ଅନ୍ଧ ବିଶ୍ୱାସର କରୁଣ ପରିଣତି, କାନ୍ଦୁଥିଲା ମାସକର ଶିଶୁ, ଦେଇଚାଲିଲେ ଚେଙ୍କ

ଉମରକୋଟ ୦୩/୦୩: ଅନ୍ଧ ବିଶ୍ୱାସର କରୁଣ ପରିଣତି । ମଣିଷ ଭୁଲିଗଲା ମାନବିକତା । ମାସକର ଶିଶୁକୁ ଦେଲେ ୪୦ ଚେଙ୍କ । ଛୁଆର ଦେହରେ ଦିଆଯାଇଛି ୪୦ ରୁ ଉର୍ଦ୍ଧ ଜାଗାରେ ଚେଙ୍କ ଦିଆଯାଇଛି । ବର୍ତ୍ତମାନ ଛୁଆଟି ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତିହୋଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଠାରେ । ସୂଚନା ଥାଉକି, ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ପୁଅର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ପିଲାଟିକୁ ଦେଖିଲେ ଜଣାପଡୁଛି ଯେ ଛୁଆଟିର ପେଟରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନାହିଁ । ମିଳିଥିବା ସୂଚନା ଅନୁସାରେ ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଅସୁସ୍ଥ ହୋଇ ବାରମ୍ବାର କାନ୍ଦୁଥିଲା । ତେବେ ଏହା ଦେଖିକି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ ଦିଆଯାଇଛି । ତେବେ ପରିବାର ଲୋକ କହିବା ଅନୁଯାୟୀ ଚେଙ୍କ ମାରିବା ପରେ କିଛି ଦିନ ଛୁଆଟି ଆଉ କାନ୍ଦିନଥିଲା । କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଛୁଆଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି କାନ୍ଦିବା ଆରମ୍ଭ କରିଥିଲା । ଅନ୍ୟପଟେ ଛୁଆଟିର କାନ୍ଦ ଦେଖି ପରିବାର ଲୋକେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା ଜାରି ରଖିଛନ୍ତି ।  ଅନ୍ୟପଟେ କେଉଁ

ଅନ୍ଧ ବିଶ୍ୱାସର କରୁଣ ପରିଣତି, କାନ୍ଦୁଥିଲା ମାସକର ଶିଶୁ, ଦେଇଚାଲିଲେ ଚେଙ୍କ

ଉମରକୋଟ ୦୩/୦୩: ଅନ୍ଧ ବିଶ୍ୱାସର କରୁଣ ପରିଣତି । ମଣିଷ ଭୁଲିଗଲା ମାନବିକତା । ମାସକର ଶିଶୁକୁ ଦେଲେ ୪୦ ଚେଙ୍କ । ଛୁଆର ଦେହରେ ଦିଆଯାଇଛି ୪୦ ରୁ ଉର୍ଦ୍ଧ ଜାଗାରେ ଚେଙ୍କ ଦିଆଯାଇଛି । ବର୍ତ୍ତମାନ ଛୁଆଟି ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତିହୋଇଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଠାରେ । 

ସୂଚନା ଥାଉକି, ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତର ଫୁଣ୍ଡେଲପଡା ଗ୍ରାମର ସରୋଜ କୁମାର ନାୟକଙ୍କ ୧ ମାସର ପୁଅର ପେଟ ଓ ମୁଣ୍ଡରେ ୪୦ ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ପିଲାଟିକୁ ଦେଖିଲେ ଜଣାପଡୁଛି ଯେ ଛୁଆଟିର ପେଟରେ ଆଉ ଖାଲି ସ୍ଥାନ ଦେଖିବାକୁ ମିଳୁନାହିଁ । ମିଳିଥିବା ସୂଚନା ଅନୁସାରେ ପିଲାଟି ଜନ୍ମ ହେବାର ୧୦ ଦିନ ପରେ ଦେହ ଅସୁସ୍ଥ ହୋଇ ବାରମ୍ବାର କାନ୍ଦୁଥିଲା । ତେବେ ଏହା ଦେଖିକି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅନ୍ୟ କାହାର କଥାରେ ପଡି ପିଲାଟିର ପେଟ ଓ ମୁଣ୍ଡରେ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ ଦିଆଯାଇଛି । 

ତେବେ ପରିବାର ଲୋକ କହିବା ଅନୁଯାୟୀ ଚେଙ୍କ ମାରିବା ପରେ କିଛି ଦିନ ଛୁଆଟି ଆଉ କାନ୍ଦିନଥିଲା । କିନ୍ତୁ ବର୍ତ୍ତମାନ ଦୁଇ ଦିନ ହେଲା ଛୁଆଟି ଚେଙ୍କର ଯନ୍ତ୍ରଣା ସମ୍ଭାଳି ନପାରି କାନ୍ଦିବା ଆରମ୍ଭ କରିଥିଲା । ଅନ୍ୟପଟେ ଛୁଆଟିର କାନ୍ଦ ଦେଖି ପରିବାର ଲୋକେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଚିକିତ୍ସା ଜାରି ରଖିଛନ୍ତି ।  ଅନ୍ୟପଟେ କେଉଁ ପରିସ୍ଥିତିରେ ପିଲାଟି କୁ କିଏ ଚେଙ୍କ ଦେଲା ସେ ବିଷୟରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ରାଜି ହେଉ ନାହାଁନ୍ତି ପରିବାର ଲୋକେ।