ଅନ୍ୟ ରାଷ୍ଟ୍ରରେ ମସ୍କଙ୍କ ରାଜନୈତିକ ହସ୍ତକ୍ଷେପ ପାଗଳାମୀ : ଗେଟ୍ସ
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଟେସ୍ଲା ସିଇଓ ଏଲନ ମସ୍କଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟେସ୍ଲା ସିଇଓ ତଥା ଏକ୍ସ ମାଲିକ ଏଲନ ମସ୍କଙ୍କୁ କଡ଼ା ସମାଲୋଚନା କରି ବିଲ୍ ଗେଟ୍ସ କହିଛନ୍ତି, ଦକ୍ଷିଣପନ୍ଥୀ ରାଜନେତାଙ୍କ ପ୍ରତି ତାଙ୍କ ସମର୍ଥନ ଏବଂ ଅନ୍ୟ ରାଷ୍ଟ୍ରରେ ରାଜନୈତିକ ସ୍ଥିତିକୁ ପ୍ରଭାବିତ କରିବାପାଇଁ ତାଙ୍କ ଉଦ୍ୟମ କେବଳ ପାଗଳାମୀ। ନିକଟରେ ଏକ ସାକ୍ଷାତକାର ଦେବା ଅବସରରେ ମଧ୍ୟ ଗେଟ୍ସ ମସ୍କଙ୍କୁ ନେଇ ଚିନ୍ତା ପ୍ରକଟ […]

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଟେସ୍ଲା ସିଇଓ ଏଲନ ମସ୍କଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟେସ୍ଲା ସିଇଓ ତଥା ଏକ୍ସ ମାଲିକ ଏଲନ ମସ୍କଙ୍କୁ କଡ଼ା ସମାଲୋଚନା କରି ବିଲ୍ ଗେଟ୍ସ କହିଛନ୍ତି, ଦକ୍ଷିଣପନ୍ଥୀ ରାଜନେତାଙ୍କ ପ୍ରତି ତାଙ୍କ ସମର୍ଥନ ଏବଂ ଅନ୍ୟ ରାଷ୍ଟ୍ରରେ ରାଜନୈତିକ ସ୍ଥିତିକୁ ପ୍ରଭାବିତ କରିବାପାଇଁ ତାଙ୍କ ଉଦ୍ୟମ କେବଳ ପାଗଳାମୀ। ନିକଟରେ ଏକ ସାକ୍ଷାତକାର ଦେବା ଅବସରରେ ମଧ୍ୟ ଗେଟ୍ସ ମସ୍କଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ମସ୍କ ଦକ୍ଷିଣପନ୍ଥୀ ନେତା ତଥା ବ୍ରେକଜିଟ୍ ଚାମ୍ପିଆନ୍ ନିଗେଲ୍ ଫାରେଗ୍ଙ୍କ ପରିବର୍ତ୍ତେ ବ୍ରିଟିଶ ଇସଲାମ ବିରୋଧୀ କର୍ମୀ ଟମି ରବିନସନ୍ଙ୍କୁ ସମର୍ଥନ କରିଥିବାରୁ ଗେଟ୍ସ ଏନେଇ ଚିନ୍ତା ପ୍ରକଟ କରିଥିଲେ। ଗେଟ୍ସ କହିଛନ୍ତି, ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ବାସ୍ତବରେ ପାଗଳପଣର ପରିଚୟ। ମସ୍କ ଅନ୍ୟ ରାଷ୍ଟ୍ରରେ ରାଜନୈତିକ ହସ୍ତକ୍ଷେପ କରିବାରେ ବେଶ୍ ଆଗ୍ରହ ଦେଖାଉଛନ୍ତି।