ଅନ୍ୟତ୍ର ବିବାହ ଠିକ୍ ହେବାରୁ ଝୁଲିପଡ଼ିଲେ ଯୁବତୀ
ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଗ୍ରାମ ଝପାସାହିରେ ଗୁରୁବାର ଶୋଇବା ଘରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ବାଟି ବୁଲିଉଲିଙ୍କ ଝିଅ ଶକୁନ୍ତଳା। ଘଟଣାସ୍ଥଳରେ ପାଟଣା ପୋଲିସ ମୃତଦେହ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ଯୁବତୀଙ୍କ ଇଚ୍ଛା ବିରୋଧରେ ପରିବାର ଲୋକେ […] The post ଅନ୍ୟତ୍ର ବିବାହ ଠିକ୍ ହେବାରୁ ଝୁଲିପଡ଼ିଲେ ଯୁବତୀ appeared first on Dharitri Odia News.
ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଗ୍ରାମ ଝପାସାହିରେ ଗୁରୁବାର ଶୋଇବା ଘରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ବାଟି ବୁଲିଉଲିଙ୍କ ଝିଅ ଶକୁନ୍ତଳା। ଘଟଣାସ୍ଥଳରେ ପାଟଣା ପୋଲିସ ମୃତଦେହ ଜବତ କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ଯୁବତୀଙ୍କ ଇଚ୍ଛା ବିରୋଧରେ ପରିବାର ଲୋକେ ଅନ୍ୟତ୍ର ବିବାହ ସ୍ଥିର କରୁଥିବାରୁ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ପାଟଣା ଥାନା ଏଏସ୍ଆଇ ସରୋଜ କୁମାର ସେଠୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
The post ଅନ୍ୟତ୍ର ବିବାହ ଠିକ୍ ହେବାରୁ ଝୁଲିପଡ଼ିଲେ ଯୁବତୀ appeared first on Dharitri Odia News.