ଅନିଲ ଅମ୍ୱାନୀଙ୍କ ବିରୁଦ୍ଧରେ ଲୁକ୍ଆଉଟ୍ ନୋଟିସ୍, ଦେଶ ବାହାରକୁ ଯିବା ଉପରେ ରୋକ୍
ନୂଆଦିଲ୍ଲୀ: ଅନିଲ ଅମ୍ୱାନୀଙ୍କ ଅଡ଼ୁଆ ବଢିପାରେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ୍ ଧୀରୁଭାଇ ଅମ୍ୱାନୀ ଗ୍ରୁପ୍ (ଏଡିଏଜି) ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ ଜାରି କରିଛି । ଏହାର ଅର୍ଥ ହେଉଛି ଏବେ ସେ ଆଉ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ୧୭୦୦୦ କୋଟି ଟଙ୍କା ଲୋନ୍ ଫ୍ରଡ୍ ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଅଗଷ୍ଟ ୫ରେ ହାଜର ହେବା ପାଇଁ ନୋଟିସ୍ କରିଛି । ଇଡି ପକ୍ଷରୁ ଏହି ଆକ୍ସନ ମୁମ୍ୱାଇ ଓ ଅନ୍ୟ ସହରରେ ଏଡିଏଜି କମ୍ପାନି ସହ ଜଡ଼ିତ ୩୫ରୁ ଅଧିକ ଠିକଣାରେ କରାଯାଇଥିବା ଚଢଉ ପରେ ହୋଇଛି । ପିଏମ୍ଏଲ୍ଏ ଅଧିନରେ ଇଡି ଏହି ଚଢଉ କରିଥିଲା । ଆର୍ଥିକ ଅନିୟମିତତା ଓ ଲୋନର ଭୁଲ ବ୍ୟବହାର ଏକ ଜଟିଳ ନେଟୱର୍କ ଉପରେ କେନ୍ଦ୍ରିତ ଅଟେ ।ଇଡି ସନ୍ଦେହ କରୁଛି ଯେ ଅନିଲ ଅମ୍ୱାନୀ ଲୋନ୍ରେ ଜାଲିଆତି କରିଛନ୍ତି । ୧୭୦୦୦ କୋଟି ଟଙ୍କା ଋଣ ଜାଲିଆତି ଓ ମନି ଲଣ୍ଡ୍ରିଂ ମାମଲାରେ ଲୁକଆଉଟ୍ ସର୍କୁଲାର୍ ଜାରି କରିବା ଏବଂ ଯାତ୍ରା ଉପରେ କଟକଣା ଲଗାଇବା, ତଦନ୍ତକାରୀ ଏଜେନ୍ସିର ଗମ୍ଭୀରତାକୁ ଦର୍ଶାଉଛି । ଅନିଲ ଅମ୍ୱାନୀଙ୍କ ବିରୋଧରେ ଏଲଓସି ଜାରି କରିବା ଛୋଟିଆ ପଦକ୍ଷେପ ନୁହେଁ । ଲୁକ୍ଆଉଟ୍ ନୋଟିସ୍ ସେତେବେଳେ ଜାରି କରାଯାଇଥାଏ, ଯେତେବେଳେ ଏଜେନ୍ସିକୁ ଲାଗେ ସମ୍ପୃକ୍ତ ବ୍ୟକ୍ତି ଦେଶ ଛାଡ଼ି ପାରନ୍ତି କିମ୍ୱା ତଦନ୍ତରେ ସହଯୋଗ କରନ୍ତି ନାହିଁ । ଅନିଲ ଅମ୍ବାନୀ ଗ୍ରୁପର ଅନେକ କମ୍ପାନି ଦ୍ୱାରା କରାଯାଇଥିବ
ନୂଆଦିଲ୍ଲୀ: ଅନିଲ ଅମ୍ୱାନୀଙ୍କ ଅଡ଼ୁଆ ବଢିପାରେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ୍ ଧୀରୁଭାଇ ଅମ୍ୱାନୀ ଗ୍ରୁପ୍ (ଏଡିଏଜି) ଅଧ୍ୟକ୍ଷଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ ଜାରି କରିଛି । ଏହାର ଅର୍ଥ ହେଉଛି ଏବେ ସେ ଆଉ ଦେଶ ଛାଡ଼ି ବାହାରକୁ ଯାଇପାରିବେ ନାହିଁ । ୧୭୦୦୦ କୋଟି ଟଙ୍କା ଲୋନ୍ ଫ୍ରଡ୍ ମାମଲାରେ ପଚରାଉଚରା ପାଇଁ ଇଡି ତାଙ୍କୁ ଅଗଷ୍ଟ ୫ରେ ହାଜର ହେବା ପାଇଁ ନୋଟିସ୍ କରିଛି । ଇଡି ପକ୍ଷରୁ ଏହି ଆକ୍ସନ ମୁମ୍ୱାଇ ଓ ଅନ୍ୟ ସହରରେ ଏଡିଏଜି କମ୍ପାନି ସହ ଜଡ଼ିତ ୩୫ରୁ ଅଧିକ ଠିକଣାରେ କରାଯାଇଥିବା ଚଢଉ ପରେ ହୋଇଛି । ପିଏମ୍ଏଲ୍ଏ ଅଧିନରେ ଇଡି ଏହି ଚଢଉ କରିଥିଲା । ଆର୍ଥିକ ଅନିୟମିତତା ଓ ଲୋନର ଭୁଲ ବ୍ୟବହାର ଏକ ଜଟିଳ ନେଟୱର୍କ ଉପରେ କେନ୍ଦ୍ରିତ ଅଟେ ।
ଇଡି ସନ୍ଦେହ କରୁଛି ଯେ ଅନିଲ ଅମ୍ୱାନୀ ଲୋନ୍ରେ ଜାଲିଆତି କରିଛନ୍ତି । ୧୭୦୦୦ କୋଟି ଟଙ୍କା ଋଣ ଜାଲିଆତି ଓ ମନି ଲଣ୍ଡ୍ରିଂ ମାମଲାରେ ଲୁକଆଉଟ୍ ସର୍କୁଲାର୍ ଜାରି କରିବା ଏବଂ ଯାତ୍ରା ଉପରେ କଟକଣା ଲଗାଇବା, ତଦନ୍ତକାରୀ ଏଜେନ୍ସିର ଗମ୍ଭୀରତାକୁ ଦର୍ଶାଉଛି । ଅନିଲ ଅମ୍ୱାନୀଙ୍କ ବିରୋଧରେ ଏଲଓସି ଜାରି କରିବା ଛୋଟିଆ ପଦକ୍ଷେପ ନୁହେଁ । ଲୁକ୍ଆଉଟ୍ ନୋଟିସ୍ ସେତେବେଳେ ଜାରି କରାଯାଇଥାଏ, ଯେତେବେଳେ ଏଜେନ୍ସିକୁ ଲାଗେ ସମ୍ପୃକ୍ତ ବ୍ୟକ୍ତି ଦେଶ ଛାଡ଼ି ପାରନ୍ତି କିମ୍ୱା ତଦନ୍ତରେ ସହଯୋଗ କରନ୍ତି ନାହିଁ ।
ଅନିଲ ଅମ୍ବାନୀ ଗ୍ରୁପର ଅନେକ କମ୍ପାନି ଦ୍ୱାରା କରାଯାଇଥିବା କଥିତ ଆର୍ଥିକ ଅନିୟମିତତା ଏବଂ ୧୦,୦୦୦ କୋଟି ଟଙ୍କାରୁ ଅଧିକ ଋଣ ସ୍ଥାନାନ୍ତର ଉପରେ ଇଡି ତଦନ୍ତ କେନ୍ଦ୍ରିତ । ବିଶେଷକରି, ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣକୁ ବେଆଇନ ଭାବରେ ଅନ୍ୟ ସ୍ଥାନକୁ ପଠାଯାଇଥିଲା । ଏହି ତଦନ୍ତର ଜବାବରେ, ରିଲାଏନ୍ସ ପାୱାର ଏବଂ ରିଲାଏନ୍ସ ଇନଫ୍ରାଷ୍ଟକ୍ଚର ଷ୍ଟକ୍ ଏକ୍ସଚେଞ୍ଜକୁ କହିଥିଲା ଯେ ଇଡି କାର୍ଯ୍ୟାନୁଷ୍ଠାନ ବିଷୟରେ ସେମାନେ ଅବଗତ ଅଛନ୍ତି । କିନ୍ତୁ ଏହି ଚଢଉ ସେମାନଙ୍କର ବ୍ୟବସାୟ, ଆର୍ଥିକ ଅବସ୍ଥା କିମ୍ବା ଅଂଶୀଦାରମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । କମ୍ପାନଗୁଡ଼ିକ କହିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟରେ ଯେଉଁ କାରବାର ବିଷୟରେ ଆଲୋଚନା ହେଉଛି ତାହା ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ (RCOM) ଏବଂ ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ୍ (RHFL) ସହ ଜଡିତ, ଯାହା ୧୦ ବର୍ଷରୁ ଅଧିକ ପୁରୁଣା ।