ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍‌ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି। ଘଟଣା ଅନୁଯାୟୀ, ଲିଟିପଡ଼ାର ଜଣେ ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନ ଥିବାରୁ ମଚାମରା ଗ୍ରାମର ଗଗନ ନାମକ ଜଣେ ଗୁଣିଆଙ୍କୁ ଠିକ୍‌ କରିଦେବାକୁ ତାଙ୍କ ପରିବାର ଲୋକେ କହିଥିଲେ। ଭୂତ ଓ ଗ୍ରହଦୋଷ […] The post ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର appeared first on Dharitri Odia News.

ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର

ସୁନ୍ଦରଗଡ଼/ବଡ଼ଗାଁ,୧ା୩(ଜୟନାରାୟଣ ମେଣ୍ଡୁଳୀ/ଅଶୋକ ଷଡ଼ଙ୍ଗୀ): ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମହିଳାଙ୍କୁ ୨ ଜଣ ଗୁଣିଆ ଚାବୁକରେ ନିସ୍ତୁକ ପିଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ୍‌ ଲିଟିପଡ଼ାରେ। ଘଟଣା ପରେ ଚାପା ଉତ୍ତେଜନା ଦେଖାଦେଇଛି।
ଘଟଣା ଅନୁଯାୟୀ, ଲିଟିପଡ଼ାର ଜଣେ ଯୁବକଙ୍କ ମାନସିକ ସ୍ଥିତି ଠିକ୍‌ ରହୁ ନ ଥିବାରୁ ମଚାମରା ଗ୍ରାମର ଗଗନ ନାମକ ଜଣେ ଗୁଣିଆଙ୍କୁ ଠିକ୍‌ କରିଦେବାକୁ ତାଙ୍କ ପରିବାର ଲୋକେ କହିଥିଲେ। ଭୂତ ଓ ଗ୍ରହଦୋଷ ଯୋଗୁ ଏଭଳି ହୋଇଥିବା କହି ଶୁକ୍ରବାର ସନ୍ଧ୍ୟାରେ ଆଶା ବାଗେଙ୍କ ଘରକୁ ଗଗନ ଓ ତାଙ୍କର ଜଣେ ସହଯୋଗୀ ଆସିଥିଲେ। ରାତି ୮ଟାରେ ପୂଜାପାଠ କରିବା ସମୟରେ ସେଠାରେ ପୂଜା ଦେଖିବାକୁ ଯାଇଥିବା ସଙ୍ଗୀତା ବାଗେଙ୍କୁ ଗୁଣିଆମାନେ ହଠାତ୍‌ ଚାବୁକରେ ନିସ୍ତୁକ ମାଡ଼ ମାରିଥିଲେ। ରାତି ୧୦ଟାରେ ଗୁଣିଆମାନେ ସଙ୍ଗୀତାଙ୍କ ଘରକୁ ଯାଇ ପୂଜା କୋଠରିରେ ଜବରଦସ୍ତ ପଶି ଦେବୀଦେବତାଙ୍କ ଫଟୋ ଓ ମୂର୍ତ୍ତିଗୁଡ଼ିକୁ ଘରୁ ବାହାର କରି ଫିଙ୍ଗିଦେଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ମହିଳାଙ୍କୁ କିଛି ସମୟ ବ୍ୟବଧାନରେ ଗୁଣିଆମାନେ ମାଡ଼ମାରି ଚାଲିଥିଲେ। ମହିଳାଙ୍କ ସ୍ବାମୀ ମୁନା ବାଗେ ଏହାକୁୁ ବିରୋଧ କରିଥିଲେ ମଧ୍ୟ ଗୁଣିଆମାନେ ଶୁଣି ନ ଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

The post ଅନ୍ଧବିଶ୍ୱାସ: ମହିଳାଙ୍କୁ ଗୁଣିଆଙ୍କ ଚାବୁକ ପ୍ରହାର appeared first on Dharitri Odia News.