ଅନ୍ଲାଇନ୍ ଟିକଟ ବୁକିଂ ନାମରେ କମ୍ପାନୀ ଲଗାଉଛନ୍ତି ଚୂନ
ନୂଆଦିଲ୍ଲୀ: କମେଡି ଇଭେଣ୍ଟ ହେଉ କିମ୍ବା କ୍ରିକେଟ୍ ମ୍ୟାଚ୍ ଦେଖିବା ହେଉ ଅଧିକାଂଶ ଲୋକ କାଉଣ୍ଟରରୁ ଟିକେଟ କିଣିବା ଏବଂ ଅସୁବିଧାରୁ ରକ୍ଷା ପାଇବା ପାଇଁ ଅନ୍ଲାଇନରେ ଟିକଟ ବୁକିଂ କରିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ଆଜିର ସମୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ହାଉସ୍ ଫୁଲ୍ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି ବୁକ୍ ମାଇ ସୋ’ ଏବଂ ପିଭିଆର୍ ପରି ଟିକଟ୍ ବୁକିଂ ପ୍ଲାଟଫର୍ମଗୁଡିକ ଚୁପଚାପ୍ ଆପଣଙ୍କ ପକେଟକୁ ଖାଳଇଖରିବାରେ […]

ନୂଆଦିଲ୍ଲୀ: କମେଡି ଇଭେଣ୍ଟ ହେଉ କିମ୍ବା କ୍ରିକେଟ୍ ମ୍ୟାଚ୍ ଦେଖିବା ହେଉ ଅଧିକାଂଶ ଲୋକ କାଉଣ୍ଟରରୁ ଟିକେଟ କିଣିବା ଏବଂ ଅସୁବିଧାରୁ ରକ୍ଷା ପାଇବା ପାଇଁ ଅନ୍ଲାଇନରେ ଟିକଟ ବୁକିଂ କରିବା ଆରମ୍ଭ କରି ଦେଇଛନ୍ତି। ଏହି କାରଣରୁ ଆଜିର ସମୟରେ ଫିଲ୍ମ ରିଲିଜ ହେବା ପୂର୍ବରୁ ହାଉସ୍ ଫୁଲ୍ ହେବାରେ ଲାଗିଛି। କିନ୍ତୁ ଆପଣ ଜାଣନ୍ତି କି ବୁକ୍ ମାଇ ସୋ’ ଏବଂ ପିଭିଆର୍ ପରି ଟିକଟ୍ ବୁକିଂ ପ୍ଲାଟଫର୍ମଗୁଡିକ ଚୁପଚାପ୍ ଆପଣଙ୍କ ପକେଟକୁ ଖାଳଇଖରିବାରେ ଲାଗିପଡିଛନ୍ତି। ବାସ୍ତବରେ, ପିଭିଆର୍ଏବଂ ବୁକ୍ ମାଇ ସୋ’ ଭଳି ଅନ୍ଲାଇନ୍ ଟିକଟ୍ ବୁକିଂ ପ୍ଲାଟଫର୍ମଗୁଡିକ ଆପଣଙ୍କୁ ଗୋଟିଏ ମୂଲ୍ୟ ଦେଖାଇବା ଏବଂ ଅନ୍ୟ କିଛି ଚାର୍ଜ କରିବା ପାଇଁ ଡ୍ରପ୍ ପ୍ରାଇସିଂ ଏବଂ ଲୁକ୍କାୟିତ ଚାର୍ଜ(ହିଡେନ୍ ଚାର୍ଜ) ଭଳି ମାର୍କେଟିଂ ପଦ୍ଧତି ବ୍ୟବହାର କରିଥାନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛଇ। ସର୍ବେକ୍ଷଣରୁ ଜଣାପଡିଛି ଯେ କମ୍ପାନୀଗୁଡିକ ବେଳେବେଳେ ସାମାଜିକ ଦାନ ନାମରେ କିମ୍ବା ଅନ୍ୟ କୌଣସି ନାମରେ ବିଭିନ୍ନ ଉପାୟରେ ଲୋକଙ୍କ ପକେଟ୍ ଲୁଟୁଛନ୍ତି।
ଲୋକାଲ୍ ସର୍କଲର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ୭୩ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଶୁଟ୍ର ଶିକାର ପ୍ରାୟ ୮୦ ପ୍ରତିଶତ ରିଲୋକ ପୋର୍ଟ କରିଛନ୍ତି ଯେ ବୁକିଂ ସମୟରେ ସେମାନଙ୍କୁ ଲୁକ୍କାୟିତ ଚାର୍ଜ ଦେବାକୁ ପଡୁଛି। ଏହା ବ୍ୟତୀତ ୬୨ ପ୍ରତିଶତ ଲୋକ ଟିକେଟ ବୁକିଂ କରିବା ସମୟରେ ଅନାବଶ୍ୟକ ସନ୍ଦେଶର ଶିକାର ହୋଇଛନ୍ତି। ଏପରିକି ଟିକଟ୍ ବୁକିଂ ପ୍ଲାଟଫର୍ମଗୁଡିକ ସେମାନଙ୍କୁ ମେସେଜ୍ରେ ଯଦି ତୁମେ ଶୀଘ୍ର ଟିକଟ୍ ବୁକ୍ କରନାହିଁ, ତେବେ ତୁମକୁ ଏଥିରେ କ୍ଷତି ସହିବାକ୍ୁ ପଡିବ ବୋଲି କହୁଛନ୍ତି। ଏହାକୁ ଡ୍ରପ୍ ପ୍ରାଇସିଂ କୁହାଯାଏ। ଏଥିରେ ଗ୍ରାହକଙ୍କୁ ଦର୍ଶାଯାଇଥାଏ ଯେ, ସେ ଟିକଟ୍ କମ୍ ମୂଲ୍ୟରେ ପାଇଛନ୍ତି ଏବଂ ଯଦି ସେ ବିଳମ୍ବ କରନ୍ତି, ତେବେ ତାଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ।
ଏହି ସର୍ଭେରେ ଦେଶର ୨୯୬ ଟି ଜିଲ୍ଲାର ପ୍ରାୟ ୨୨ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ସେଥିମଧ୍ୟରୁ ୬୧ ପ୍ରତିଶତ ପୁରୁଷ ଏବଂ ୩୯ ପ୍ରତିଶତ ମହିଳା ଥିଲେ। ଏହି ସର୍ଭେରେ ଟାୟର୍ ୨ ସହରର ୪୪ ପ୍ରତିଶତ ଲୋକ, ଟାୟର୍ ୨ ସହରର ୩୧ ପ୍ରତିଶତ, ଟାୟର୍ ୩ ଏବଂ ୪ ସହରର ୨୫ ପ୍ରତିଶତ ଲୋକ ଏହି ସର୍ଭେରେ ସାମିଲ ହୋଇଥଲେ।