ଅନ୍ୟ ସମ୍ପ୍ରଦାୟର ଯୁବକକୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ନାବାଳିକା ଭଉଣୀଙ୍କୁ ହତ୍ୟା କଲା ହାସୀନ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ମେରୁଟରେ ବୁଧବାର ଅପରାହ୍ଣରେ ଜଣେ ୧୬ ବର୍ଷର ନାବାଳିକାକୁ ସର୍ବସାଧାରଣରେ ହତ୍ୟା କରାଯାଇଛି । ତେବେ ପ୍ରେମ ବ୍ୟାପାରକୁ ନେଇ ଝିଅର ଭାଇ ହିଁ ଏହି ହତ୍ୟା କରିଥିବା ଜଣାପଡ଼ିଛି । ନାଗଲା ଶେଖୁ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ୨୦ ବର୍ଷୀୟ ହାସୀନ ବୋଲି ଜଣାପଡ଼ିଛି । ହାସୀନ ପେଶାର ଜଣେ ଇଲେକ୍ଟ୍ରିସିଆନ୍ ଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ସୂଚନା ଅନୁସାରେ, ଝିଅଟି ଅନ୍ୟ ସମ୍ପ୍ରଦାୟର ଯୁବକଙ୍କୁ ପ୍ରେମ କରୁଥିଲା ଏବଂ ଦୁଇ ଥର ସେହି ଯୁବକଙ୍କ ସହ ଫେରାର ମଧ୍ୟ ହୋଇଥିଲେ । ମେରୁଟ ଗ୍ରାମାଞ୍ଚଳ ଏସପି କମଲେଶ ବାହାଦୂର କହିଛନ୍ତି, 'ଝିଅଟି କିଛି ଦିନ ତଳେ ଯୁବକ ସହ ଫେରାର୍ ହୋଇଥିଲା ଏବଂ ଆମେ ଦୁହିଁଙ୍କୁ ଫେରାଇ ଆଣିଥିଲୁ । ଝିଅଟି ନାବାଳିକା ଥିବାରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲୁ । ପରିବାର ଲୋକଙ୍କ ସାମାଜିକ ଲଜ୍ଜାକୁ ଭୟ କରି ଏତଲା ଦେବାକୁ ମନା କରି ଦେଇଥିଲେ, ଯେଉଁଥି ପାଇଁ ଅଭିଯୁକ୍ତକୁ ମଧ୍ୟ ଛାଡ଼ି ଦିଆଯାଇଥିଲା ।'ପୋଲିସ କହିବା ଅନୁସାରେ ବୁଧବାର ଦୁହେଁ ପୁଣି ଥରେ ଫେରାର୍ ହେବା ପାଇଁ ଯୋଜନା କରିଥିଲେ । କିନ୍ତୁ ଝିଅର ଭାଇ ଯୋଜନା ଜାଣିପାରିଥିଲା ଏବଂ ଭଉଣୀକୁ ଘରେ ରହିବା ପାଇଁ କହିଥିଲା । ତେବେ ନାବାଳିକା ଜଣକ ଅନ୍ୟ ସମ୍ପ୍ରଦାୟକ ଯୁବକଙ୍କୁ ବିବାହ କରିବା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି । ମେରୁଟରେ ବୁଧବାର ଅପରାହ୍ଣରେ ଜଣେ ୧୬ ବର୍ଷର ନାବାଳିକାକୁ ସର୍ବସାଧାରଣରେ ହତ୍ୟା କରାଯାଇଛି । ତେବେ ପ୍ରେମ ବ୍ୟାପାରକୁ ନେଇ ଝିଅର ଭାଇ ହିଁ ଏହି ହତ୍ୟା କରିଥିବା ଜଣାପଡ଼ିଛି ।
ନାଗଲା ଶେଖୁ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ୨୦ ବର୍ଷୀୟ ହାସୀନ ବୋଲି ଜଣାପଡ଼ିଛି । ହାସୀନ ପେଶାର ଜଣେ ଇଲେକ୍ଟ୍ରିସିଆନ୍ ଥିବା ପୋଲିସ ଜାଣିବାକୁ ପାଇଛି ।
ପୋଲିସ ସୂଚନା ଅନୁସାରେ, ଝିଅଟି ଅନ୍ୟ ସମ୍ପ୍ରଦାୟର ଯୁବକଙ୍କୁ ପ୍ରେମ କରୁଥିଲା ଏବଂ ଦୁଇ ଥର ସେହି ଯୁବକଙ୍କ ସହ ଫେରାର ମଧ୍ୟ ହୋଇଥିଲେ । ମେରୁଟ ଗ୍ରାମାଞ୍ଚଳ ଏସପି କମଲେଶ ବାହାଦୂର କହିଛନ୍ତି, 'ଝିଅଟି କିଛି ଦିନ ତଳେ ଯୁବକ ସହ ଫେରାର୍ ହୋଇଥିଲା ଏବଂ ଆମେ ଦୁହିଁଙ୍କୁ ଫେରାଇ ଆଣିଥିଲୁ । ଝିଅଟି ନାବାଳିକା ଥିବାରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲୁ । ପରିବାର ଲୋକଙ୍କ ସାମାଜିକ ଲଜ୍ଜାକୁ ଭୟ କରି ଏତଲା ଦେବାକୁ ମନା କରି ଦେଇଥିଲେ, ଯେଉଁଥି ପାଇଁ ଅଭିଯୁକ୍ତକୁ ମଧ୍ୟ ଛାଡ଼ି ଦିଆଯାଇଥିଲା ।'
ପୋଲିସ କହିବା ଅନୁସାରେ ବୁଧବାର ଦୁହେଁ ପୁଣି ଥରେ ଫେରାର୍ ହେବା ପାଇଁ ଯୋଜନା କରିଥିଲେ । କିନ୍ତୁ ଝିଅର ଭାଇ ଯୋଜନା ଜାଣିପାରିଥିଲା ଏବଂ ଭଉଣୀକୁ ଘରେ ରହିବା ପାଇଁ କହିଥିଲା । ତେବେ ନାବାଳିକା ଜଣକ ଅନ୍ୟ ସମ୍ପ୍ରଦାୟକ ଯୁବକଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ ।