ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ
ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶର ବିଭିନ୍ନ ସାମଗ୍ରୀ ପାଇଁ ଷ୍ଟଲଗୁଡିକ ସ୍ଥାନ ପାଇଥିଲା। ଓଡିଶାରୁ ମଧ୍ୟ ମିଶନ ଶକ୍ତି ସମେତ ବିଭିନ୍ନ ହସ୍ତତନ୍ତ୍ର, ସମ୍ବଲପୁରୀ ଆଦି ଅନେକ ଷ୍ଟଲ ସ୍ଥାନ ପାଇଥିଲା। ଓଡିଶା ବ୍ୟବସାୟୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା। ବାଣିଜ୍ୟ ମେଳା […] The post ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ appeared first on Dharitri Odia News.
ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ):ଦେଶର ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଯାପିତ ହୋଇଯାଇଛି। ଉକ୍ତ ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟ ସମେତ ବିଦେଶର ବିଭିନ୍ନ ସାମଗ୍ରୀ ପାଇଁ ଷ୍ଟଲଗୁଡିକ ସ୍ଥାନ ପାଇଥିଲା। ଓଡିଶାରୁ ମଧ୍ୟ ମିଶନ ଶକ୍ତି ସମେତ ବିଭିନ୍ନ ହସ୍ତତନ୍ତ୍ର, ସମ୍ବଲପୁରୀ ଆଦି ଅନେକ ଷ୍ଟଲ ସ୍ଥାନ ପାଇଥିଲା। ଓଡିଶା ବ୍ୟବସାୟୀ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ସହ ଭଲ ବ୍ୟବସାୟ ମଧ୍ୟ କରିଥିଲା। ବାଣିଜ୍ୟ ମେଳା ଚୟନ କମିଟି ପକ୍ଷରୁ ଓଡିଶାକୁ ଦିତୀୟ ସ୍ଥାନ ପ୍ରଦାନ କରି ପୁରସ୍କାର କରାଯାଇଥିବାବେଳେ ମଧ୍ୟପ୍ରଦେଶକୁ ପ୍ରଥମ ଓ ଆସାମକୁ ତୃତୀୟ ସ୍ଥାନ ପ୍ରଦାନ କରାଯାଇ ପ୍ରମାଣ ପତ୍ର ସହ ପୁରସ୍କାର, ଟ୍ରଫି ଆଦି ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଓଡିଶା ମିଶନଶକ୍ତି ପକ୍ଷରୁ ପାରମ୍ପରିକ ଖାଦ୍ୟ, ମାଣ୍ଡିଆରେ ପ୍ରସ୍ତୁତି ବିଭିନ୍ନ ଖାଦ୍ୟ ସମେତ କନ୍ଧମାଳ ହଳଦୀ ଝୁଣା, ସୋରିଷ ଅଦା, ପାଳୁଅ, ଆଡିଶା ପିଠା, ତେନ୍ତୁଳି, ମହୁ, ମସଲା ଜାତୀୟ ସାମଗ୍ରୀ, କୋରାପୁଟ କଫି, ଏବଂ ବିଭିନ୍ନ ଜିଲ୍ଲାରୁ ଆଚାର ପାମ୍ପ ଓ ବିଭିନ୍ନ ବ୍ୟବହାରଯୁକ୍ତ ସାମଗ୍ରୀ ବିକ୍ରୀ କରିଥିଲେ। ଯାହାର କି ଉକ୍ତ ମେଳାରେ ଅଧିକା ଚାହିଦା ରହିଥିଲା। ଉକ୍ତ ମେଳାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏମପି ପ୍ରତାପ ଷଡ଼ଙ୍ଗୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଏକାଧିକ ବିଧାୟକ, ଏମପି ଗସ୍ତ କରି ଓଡିଶାର ବ୍ୟବସାୟୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମେଳା ୧୪ରୁ ଆରମ୍ଭ ହୋଇ ୨୭ରେ ଉଦଯାପିତ ହୋଇଛି।
The post ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଓଡିଶା ଷ୍ଟଲକୁ ମିଳିଲା ଦ୍ୱିତୀୟ ସ୍ଥାନ appeared first on Dharitri Odia News.