ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି। ଯାହା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ। ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ବିୟୁଟି କଣ୍ଟେଷ୍ଟରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ। ଦାମନଯୋଡିର ଅର୍ଧେନ୍ଦୁ କୁମାର ପାତ୍ର ଓ ଶ୍ରୀଦେବୀଙ୍କ କନ୍ୟା ଅନୁଶ୍ରୀ ଛୋଟ ବେଳୁ ମଡେଲିଂରେ ରୁଚି ରଖିଥିଲେ। ପାଠ ପଢା ସହିତ […] The post ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ appeared first on Dharitri Odia News.

ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ

କୋରାପୁଟ,୨୫।୧୨(ଅମିତାଭ ବେହେରା): କୋରାପୁଟ ଭଳି ଏକ ଆଦିବାସୀ ପଛୁଆ ଜିଲାର ଝିଅ ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ବିୟୁଟି କଣ୍ଟେଷ୍ଟରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରି ସଫଳ ହୋଇଛନ୍ତି। ଯାହା ଜିଲା ପାଇଁ ଗର୍ବ ଓ ଗୌରବର ବିଷୟ। ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ବିୟୁଟି କଣ୍ଟେଷ୍ଟରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ।

ଦାମନଯୋଡିର ଅର୍ଧେନ୍ଦୁ କୁମାର ପାତ୍ର ଓ ଶ୍ରୀଦେବୀଙ୍କ କନ୍ୟା ଅନୁଶ୍ରୀ ଛୋଟ ବେଳୁ ମଡେଲିଂରେ ରୁଚି ରଖିଥିଲେ। ପାଠ ପଢା ସହିତ ମଡେଲିଂରେ ରୁଚି ରଖି ଆଜି ନିଜର ସ୍ୱପ୍ନ ପୂରଣ କରି ପାରିଛନ୍ତି। ୨୦୨୪ ମିଷ୍ଟିକ୍‌ରେ ସଫଳତା ପାଇବା ପରେ ଏବେ ଜାତୀୟ ସ୍ତରରେ ମିସ ୟୁନିଭସ ଓଡିଶା ପାଇଁ ସଫଳତା ଲାଭ କରିଛନ୍ତି। ରାଜସ୍ଥାନ ଜୟପୁର ଜି ଷ୍ଟଡ଼ିଓରେ ଜାତୀୟ ସ୍ତରୀୟ ମିଷ୍ଟିକ୍‌ ୟୁନିଭସ ହୋଇଥିଲା। ଏଥିରେ କୋଡିଏରୁ ଉର୍ଦ୍ଧ ରାଜ୍ୟର ବିୟୁଟି କଣ୍ଟେଷ୍ଟ ମାନେ ଯୋଗ ଦେଇଥିଲେ। ୨0 ଜଣଙ୍କ ଭିତରୁ ଅନ୍ତର୍ଜାତୀୟ ସ୍ତରକୁ ଚାରି ଜଣ ମନୋନୀତ ହୋଇଛନ୍ତି। ସେଥି ମଧ୍ୟରୁ ଓଡ଼ିଶାରୁ ଅନୁଶ୍ରୀ ରହିଛନ୍ତି। ଆଗକୁ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ମିଷ୍ଟିକ୍‌ ୟୁନିଭସରେ ଭାରତ ପାଇଁ ସେ ପ୍ରତିନିଧିତ୍ୱ କରିବେ।

ଅନୁଶ୍ରୀଙ୍କ ସଫଳତାକୁ ନେଇ ତାଙ୍କ ପରିବାର ସାଙ୍ଗସାଥିଙ୍କ ସମେତ କୋରାପୁଟ ବାସିନ୍ଦା ଗର୍ବ ଅନୁଭବ କରିଛନ୍ତି। କୋରାପୁଟ ଭଳି ଏକ ଆଦିବାସୀ ବହୁଳ ପଛୁଆ ଜିଲାରୁ ଯାଇ ଭାରତ ପାଇଁ ପ୍ରନିଧିତ୍ୱ କରିବାକୁ ନେଇ କୋରାପୁଟ ବାସିନ୍ଦା ବେଶ ପ୍ରଶଂସା କରିଛନ୍ତି। ରାଜସ୍ଥାନ ଜୟପୁରରୁ ସଫଳତା ନେଇ ଘରକୁ ଫେରିବା ପରେ ପରିବାର ଓ ସାଙ୍ଗ ସାଥି ମାନେ ତାଙ୍କୁ ବନ୍ଦାପନା ଫୁଲତୋଡ଼ା ଓ ମିଠା ଖୁଆଇ ସ୍ୱାଗତ କରିଥିଲେ। ଝିଅର ଏଇ ସଫଳତାକୁ ନେଇ ତାଙ୍କ ବାପା ମା’ ବେଶ ଗର୍ବ କରିଛନ୍ତି। ତାଙ୍କ ଝିଅ ଭାରତ ପାଇଁ ପ୍ରତିନଧିତ୍ୱ କରିବ। ଇଚ୍ଛା ଶକ୍ତି ଥିଲେ ଜଣେ ଆଗକୁ ଯାଇ ପାରିବ ପଛୁଆ ଜିଲା ହେଲେ ମଧ୍ୟ ନିଜର ଆତ୍ମା ବିଶ୍ୱାସ ଉପରେ ସର୍ବଦା ବିଶ୍ୱାସ ରଖି ଆଗକୁ ଗଲେ ଦିନେ ନା ଦିନେ ସଫଳତା ମିଳିବ ବୋଲି ଅନୁଶ୍ରୀ କହିଛନ୍ତି।

The post ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚମକିବେ କୋରାପୁଟ ଝିଅ ଅନୁଶ୍ରୀ appeared first on Dharitri Odia News.