ଅନୁମୋଦନ ଅପେକ୍ଷାରେ ‘ଅପରାଜିତା’, ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ବିଧାନସଭା ଦ୍ୱାରା ପାରିତ ବଳାତ୍କାର ବିରୋଧୀ ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଛନ୍ତି । ବିଧେୟକର ଅନୁବାଦ ଉପଲବ୍ଧ କରାଇବାରେ ବିଧାନସଭା ସଚିବାଳୟର ବିଫଳତା ଉପରେ ରାଜଭବନ ଅସନ୍ତୋଷ ବ୍ୟକ୍ତ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଦ୍ୱାରା ବିଧେୟକଙ୍କୁ ମଞ୍ଜୁରୀ ନଦିଆଯିବା ପରେ ରାଜଭବନ ବାହାରେ ଧାରଣା ଦେବାର ଧମକ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଡରାଇବା-ଧମକାଇବା ଆଭିମୁଖ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରଥିଲେ ରାଜ୍ୟପାଳ ସିଭି ବୋଷ । ଏହାସହ ସରକାରଙ୍କୁ ଆଇନ ଏବଂ ସାମ୍ୱିଧାନିକ ମର୍ଯ୍ୟଦାର ପାଳନ କରିବାରେ ବିଫଳ ଥିବା କହିଥିଲେ ।ସୂଚନା ଅନୁସାରେ ଅପରାହ୍ଣରେ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ବୈଷୟିକ ରିପୋର୍ଟ ରାଜ୍ୟପାଳଙ୍କୁ ଉପଲବ୍ଧ କରାଯାଇଥିଲା । ତରବରିଆ ଭାବେ ପାରିତ ବିଧେୟକରେ ଥିବା ଦୁର୍ବଳତା ଆଡ଼କୁ ରାଜ୍ୟପାଳ ଇଙ୍ଗିତ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ ଲୋକେ ଏହି ବିଧେୟକ ଲାଗୁ ହେବା ଯାଏ ଅପେକ୍ଷା କରିପାରିବେ ନାହିଁ । ସେମାନେ ନ୍ୟାୟ ଚାହୁଁଛନ୍ତି ଏବଂ ବର୍ତ୍ତମାନର ଆଇନ ପରିଧିରେ ହିଁ ନ୍ୟାୟ ମିଳିବା ଦରକାର । ସରକାରଙ୍କ ପ୍ରଭାବୀ ଢଙ୍ଗରେ କାମ କରିବା ଦରକାର, ଲୋକଙ୍କୁ ନ୍ୟାୟ ମିଳିବା ଦରକାର । ନିଜ ଝିଅକୁ ହରାଇଥିବା ମାଆଙ୍କ ଲୁହ ପୋଛିବା ସରକାରଙ୍କ କର୍ତ୍ତବ୍ୟ । ରାଜ୍ୟପାଳ ବିଧେୟକରେ ସ୍ପଷ୍ଟ ଦୋଷ

ଅନୁମୋଦନ ଅପେକ୍ଷାରେ ‘ଅପରାଜିତା’, ବିଲ୍‌କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ବିଧାନସଭା ଦ୍ୱାରା ପାରିତ ବଳାତ୍କାର ବିରୋଧୀ ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇଛନ୍ତି । ବିଧେୟକର ଅନୁବାଦ ଉପଲବ୍ଧ କରାଇବାରେ ବିଧାନସଭା ସଚିବାଳୟର ବିଫଳତା ଉପରେ ରାଜଭବନ ଅସନ୍ତୋଷ ବ୍ୟକ୍ତ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଦ୍ୱାରା ବିଧେୟକଙ୍କୁ ମଞ୍ଜୁରୀ ନଦିଆଯିବା ପରେ ରାଜଭବନ ବାହାରେ ଧାରଣା ଦେବାର ଧମକ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଡରାଇବା-ଧମକାଇବା ଆଭିମୁଖ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରଥିଲେ ରାଜ୍ୟପାଳ ସିଭି ବୋଷ । ଏହାସହ ସରକାରଙ୍କୁ ଆଇନ ଏବଂ ସାମ୍ୱିଧାନିକ ମର୍ଯ୍ୟଦାର ପାଳନ କରିବାରେ ବିଫଳ ଥିବା କହିଥିଲେ ।

ସୂଚନା ଅନୁସାରେ ଅପରାହ୍ଣରେ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ ବୈଷୟିକ ରିପୋର୍ଟ ରାଜ୍ୟପାଳଙ୍କୁ ଉପଲବ୍ଧ କରାଯାଇଥିଲା । ତରବରିଆ ଭାବେ ପାରିତ ବିଧେୟକରେ ଥିବା ଦୁର୍ବଳତା ଆଡ଼କୁ ରାଜ୍ୟପାଳ ଇଙ୍ଗିତ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ ଲୋକେ ଏହି ବିଧେୟକ ଲାଗୁ ହେବା ଯାଏ ଅପେକ୍ଷା କରିପାରିବେ ନାହିଁ । ସେମାନେ ନ୍ୟାୟ ଚାହୁଁଛନ୍ତି ଏବଂ ବର୍ତ୍ତମାନର ଆଇନ ପରିଧିରେ ହିଁ ନ୍ୟାୟ ମିଳିବା ଦରକାର । ସରକାରଙ୍କ ପ୍ରଭାବୀ ଢଙ୍ଗରେ କାମ କରିବା ଦରକାର, ଲୋକଙ୍କୁ ନ୍ୟାୟ ମିଳିବା ଦରକାର । ନିଜ ଝିଅକୁ ହରାଇଥିବା ମାଆଙ୍କ ଲୁହ ପୋଛିବା ସରକାରଙ୍କ କର୍ତ୍ତବ୍ୟ । ରାଜ୍ୟପାଳ ବିଧେୟକରେ ସ୍ପଷ୍ଟ ଦୋଷ ଏବଂ ଦୁର୍ବଳତା ଆଡ଼କୁ ଇଙ୍ଗିତ କରିଛନ୍ତି ଏବଂ ସରକାରଙ୍କୁ ବିନା ଭାବି-ବିଚାରି ପ୍ରତିକ୍ରିୟା ଦେବା ପରିବର୍ତ୍ତେ ନିଜ ହୋମୱାର୍କ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମମତା ସରକାର ଚାପରେ ରହିଛି । ଚାରିଆଡ଼ୁ ଘେରି ହେବା ପରେ ସରକାର ଗତ ମଙ୍ଗଳବାର ରାଜ୍ୟ ବିଧାନସଭାରେ ‘ଅପରାଜିତା’ ବିଲ୍ ପାସ୍ କରିଥିଲେ । ଏଥିରେ ଦୁଷ୍କର୍ମ ମାମଲାରେ ଦୋଷୀକୁ ଫାଶୀ ସହ କଠୋର ଦଣ୍ଡର ବ୍ୟବସ୍ଥା ରହିଛି । ଭାରତରେ ଅପରାଧିକ ଆଇନ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ରହିଛି । ତେବେ ଅପରାଜିତା ବିଲକୁ ଆଇନରେ ପରିଣତ ହେବାକୁ ହେଲେ ପ୍ରଥମେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଦରକାର ପଡ଼ିବ ।