ଅନ୍ତର୍ଜାତୀୟ ମହିଳା ଦିବସ: ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ୨୭ ମହିଳାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ଵର: ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଆସନ୍ତା ଶୁକ୍ରବାର ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଦୈନିକ ସମ୍ବାଦପତ୍ର ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ ‘ଓ୍ଵିମେନ ଆଚିଭରସ୍ ଅଫ ଓଡିଶା'(ଓ୍ଵାଓ) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୫୦ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ୨୭ ଜଣଙ୍କୁ ଚୟନ କରାଯାଇଛି। ଏହା ଓ୍ଵାଓର ଚତୁର୍ଥ ସଂସ୍କରଣ। ଏହି କାର୍ଯ୍ୟକ୍ରମକୁ ସୁମା ରିଏଲ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶାଶ୍ଵତୀ ଦାସ, ପ୍ରମେୟ ଓ ନ୍ୟୁଜସେଭନର ସିଇଓ ସୁନିଲ ଦାସ, ପ୍ରମେୟର ପବଲିସର ପ୍ରଭାତରଞ୍ଜନ ନାୟକ, ନ୍ୟୁଜସେଭେନର କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ସୋଆ ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା, ପ୍ରମେୟ ଓ ନ୍ୟୁଜସେଭେନର ସେଲ୍ସ ଆଣ୍ଡ ମାର୍କେଟିଂର ଡିରେକ୍ଟର ହିମାଂଶୁ ହୋତା ଓ ପ୍ରମେୟର ନ୍ୟୁଡ୍ ଏଡିଟର ଧିରେନ୍ଦ୍ର ନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଏହା ପରେ ସୁମା ରି
ଭୁବନେଶ୍ଵର: ମହିଳାଙ୍କ ସଶକ୍ତୀକରଣ ପାଇଁ ଏବଂ ସମାଜରେ ସେମାନଙ୍କର ମର୍ଯ୍ୟାଦା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତୀୟ ମହିଳା ଦିବସ। ଆସନ୍ତା ଶୁକ୍ରବାର ସମଗ୍ର ବିଶ୍ଵରେ ଏହି ଦିବସ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଦୈନିକ ସମ୍ବାଦପତ୍ର ପ୍ରମେୟ, ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍-୭ ଓ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଉତ୍ସବ ‘ଓ୍ଵିମେନ ଆଚିଭରସ୍ ଅଫ ଓଡିଶା'(ଓ୍ଵାଓ) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ଜଣ ସାହାସୀ ଓ ସଫଳ ଓଡିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୪୫୦ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ୨୭ ଜଣଙ୍କୁ ଚୟନ କରାଯାଇଛି। ଏହା ଓ୍ଵାଓର ଚତୁର୍ଥ ସଂସ୍କରଣ।

ଏହି କାର୍ଯ୍ୟକ୍ରମକୁ ସୁମା ରିଏଲ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶାଶ୍ଵତୀ ଦାସ, ପ୍ରମେୟ ଓ ନ୍ୟୁଜସେଭନର ସିଇଓ ସୁନିଲ ଦାସ, ପ୍ରମେୟର ପବଲିସର ପ୍ରଭାତରଞ୍ଜନ ନାୟକ, ନ୍ୟୁଜସେଭେନର କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ, ସୋଆ ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା, ପ୍ରମେୟ ଓ ନ୍ୟୁଜସେଭେନର ସେଲ୍ସ ଆଣ୍ଡ ମାର୍କେଟିଂର ଡିରେକ୍ଟର ହିମାଂଶୁ ହୋତା ଓ ପ୍ରମେୟର ନ୍ୟୁଡ୍ ଏଡିଟର ଧିରେନ୍ଦ୍ର ନାରାୟଣ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଏହା ପରେ ସୁମା ରିଏଲ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶାଶ୍ଵତୀ ଦାସ, ପ୍ରମେୟ ଓ ନ୍ୟୁଜସେଭନର ସିଇଓ ସୁନୀଲ ଦାସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ଜଣ ସାହାସୀ ଓ ସଫଳ ଓଡ଼ିଆ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ୍ଵାଓ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ସମ୍ମାନିତ ୨୭ ଜଣଙ୍କ ମଧ୍ୟରେ ଲକି ଡ୍ର କରାଯାଇ ଜଣଙ୍କୁ ଇ-ସ୍କୁଟର ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସମ୍ମାନିତ ମହିଳାଙ୍କ ଚୟନ ୫ ଜଣିଆ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀର ସଦସ୍ୟ କରିଥିଲେ। ଏହି ପାଞ୍ଚ ବିଚାରକ ହେଉଛନ୍ତି ଡ. ଗାୟତ୍ରୀବାଳା ପଣ୍ଡା, ଓଡ଼ିଆ ଫିଲ୍ମର ଅଭିନେତ୍ରୀ ପୁଷ୍ପା ପଣ୍ଡା, ଶିକ୍ଷାବିତ୍, ଲେଖକ ତଥା ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆର ସାଂସ୍କୃତିକ ଆମ୍ବାସଡର ସ୍ଵପ୍ନା ବେହେରା, ଅନ୍ତର୍ଜାତୀୟ ମହିଳା କରାଟେ ଖେଳାଳି ଚିନ୍ମୟୀ ବେହେରା ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ଡ. ନିଧି ଗର୍ଗ। ସଭିଙ୍କୁ ଶ୍ରୀମତି ଶାଶ୍ଵତୀ ଦାସ ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତ୍ରୀ ଭୂମିକା ଦାସ ଓ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଯୋଗ ଦେଇଥିଲେ। ଅଭିନେତ୍ରୀ ଅନୁ ଚୌଧୁରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ସଂପ୍ରତି ମହିଳାଙ୍କଠୁ ମ୍ୟାନେଜମେଣ୍ଟ ଦାୟିତ୍ଵ ଶିଖିବା ଉଚିତ୍। ଘରର ଗୃହିଣୀ ଆଜି ସବୁ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ସହ ସ୍ଵତନ୍ତ୍ର ଛାପ ଛାଡ଼ିଛି। ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ଶେଷରେ ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ସିଇଓ ସୁନିଲ ଦାସ, ଗ୍ରୁପ ଡାଇରେକ୍ଟର, ସେଲ୍ସ ଏବଂ ମାର୍କେଟିଂ(ପ୍ରମେୟ ଏବଂ ନ୍ୟୁଜ୍-୭) ଶ୍ରୀ ହିମାଂଶୁ ହୋତା, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ, ପ୍ରମେୟର ନ୍ୟୁଜ୍ ଏଡିଟର ଧୀରେନ୍ଦ୍ର ନାରାୟଣ ମିଶ୍ର, ନ୍ୟଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, ପ୍ରମେୟ ନ୍ୟୁଜ୍୭ ଡିଜିଟାଲ ମୁଖ୍ୟ ଅମରେଶ ଦାସ, ପ୍ରମେୟର ଚିଫ୍ ଅଫ୍ ବ୍ୟୁରୋ ଦେବେନ୍ଦ୍ର ସୁଆର, ଡିଜିଏମ ସର୍କୁଲେସନ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
The post ଅନ୍ତର୍ଜାତୀୟ ମହିଳା ଦିବସ: ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ୨୭ ମହିଳାଙ୍କୁ ସମ୍ବର୍ଦ୍ଧନା appeared first on Prameya News7.