ଅନ୍ତ୍ୟୋଦୟ ଗୃହ ଯୋଜନା: ପାଟଣା ବ୍ଲକରେ ୧୧୦, ସାହରପଡ଼ା ବ୍ଲକର ୭୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ
ପାଟଣା,୩୦।୩(ବୀରକିଶୋର ଦାଶ ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣାଠାରୁ ଆଭାସି ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ପାଟଣା ବ୍ଲକ ପରିସରରେ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା […] The post ଅନ୍ତ୍ୟୋଦୟ ଗୃହ ଯୋଜନା: ପାଟଣା ବ୍ଲକରେ ୧୧୦, ସାହରପଡ଼ା ବ୍ଲକର ୭୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ appeared first on Dharitri Odia News.
ପାଟଣା,୩୦।୩(ବୀରକିଶୋର ଦାଶ ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କଳାହାଣ୍ଡି ଜିଲା ଭବାନୀପାଟଣାଠାରୁ ଆଭାସି ମାଧ୍ୟମରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକ ପରିସରରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଛି। ପାଟଣା ବ୍ଲକ ପରିସରରେ ବିଡିଓ ମାନସ କୁମାର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ , କେନ୍ଦୁଝର ଏମ୍ପି ଅନନ୍ତ ନାୟକଙ୍କ ବ୍ଲକ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶଙ୍କ ସହ ଜିଲା ପରିଷଦ ସଦସ୍ୟଙ୍କ ସହ ବ୍ଲକର ବିଭିନ୍ନ ଅଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ। ଶିକ୍ଷକ ପାର୍ଥ ସାରଥୀ ବେଜଙ୍କ ସଂଯୋଜନାରେ ମଞ୍ଚ ପରିଚାଳନା ହୋଇଥିଲା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅସହାୟ, ଭିନ୍ନକ୍ଷମ ,ହାତୀ ଦ୍ୱାରା ଘର ଭାଙ୍ଗି ଥିବା ପରିବାର, ବିଧବା ,ସହିଦ ପରିବାରକୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରି ଆବାସ ଗୃହ ବଣ୍ଟନ କରାଯାଇଛି। ପାଟଣା ବ୍ଲକର ୧୧୦ ଜଣ ହିତାଧିକାରୀଙ୍କୁ ଅନ୍ତଦୟ ଗୃହ ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ କାରାଯାଇଛି। ସେହିଭଳି ସାହାରପଡ଼ା ବ୍ଲକରେ ୭୩ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସାହାରପଡ଼ା ବିଡିଓ ରଞ୍ଜିତ କୁମାର ମହାନ୍ତ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
The post ଅନ୍ତ୍ୟୋଦୟ ଗୃହ ଯୋଜନା: ପାଟଣା ବ୍ଲକରେ ୧୧୦, ସାହରପଡ଼ା ବ୍ଲକର ୭୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ appeared first on Dharitri Odia News.