ଅନ୍ଧାରରେ ଆସିଲେ, ୧୦ଟି ଦୋକାନରୁ ନେଇଗଲେ ଏସି

ଭୁବନେଶ୍ୱର ୧୬।୦୫ : ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ଗୋଟିଏ ଦିନରେ ବିଭିନ୍ନ ସୋ ରୁମ୍‌ରୁ ଖୋଲି ନେଇଗଲେ ୧୦ରୁ ଅଧିକ ଏସି । ଭୁବନେଶ୍ୱର ଜନପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଲୁଟେରାମାନେ ଭୁବନେଶ୍ୱର ଜନପଥରେ ଥିବା ବିଭିନ୍ନ ସୋ ରୁମ୍‌ ମାନଙ୍କରେ କଳାକନା ବୁଲାଇ ଦେଇଛନ୍ତି । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ସୋରୁମ୍‌ରୁ ଏସି ଲୁଟି ନେଇଛନ୍ତି । ପ୍ରାୟ ୧୦ରୁ ଅଧିକ ଏସି ଲୁଟି ନେଇଛନ୍ତି ଲୁଟେରା । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସେପଟେ କ୍ୟାପିଟାଲ ଥାନାରେ ଲୁଟ୍‌ ନେଇ ସୋ ରୁମ୍‌ ମ୍ୟାନେଜର ମାମଲା ରୁଜୁ କରିଛନ୍ତି । ତେବେ ଲୁଟ୍‌ ହୋଇଥିବା ଦୋକାନ ମଧ୍ୟରେ ସୋ ରୁମ୍‌ କପଡା ସୋରୁମ, ବ୍ୟାଙ୍କ ଏବଂ ଅନ୍ୟ ସୋ ରୁମ୍‌ ରହିଛି ।  

ଅନ୍ଧାରରେ ଆସିଲେ, ୧୦ଟି ଦୋକାନରୁ ନେଇଗଲେ ଏସି

ଭୁବନେଶ୍ୱର ୧୬।୦୫ : ରାଜଧାନୀରେ ମାତିଛନ୍ତି ଏସି ଲୁଟେରା । ଗୋଟିଏ ଦିନରେ ବିଭିନ୍ନ ସୋ ରୁମ୍‌ରୁ ଖୋଲି ନେଇଗଲେ ୧୦ରୁ ଅଧିକ ଏସି । ଭୁବନେଶ୍ୱର ଜନପଥରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ଲୁଟେରାମାନେ ଭୁବନେଶ୍ୱର ଜନପଥରେ ଥିବା ବିଭିନ୍ନ ସୋ ରୁମ୍‌ ମାନଙ୍କରେ କଳାକନା ବୁଲାଇ ଦେଇଛନ୍ତି । ଅନ୍ଧାରର ସୁଯୋଗ ନେଇ ଲୁଟେରାମାନେ ସୋରୁମ୍‌ରୁ ଏସି ଲୁଟି ନେଇଛନ୍ତି । ପ୍ରାୟ ୧୦ରୁ ଅଧିକ ଏସି ଲୁଟି ନେଇଛନ୍ତି ଲୁଟେରା । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସେପଟେ କ୍ୟାପିଟାଲ ଥାନାରେ ଲୁଟ୍‌ ନେଇ ସୋ ରୁମ୍‌ ମ୍ୟାନେଜର ମାମଲା ରୁଜୁ କରିଛନ୍ତି । ତେବେ ଲୁଟ୍‌ ହୋଇଥିବା ଦୋକାନ ମଧ୍ୟରେ ସୋ ରୁମ୍‌ କପଡା ସୋରୁମ, ବ୍ୟାଙ୍କ ଏବଂ ଅନ୍ୟ ସୋ ରୁମ୍‌ ରହିଛି ।