ଅନୁଗୁଳ ରାଜନଗର ଗାଁରେ ହାତୀ ଉପଦ୍ରବ: ମାଟିରେ ମିଶିଲା ଏକର ଏକର ଧାନ ଓ ପରିବା ଫସଲ

କନକ ବ୍ୟୁରୋ: ହାତୀ ଦାଉରୁ କେବେ ମିଳିବ ରକ୍ଷା। ଖାଉଛନ୍ତି କମ୍,ନଷ୍ଟ କରୁଛନ୍ତି ଅଧିକ। ବର୍ଷ ବର୍ଷ ଧରି ହାତୀ ଉପଦ୍ରବ ରେ ହତାଶ ଚାଷୀ। ପ୍ରାକୃତିକ ବିପର୍ୟ୍ୟୟଠୁ ବଳି ପଡୁଛି ହାତୀ ଉପଦ୍ରବ। ଚାଷୀ ର ଋଣ ସାଙ୍ଗକୁ ବର୍ଷ ଯାକ ଗୁଜୁରାଣ ଚିନ୍ତା। ବନ ବିଭାଗର ସମସ୍ତ ପ୍ରଚେଷ୍ଟା ବିଫଳ। ଅନୁଗୋଳ ବନ୍ତଳା ଅଞ୍ଚଳରେ ସର୍ବାଧିକ ଫସଲ ନଷ୍ଟ। ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ରାଜନଗର ଗାଁରେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ରାତି ହେଲେ ଧାନଜମିରେ ଡେରା ପକାଉଛନ୍ତି । ବର୍ଷକର ଫସଲ ଦଳିଚକଟି ଉଜାଡ଼ି ଦେଇଛନ୍ତି। ଏକର ଏକର ଧାନ ଓ ପରିବା ଫସଲ ହାତୀ ଦଳାଚକଟି ମାଟିରେ ମିଶାଇ ଦେଇଛନ୍ତି । ଯାହା ଦେଖି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀ ରୁଣ କେମିତି ସୁଝିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।  ଫସଲ ଭଲ ହୋଇଥିବାରୁ ଭଲ ରୋଜଗାରର ଆଶାଥିଲା । ହେଲେ ଚାଷୀଙ୍କ ସୁନେଲି ସ୍ବପ୍ନ ଉଜାଡ଼ିଦେଇଛି ଜଙ୍ଗଲି ହାତୀ । ବନବିଭାଗ ଓ ସରକାରଙ୍କ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଚାଷୀ । ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି ରାଜନଗର ବାସିନ୍ଦା ।    ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ପ୍ରାୟ ସମସ୍ତ ଗାଁରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ବନବିଭାଗ ହାତୀପଲକୁ ଆୟତ କରିବା ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ବିଫଳ ହୋଇଛି । ଯାହାର ପରିଣାମ ଭୋଗୁଛନ୍

ଅନୁଗୁଳ ରାଜନଗର ଗାଁରେ ହାତୀ ଉପଦ୍ରବ: ମାଟିରେ ମିଶିଲା ଏକର ଏକର ଧାନ ଓ ପରିବା ଫସଲ

କନକ ବ୍ୟୁରୋ: ହାତୀ ଦାଉରୁ କେବେ ମିଳିବ ରକ୍ଷା। ଖାଉଛନ୍ତି କମ୍,ନଷ୍ଟ କରୁଛନ୍ତି ଅଧିକ। ବର୍ଷ ବର୍ଷ ଧରି ହାତୀ ଉପଦ୍ରବ ରେ ହତାଶ ଚାଷୀ। ପ୍ରାକୃତିକ ବିପର୍ୟ୍ୟୟଠୁ ବଳି ପଡୁଛି ହାତୀ ଉପଦ୍ରବ। ଚାଷୀ ର ଋଣ ସାଙ୍ଗକୁ ବର୍ଷ ଯାକ ଗୁଜୁରାଣ ଚିନ୍ତା। ବନ ବିଭାଗର ସମସ୍ତ ପ୍ରଚେଷ୍ଟା ବିଫଳ। ଅନୁଗୋଳ ବନ୍ତଳା ଅଞ୍ଚଳରେ ସର୍ବାଧିକ ଫସଲ ନଷ୍ଟ।

ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ ରାଜନଗର ଗାଁରେ ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି ହାତୀପଲ । ରାତି ହେଲେ ଧାନଜମିରେ ଡେରା ପକାଉଛନ୍ତି । ବର୍ଷକର ଫସଲ ଦଳିଚକଟି ଉଜାଡ଼ି ଦେଇଛନ୍ତି। ଏକର ଏକର ଧାନ ଓ ପରିବା ଫସଲ ହାତୀ ଦଳାଚକଟି ମାଟିରେ ମିଶାଇ ଦେଇଛନ୍ତି । ଯାହା ଦେଖି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀ ରୁଣ କେମିତି ସୁଝିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

 ଫସଲ ଭଲ ହୋଇଥିବାରୁ ଭଲ ରୋଜଗାରର ଆଶାଥିଲା । ହେଲେ ଚାଷୀଙ୍କ ସୁନେଲି ସ୍ବପ୍ନ ଉଜାଡ଼ିଦେଇଛି ଜଙ୍ଗଲି ହାତୀ । ବନବିଭାଗ ଓ ସରକାରଙ୍କ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଚାଷୀ । ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ଦାବି କରିଛନ୍ତି ରାଜନଗର ବାସିନ୍ଦା ।   

ଅନୁଗୁଳ ଜିଲ୍ଲାର ବନ୍ତଳା ଅଞ୍ଚଳରେ ପ୍ରାୟ ସମସ୍ତ ଗାଁରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ବନବିଭାଗ ହାତୀପଲକୁ ଆୟତ କରିବା ପାଇଁ ଅନେକ ଯୋଜନା କରୁଥିଲେ ମଧ୍ୟ ବିଫଳ ହୋଇଛି । ଯାହାର ପରିଣାମ ଭୋଗୁଛନ୍ତି ଚାଷୀ। ଅକ୍ଳାନ୍ତ ପରିଶ୍ରମ କରି ଚାଷ କରିଥିବା ଚାଷୀ କ୍ଷତି ସହିବାକୁ ପଡ଼ୁଛି ।