ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ ମିଳିଛି। ପିଟର ଓ ପଲ ଦୁର୍ଗର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ବିଶ୍ବର ୨୧ ବାଲୁକା ଶିଳ୍ପୀଙ୍କ ମଧ୍ୟରେ ସୁଦର୍ଶନ ପଟ୍ଟନାୟକ ଶ୍ରେଷ୍ଠତ୍ବ ପ୍ରମାଣିତ କରିଛନ୍ତି। ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ […]

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ ମିଳିଛି। ପିଟର ଓ ପଲ ଦୁର୍ଗର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି। ବିଶ୍ବର ୨୧ ବାଲୁକା ଶିଳ୍ପୀଙ୍କ ମଧ୍ୟରେ ସୁଦର୍ଶନ ପଟ୍ଟନାୟକ ଶ୍ରେଷ୍ଠତ୍ବ ପ୍ରମାଣିତ କରିଛନ୍ତି।

ସୂଚନା ଅନୁସାରେ ସୁଦର୍ଶନ ପଟ୍ଟନାୟକ ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେ ଏହି ପ୍ରତିଯୋଗିତାରେ ‘ପେଟର ଆଣ୍ଡ ପଲ୍‌’ର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଜୁଲାଇ ୧୨ (ଶୁକ୍ରବାର) ଶେଷ ହୋଇଛି। ଉଦ୍‌ଯାପନୀ ଦିବସରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।