିରୋଧରେ ୧୧ଜଣ ଗୁପ୍ତ ଭୋଟ୍ ପ୍ରଦାନ କରିଛନ୍ତି। ଫଳରେ ଭାରତୀ ସୁନା ପରାଜୟ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଲହରି ଖେଳିଯାଇଛି। ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି କରି ସାଢ଼େ ୩ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବାରୁ ସରପଞ୍ଚଙ୍କ ନାମରେ ଭିଜିଲାନ୍ସ କେସ୍ ମଧ୍ୟ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ପଞ୍ଚାୟତରେ ବାଧା ସୃଷ୍ଟି କରିଥିବାରୁ ଜନସାଧାରଣ ଆଜି ଖୁସି ମନେ କରୁଛନ୍ତି।
କେସିଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ ବାଲସି ପଞ୍ଚାୟତ ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ବିଚାର କରି ଅନାସ୍ଥା ପ୍ରସ୍ତାବ ଗୃହୀତ କରିବା ପାଇଁ ଗୁରୁବାର ପୂର୍ବାହ୍ନ ୧୧ଟାରେ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ପ୍ରାଧିକୃତ ଅଧିକାରୀ ବଳଦେବ ବେହେରା, ଓ.ପ୍ର.ସେ ତହସିଲଦାର, ନର୍ଲାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପାଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଓ ଧାରା ୨୪ର (୧) ଥିବା ବ୍ୟବସ୍ଥା ଅନୁଯାୟୀ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଥିଲା। ଏ ସଂକ୍ରାନ୍ତରେ ପଞ୍ଚାୟତ ଅଫିସର ଲମ୍ବୁ ଶିଖାଙ୍କୁ ପଚାରିବାରୁ ୧୨ଜଣ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ୧୧ଜଣ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିପକ୍ଷରେ ଭୋଟ୍ ପ୍ରଦାନ କରାଯାଇଛି। ବାଲସି ପଞ୍ଚାୟତରେ କାହାକୁ ଅସ୍ଥାୟୀ ସରପଞ୍ଚ ଭାବେ ଦାୟିତ୍ୱ ଦେବେ ତାହା ଆଜି ସନ୍ଧ୍ୟାରେ ଜିଲାପାଳ ଘୋଷଣା କରିବେ ବୋଲି ପ୍ରକାଶ କରିଥିଲେ।
The post ଅନାସ୍ଥା ପ୍ରସ୍ତାବରେ ହାରିଗଲେ ସରପଞ୍ଚ appeared first on Dharitri Odia News.