ଅନ୍ଧାରରେ ଆଦିବାସୀ ପିଲାଙ୍କ ଭବିଷ୍ୟତ; ବାଧା ଦେଉଛି ଅନଲାଇନ୍ ଆବେଦନ
କନକ ବ୍ୟୁରୋ : ଅନ୍ଧାରରେ ଆଦିବାସୀ ପିଲାଙ୍କ ଭବିଷ୍ୟତ । ଉଚ୍ଚଶିକ୍ଷା ପାଇଁ ଦେଖିଥିବା ସ୍ୱପ୍ନ ଏବେ ଧୂଳିସାତ ହେବାକୁ ଯାଉଛି । ଶିକ୍ଷା ବିଭାଗ ତରଫରୁ ହେଉଥିବା ଅନଲାଇନ ଚୟନ ପ୍ରକ୍ରିୟା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି ଶହେରୁ ଅଧିକ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ପିଲା । ପାଠ ପଢ଼ିବାକୁ ଆଗ୍ରହ ଅଛି, ହେଲେ ବାଧା ଦେଉଛି ଅନଲାଇନ ଆବେଦନ । ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସୁବିଧା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସରକାର । କିନ୍ତୁ ମାଲକାନଗିରି ମାଥିଲି ବ୍ଳକ ଅଞ୍ଚଳରେ ଦେଖାଯାଇଛି ଏହାର ବ୍ୟତିକ୍ରମ । ଆଦିବାସୀ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଆଦିବାସୀ ଅଞ୍ଚଳ ଛାତ୍ର ଦଶମରେ କମ ମାର୍କ ରଖିବାରୁ କଲେଜରେ ନାମ ଲେଖାଇବା ସୁଯୋଗ ମିଳୁନାହିଁ । ଶିକ୍ଷା ବିଭାଗ ଦ୍ୱାରା ଅନଲାଇନ ପ୍ରକ୍ରିୟାରେ ଆବେଦନ କରିପାରୁନାହାନ୍ତି । ଶହେରୁ ଅଧିକ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଅଳ୍ପ କିଛି ମାର୍କର ବ୍ୟବଧାନ ଯୋଗୁଁ ପାଠପଢ଼ାରୁ ବଞ୍ଚିତ ହୋଇ ଘରେ ବସିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ସବୁଠାରୁ ଅଧିକ ପିଲାଙ୍କୁ ସ୍ଥାନ ଦେବା ପାଇଁ ମାଥିଲି କଲେଜକୁ ଟାର୍ଗେଟ ଦେଇଛି ଶିକ୍ଷା ବିଭାଗ । କିନ୍ତୁ ଶହଶହ ପିଲା ଚୟନ ପ୍ରକ୍ରିୟାରେ ବାଦ ପଡିବାରୁ ସମସ୍ୟା ସୃଷ୍ଟି ହୋଇଛି । ତଥାପି ପୁଣିଥରେ ପିଲାଙ୍କୁ ସୁଯୋଗ ଦେବାପାଇଁ କରେସପଣ୍ଡେଣ୍ଟ କୋର୍ସର ବ୍ୟବସ୍ଥା କରିବାକ

କନକ ବ୍ୟୁରୋ : ଅନ୍ଧାରରେ ଆଦିବାସୀ ପିଲାଙ୍କ ଭବିଷ୍ୟତ । ଉଚ୍ଚଶିକ୍ଷା ପାଇଁ ଦେଖିଥିବା ସ୍ୱପ୍ନ ଏବେ ଧୂଳିସାତ ହେବାକୁ ଯାଉଛି । ଶିକ୍ଷା ବିଭାଗ ତରଫରୁ ହେଉଥିବା ଅନଲାଇନ ଚୟନ ପ୍ରକ୍ରିୟା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି ଶହେରୁ ଅଧିକ ଅନୁସୁଚିତ ଜାତି ଓ ଜନଜାତି ବର୍ଗର ପିଲା । ପାଠ ପଢ଼ିବାକୁ ଆଗ୍ରହ ଅଛି, ହେଲେ ବାଧା ଦେଉଛି ଅନଲାଇନ ଆବେଦନ ।
ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ସୁବିଧା ପାଇଁ ଅନେକ ଯୋଜନା ହାତକୁ ନେଇଛନ୍ତି ସରକାର । କିନ୍ତୁ ମାଲକାନଗିରି ମାଥିଲି ବ୍ଳକ ଅଞ୍ଚଳରେ ଦେଖାଯାଇଛି ଏହାର ବ୍ୟତିକ୍ରମ । ଆଦିବାସୀ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଆଦିବାସୀ ଅଞ୍ଚଳ ଛାତ୍ର ଦଶମରେ କମ ମାର୍କ ରଖିବାରୁ କଲେଜରେ ନାମ ଲେଖାଇବା ସୁଯୋଗ ମିଳୁନାହିଁ । ଶିକ୍ଷା ବିଭାଗ ଦ୍ୱାରା ଅନଲାଇନ ପ୍ରକ୍ରିୟାରେ ଆବେଦନ କରିପାରୁନାହାନ୍ତି । ଶହେରୁ ଅଧିକ ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।
ଅଳ୍ପ କିଛି ମାର୍କର ବ୍ୟବଧାନ ଯୋଗୁଁ ପାଠପଢ଼ାରୁ ବଞ୍ଚିତ ହୋଇ ଘରେ ବସିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ସବୁଠାରୁ ଅଧିକ ପିଲାଙ୍କୁ ସ୍ଥାନ ଦେବା ପାଇଁ ମାଥିଲି କଲେଜକୁ ଟାର୍ଗେଟ ଦେଇଛି ଶିକ୍ଷା ବିଭାଗ । କିନ୍ତୁ ଶହଶହ ପିଲା ଚୟନ ପ୍ରକ୍ରିୟାରେ ବାଦ ପଡିବାରୁ ସମସ୍ୟା ସୃଷ୍ଟି ହୋଇଛି । ତଥାପି ପୁଣିଥରେ ପିଲାଙ୍କୁ ସୁଯୋଗ ଦେବାପାଇଁ କରେସପଣ୍ଡେଣ୍ଟ କୋର୍ସର ବ୍ୟବସ୍ଥା କରିବାକୁ ଚିଠି ଲେଖିଛି ଶିକ୍ଷାବିଭାଗ । କିନ୍ତୁ ରାଜି ହେଉନାହାନ୍ତି କଲେଜ କର୍ତ୍ତୃପକ୍ଷ ।
ପ୍ରତିବର୍ଷ ଶହଶହ ପିଲା ଉଚ୍ଚଶିକ୍ଷାରୁ ବାଦ ପଡ଼ିବା ଅତ୍ୟନ୍ତ ଚିନ୍ତାଜନକ । ପାଠ ନପଢିବା ଫଳରେ ଦାଦନଙ୍କ ସମସ୍ୟା ବଢୁଥିବା କୁହାଯାଉଛି ।