ଅନ୍ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ
ନୂଆପଡ଼ା,୧୯ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଞ୍ଚଳରେ ଏକ ସାଇବର ଠକେଇ ଘଟଣାରେ ନୂଆପଡ଼ା ପୋଲିସ ଝାଡଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଏସ୍ପି ଜି. ଆର୍ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବୋଡ଼େନ ବ୍ଲକ ବରଗାଁର ଭାବେଶ କୁମାର ମେହେର ଅନ୍ଲାଇନ ମାଧ୍ୟମରେ ତାଙ୍କଠାରୁ ୧ ଲକ୍ଷ ୭୮ ହଜାର ଟଙ୍କା ଲୁଟ ହୋଇଥିବା […] The post ଅନ୍ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ appeared first on Dharitri Odia News.
ନୂଆପଡ଼ା,୧୯ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା ବୋଡ଼େନ ଥାନା ଅଞ୍ଚଳରେ ଏକ ସାଇବର ଠକେଇ ଘଟଣାରେ ନୂଆପଡ଼ା ପୋଲିସ ଝାଡଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଏ ନେଇ ଜିଲା ପୋଲିସ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଏସ୍ପି ଜି. ଆର୍ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବୋଡ଼େନ ବ୍ଲକ ବରଗାଁର ଭାବେଶ କୁମାର ମେହେର ଅନ୍ଲାଇନ ମାଧ୍ୟମରେ ତାଙ୍କଠାରୁ ୧ ଲକ୍ଷ ୭୮ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଗତ ୧୩ ତାରିଖରେ ବୋଡ଼େନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୨୭୨/୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନୂଆପଡା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ତଦନ୍ତ କରି ଝାଡଖଣ୍ଡ ରାଜ୍ୟ ଦେଓଗଡ଼ ଜିଲା ସାରଥ ଥାନା ବରଦାହି ଗାଁର ଅଭିଜିତ କୁମାର ମେହେରା (୨୩)ଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ମିଥିଲେଶ କୁମାର ଦାଶଙ୍କୁ ପୋଲିସ ଖୋଜୁଥିବା ଏସ୍ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଥିବା ସୂଚନା ଦିଆଯାଇଛି।
The post ଅନ୍ଲାଇନ ଠକେଇ: ଝାଡ଼ଖଣ୍ଡରୁ ଅଭିଯୁକ୍ତ ଗିରଫ appeared first on Dharitri Odia News.