ଅନିଲ ଅମ୍ବାନୀଙ୍କ ଲାଗି ନୂଆ ଆଶାର କିରଣ ପାଲଟିଲେ ପୁଅ ଜୟ, ଏକାକୀ ଛିଡା କଲେ ୨ ହଜାର କୋଟିର ସାମ୍ରାଜ୍ୟ
ମୁମ୍ବାଇ ୧୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଭାଇ ଅନିଲ ଅମ୍ବାନୀ ଏକଦା ଦେଶର ବଡ଼ ଉଦ୍ୟୋଗପତିଙ୍କ ମଧ୍ୟରେ ଗଣା ଯାଉଥିଲେ। ରିଲାଏନ୍ସ ଗ୍ରୁପର ଭାଗବଣ୍ଟାରେ ଗ୍ରୁପର ଅନେକ ଦିଗ୍ଗଜ କମ୍ପାନୀ ଅନିଲ ଙ୍କ ଖାତାକୁ ଆସିଥିଲା। ହେଲେ ଅନିଲଙ୍କ ନେତୃତ୍ୱରେ କମ୍ପାନୀ କ୍ଷତିରେ ପଡି ବନ୍ଦ ହେବାରେ ଲାଗିଲା। ଫଳରେ ସେ ଦେବାଳିଆ ହୋଇଗଲେ। ଏବେ ଅମ୍ବାନୀ ପରିବାରର ଆଗାମୀ ପିଢୀ ନେତୃତ୍ୱ ସମ୍ଭାଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏଥିରେ ମୁକେଶଙ୍କ ଦୁଇ ପୁଅ ଓ ଝିଅଙ୍କୁ ସାରା ବିଶ୍ୱ ଏବେ ଚିହ୍ନୁଛି, ହେଲେ ଅନିଲ ଙ୍କ ପୁଅ ଚର୍ଚ୍ଚାରୁ ଦୂରରେ ରହି ନିଜ ପିତାଙ୍କ ହଜି ଯାଇଥିବା ସାମ୍ରାଜ୍ୟକୁ ପୁଣିଥରେ ଛିଡା କରିବାକୁ ଅଣ୍ଟାଭିଡିଛନ୍ତି। ଅନିଲଙ୍କ ପୁଅ ଜୟ ଅନମୋଲ ଅମ୍ବାନୀ ଲଗାତାର ମେହନତ କରି ଏ ପର୍ଯ୍ୟନ୍ତ ନିଜ ଦମ୍ଭରେ ୨ ହଜାର କୋଟି ଟଙ୍କାର ବିଜନେସ୍ ଛିଡା କରିସାରିଲେଣି। ବ୍ୟବସାୟକୁ ଛିଡା କରିବାକୁ ଅନେକ ସମୟ ଲାଗିଥାଏ, ହେଲେ ଭଲରେ ଚାଲୁଥିବା ବ୍ୟବସାୟରେ କ୍ଷତି ଆରମ୍ଭ ହୋଇଯିବା ବେଶ ସହଜ। ଅନିଲ ଅମ୍ବାନୀଙ୍କ କାହାଣୀ ବି କିଛି ଏମିତିକା। ଏବେ ଜୟ ଅନମୋଲ ତାଙ୍କ ପିତାଙ୍କ ବ୍ୟବସାୟ ସଫଳ କରିବାକୁ ଲାଗିପଡିଛନ୍ତି। ଯାହା ତାଙ୍କ ପିତାଙ୍କ ନିମନ୍ତେ ଆଶାର ଏକ ନୂଆ କିରଣ ପାଲଟିଛି। ଅମ୍ବାନୀ ପରିବାରରେ ଜନ୍ମ ହୋଇଥିବାରୁ ଜୟ ଅନମୋଲଙ୍କ ଉପରେ ତାଙ୍କ ଜେଜେ ଧିରୁଭାଇ ଅମ୍ବାନୀ ଓ ପିତାଙ୍କ ଲିଗାସୀକୁ
ମୁମ୍ବାଇ ୧୬।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଭାଇ ଅନିଲ ଅମ୍ବାନୀ ଏକଦା ଦେଶର ବଡ଼ ଉଦ୍ୟୋଗପତିଙ୍କ ମଧ୍ୟରେ ଗଣା ଯାଉଥିଲେ। ରିଲାଏନ୍ସ ଗ୍ରୁପର ଭାଗବଣ୍ଟାରେ ଗ୍ରୁପର ଅନେକ ଦିଗ୍ଗଜ କମ୍ପାନୀ ଅନିଲ ଙ୍କ ଖାତାକୁ ଆସିଥିଲା। ହେଲେ ଅନିଲଙ୍କ ନେତୃତ୍ୱରେ କମ୍ପାନୀ କ୍ଷତିରେ ପଡି ବନ୍ଦ ହେବାରେ ଲାଗିଲା। ଫଳରେ ସେ ଦେବାଳିଆ ହୋଇଗଲେ। ଏବେ ଅମ୍ବାନୀ ପରିବାରର ଆଗାମୀ ପିଢୀ ନେତୃତ୍ୱ ସମ୍ଭାଳିବା ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଏଥିରେ ମୁକେଶଙ୍କ ଦୁଇ ପୁଅ ଓ ଝିଅଙ୍କୁ ସାରା ବିଶ୍ୱ ଏବେ ଚିହ୍ନୁଛି, ହେଲେ ଅନିଲ ଙ୍କ ପୁଅ ଚର୍ଚ୍ଚାରୁ ଦୂରରେ ରହି ନିଜ ପିତାଙ୍କ ହଜି ଯାଇଥିବା ସାମ୍ରାଜ୍ୟକୁ ପୁଣିଥରେ ଛିଡା କରିବାକୁ ଅଣ୍ଟାଭିଡିଛନ୍ତି।
ଅନିଲଙ୍କ ପୁଅ ଜୟ ଅନମୋଲ ଅମ୍ବାନୀ ଲଗାତାର ମେହନତ କରି ଏ ପର୍ଯ୍ୟନ୍ତ ନିଜ ଦମ୍ଭରେ ୨ ହଜାର କୋଟି ଟଙ୍କାର ବିଜନେସ୍ ଛିଡା କରିସାରିଲେଣି। ବ୍ୟବସାୟକୁ ଛିଡା କରିବାକୁ ଅନେକ ସମୟ ଲାଗିଥାଏ, ହେଲେ ଭଲରେ ଚାଲୁଥିବା ବ୍ୟବସାୟରେ କ୍ଷତି ଆରମ୍ଭ ହୋଇଯିବା ବେଶ ସହଜ। ଅନିଲ ଅମ୍ବାନୀଙ୍କ କାହାଣୀ ବି କିଛି ଏମିତିକା। ଏବେ ଜୟ ଅନମୋଲ ତାଙ୍କ ପିତାଙ୍କ ବ୍ୟବସାୟ ସଫଳ କରିବାକୁ ଲାଗିପଡିଛନ୍ତି। ଯାହା ତାଙ୍କ ପିତାଙ୍କ ନିମନ୍ତେ ଆଶାର ଏକ ନୂଆ କିରଣ ପାଲଟିଛି।

ଅମ୍ବାନୀ ପରିବାରରେ ଜନ୍ମ ହୋଇଥିବାରୁ ଜୟ ଅନମୋଲଙ୍କ ଉପରେ ତାଙ୍କ ଜେଜେ ଧିରୁଭାଇ ଅମ୍ବାନୀ ଓ ପିତାଙ୍କ ଲିଗାସୀକୁ ଆଗକୁ ବଢେଇବାର ଦାୟିତ୍ୱ ରହିଛି। ହେଲେ ତାଙ୍କର ଯାତ୍ରା ଅମ୍ବାନୀ ପରିବାରଙ୍କ ଅନ୍ୟ ସଦସ୍ୟଙ୍କ ତୁଳନାରେ ବେଶ କଠିନ ହୋଇଛି। ଜୟ ଅନମୋଲ ୧୮ ବର୍ଷ ବୟସରେ ରିଲାଏନ୍ସ ମ୍ୟୁଚୁଆଲ ଫଣ୍ଡସ୍ରେ ଇଣ୍ଟର୍ଣ୍ଣ ରୂପେ ତାଙ୍କ କ୍ୟାରିୟରର ଆରମ୍ଭ କରିଥିଲେ। ୨୦୧୪ରେ ସେ କମ୍ପାନୀ ସହ ସମ୍ପୃକ୍ତ ହେବା ସହ ଆଗକୁ ବଢିବା ଆରମ୍ଭ କରିଥିଲେ। ଏହାପରେ ସେ ରିଲାଏନ୍ସ ନିପ୍ପନ ଆସେଟ ମ୍ୟାନେଜମେଣ୍ଟ ଓ ରିଲାଏନ୍ସ ହୋମ ଫାଇନାନ୍ସରେ ବୋର୍ଡ ମେମ୍ବର ହୋଇଯାଇଥିଲେ।
ଏହି ସମୟରେ ତାଙ୍କ ପିତାଙ୍କ ଦ୍ୱାରା ସ୍ଥାପିତ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପର ଲାଭ ହ୍ରାସ ହେବା ସହ ଋଣ ଭାରରେ ଦବିବାରେ ଲାଗିଥିଲା। ଏହି ସମୟରେ ଜୟ ଅନମୋଲ ଗ୍ରୁପର ଦାୟିତ୍ୱ ନିଜେ ସମ୍ଭାଳିବା ସହ ଜାପାନୀ କମ୍ପାନୀ ନିପ୍ପନକୁ ରିଲାଏନ୍ସରେ ଅଂଶୀଦାରୀ ବଢାଇବାକୁ ସୁଯୋଗ ଦେଇଥିଲେ। ଏହା ସହିତ ରିଲାଏନ୍ସ ଲାଇଫ ଇନସ୍ୟୁରାନ୍ସ, ରିଲାଏନ୍ସ କ୍ୟାପିଟାଲ ଆସେଟ ମ୍ୟାନେଜମେଣ୍ଟ କମ୍ପାନୀର ଜନ୍ମ ହୋଇଥିଲା। ଏହି ସଫଳ ନିଷ୍ପତ୍ତିରେ ଜୟ ଅନମୋଲ ତାଙ୍କ କାରବାର ନେଟୱର୍ଥକୁ ୨୦୦୦ କୋଟି ଟଙ୍କାରୁ ବି ଉପରକୁ ପହଞ୍ଚାଇ ଦେଇଛନ୍ତି।