ଅନ୍ତେବାସୀଙ୍କୁ ନିର୍ଯାତନା ଅଭିଯୋଗ । ନିମ୍ନ ମାନର ଖାଦ୍ୟ ସହ ଦିଆଯାଉଛି ମାଡ଼ ।
କନକ ବ୍ୟୁରୋ : ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ନିର୍ଯାତନା । ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ସ୍ଥିତ ସମର୍ଥ କେନ୍ଦ୍ରରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ସହ ଦିଆଯାଉଛି ଅକଥନୀୟ ନିର୍ଯାତନା । କଥା କଥାରେ ମାଡ଼ ଓ ଗାଳି କରୁଛନ୍ତି କେନ୍ଦ୍ର ପରିଚାଳକା । ଆପଣଙ୍କ ଟିଭି ସ୍କ୍ରିନ୍ରେ ମାଡ଼ ସମୟର ଏକ୍ସକ୍ଲୁସିଭ୍ ଦୃଶ୍ୟ। ଦିବ୍ୟାଙ୍ଗଙ୍କୁ କିଭଳି ଖାଦ୍ୟ ପରସା ଯାଉଛି ଦେଖନ୍ତୁ। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରଖାଯିବା ସହ ଦିଆଯାଉଛି ମାଡ଼। ଅନ୍ତେବାସୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି ଚଢାଉ କରିଛି ପୋଲିସ। ସେପଟେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସମର୍ଥ ଥଇଥାନ କେନ୍ଦ୍ରର ସମ୍ପାଦକ ଓ ସହାୟିକା ।

କନକ ବ୍ୟୁରୋ : ମାନସିକ ଅନଗ୍ରସର ଦିବ୍ୟାଙ୍ଗ ଥଇଥାନ କେନ୍ଦ୍ରରେ ନିର୍ଯାତନା । ସମ୍ବଲପୁର ଧନୁପାଲି ଥାନା ପୁଟିବନ୍ଧ ସ୍ଥିତ ସମର୍ଥ କେନ୍ଦ୍ରରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ତେବାସୀଙ୍କୁ ନିମ୍ନ ମାନର ଖାଦ୍ୟ ସହ ଦିଆଯାଉଛି ଅକଥନୀୟ ନିର୍ଯାତନା । କଥା କଥାରେ ମାଡ଼ ଓ ଗାଳି କରୁଛନ୍ତି କେନ୍ଦ୍ର ପରିଚାଳକା ।
ଆପଣଙ୍କ ଟିଭି ସ୍କ୍ରିନ୍ରେ ମାଡ଼ ସମୟର ଏକ୍ସକ୍ଲୁସିଭ୍ ଦୃଶ୍ୟ। ଦିବ୍ୟାଙ୍ଗଙ୍କୁ କିଭଳି ଖାଦ୍ୟ ପରସା ଯାଉଛି ଦେଖନ୍ତୁ। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ରଖାଯିବା ସହ ଦିଆଯାଉଛି ମାଡ଼। ଅନ୍ତେବାସୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ସମର୍ଥ କେନ୍ଦ୍ରରେ ପହଞ୍ଚି ଚଢାଉ କରିଛି ପୋଲିସ। ସେପଟେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସମର୍ଥ ଥଇଥାନ କେନ୍ଦ୍ରର ସମ୍ପାଦକ ଓ ସହାୟିକା ।