ଅନ୍ୟ ଜାତି ଝିଅକୁ ବାହା ହୋଇଥିବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ
ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇନାହିଁ। ଏଭଳି ଏକ ଘଟଣା ଶନିବାର ପଦାକୁ ଆସିଛି। ଅନ୍ୟଜାତିର ଝିଅକୁ ବିବାହ ହେବା ପରେ ଜଣେ ଯୁବକ ଘରେ ରହି ପାରିଲେନି। କଥା ସେତିକି ସରି ନ ଥିଲା। ମୃତ୍ୟୁ ପରେ ତାଙ୍କ ମୃତଦେହ ମଧ୍ୟ ଗ୍ରାମକୁ ପହଞ୍ଚି ପାରି ନ ଥିଲା। ଏବଂ ଅନ୍ୟତ୍ର ମୃତଦେହ ସଂସ୍କାର ହୋଇଥିଲା। ଏଭଳି ଏକ ସାମାଜିକ କୁସଂସ୍କାର ବରଗଡ଼ ଜିଲା ଭେଡ଼େନ ଥାନା ଖାଉପାଲି ଅଞ୍ଚଳରେ ଦେଖିବାକୁ […] The post ଅନ୍ୟ ଜାତି ଝିଅକୁ ବାହା ହୋଇଥିବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ appeared first on Dharitri Odia News.
ବରଗଡ଼,୧ା୩(ପ୍ରେମାନନ୍ଦ ଖମାରୀ): ସାମାଜିକ କୁସଂସ୍କାର ଏବେ ମଧ୍ୟ ଦୂରୀଭୁତ ହୋଇନାହିଁ। ଏଭଳି ଏକ ଘଟଣା ଶନିବାର ପଦାକୁ ଆସିଛି। ଅନ୍ୟଜାତିର ଝିଅକୁ ବିବାହ ହେବା ପରେ ଜଣେ ଯୁବକ ଘରେ ରହି ପାରିଲେନି। କଥା ସେତିକି ସରି ନ ଥିଲା। ମୃତ୍ୟୁ ପରେ ତାଙ୍କ ମୃତଦେହ ମଧ୍ୟ ଗ୍ରାମକୁ ପହଞ୍ଚି ପାରି ନ ଥିଲା। ଏବଂ ଅନ୍ୟତ୍ର ମୃତଦେହ ସଂସ୍କାର ହୋଇଥିଲା। ଏଭଳି ଏକ ସାମାଜିକ କୁସଂସ୍କାର ବରଗଡ଼ ଜିଲା ଭେଡ଼େନ ଥାନା ଖାଉପାଲି ଅଞ୍ଚଳରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଉକ୍ତ ଗ୍ରାମର ମଙ୍ଗଳୁ ବିଶ୍ୱାଳ(୨୬) ଅନ୍ୟ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା। ଏହାପରେ ଯୁବତୀଙ୍କୁ ଧରି ସେ ଅନ୍ୟତ୍ର ରହି ଆସୁଥିଲେ। ମାତ୍ର ସମ୍ପୃକ୍ତ ଯୁବତୀ ତାଙ୍କ ସହିତ କିଛିମାସ ରହିବା ପରେ ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖି କୁଆଡ଼େ ଚାଲି ଯାଇଥିଲେ। ଏହାପରେ ମଙ୍ଗଳୁ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ। ଗତ ଶିବରାତ୍ରିରୁ ସେ କୁଆଡ଼େ ଚାଲି ଯାଇଥିଲେ। ତେବେ ଶୁକ୍ରବାର ଲୁପୁରସିଂହା-ଖାଉପାଲି ରାସ୍ତାପାର୍ଶ୍ୱରେ ରହିଥିବା ଏକ ବରଗଛରୁ ତାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ବରଗଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରିଥିଲା। ମାତ୍ର ଜାତିରୁ ବାସନ୍ଦ ହୋଇଥିବାରୁ ଘରକୁ ମୃତଦେହ ନେବା ପାଇଁ ପରିବାର ଲୋକେ ନିଜର ଅସହାୟତା ପ୍ରକାଶ କରିଥିଲେ। ଅପରପକ୍ଷେ ଭେଡେନ ପୋଲିସଠାରୁ ସୂଚନା ପାଇ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ପିପଲମୁଣ୍ଡା ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର କରିଥିଲେ। ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରଓ୍ବାଲ, ଶେଷଦେବ ପ୍ରଧାନ ନିଲେଶ ପ୍ରଧାନ ପ୍ରମୁଖ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ ମୃତକଙ୍କ ଭାଇ, କାକା ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ସଂକଳ୍ପ ପରିବାରର ଏଭଳି ସାମାଜିକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
The post ଅନ୍ୟ ଜାତି ଝିଅକୁ ବାହା ହୋଇଥିବାରୁ ମୃତଦେହ ଛୁଇଁଲେନି ଗ୍ରାମବାସୀ appeared first on Dharitri Odia News.