ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ

ଭୁବନେଶ୍ୱର,୨୦।୩(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ମଙ୍ଗଳବାର ରାତିରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋଗ୍ରାଫର ଗାଡ଼ିର ଡ୍ରାଇଭରଙ୍କୁ କେତେଜଣ ଅସମାଜିକ ଯୁବକ ଆକ୍ରମଣ ଓ ଗାଳିଗୁଲଜ କରିଛନ୍ତି। ଯୁବକଙ୍କ ଆକ୍ରମଣରେ ଡ୍ରାଇଭର ଆହତ ହୋଇଛନ୍ତି। ତେବେ ସମ୍ପୃକ୍ତ ଯୁବକମାନେ କିଏ ଏବଂ କାହିଁକି ଏଭଳି କଲେ ତାହାର କାରଣ ଜଣାପଡିନାହିଁ। ଏନେଇ ଅପରାଜିତା କୌଣସି ଲିଖିତ ଅଭିଯୋଗ କରି ନ ଥିଲେ ମଧ୍ୟ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ […] The post ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ appeared first on Dharitri Odia News.

ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ

ଭୁବନେଶ୍ୱର,୨୦।୩(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ମଙ୍ଗଳବାର ରାତିରେ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋଗ୍ରାଫର ଗାଡ଼ିର ଡ୍ରାଇଭରଙ୍କୁ କେତେଜଣ ଅସମାଜିକ ଯୁବକ ଆକ୍ରମଣ ଓ ଗାଳିଗୁଲଜ କରିଛନ୍ତି। ଯୁବକଙ୍କ ଆକ୍ରମଣରେ ଡ୍ରାଇଭର ଆହତ ହୋଇଛନ୍ତି। ତେବେ ସମ୍ପୃକ୍ତ ଯୁବକମାନେ କିଏ ଏବଂ କାହିଁକି ଏଭଳି କଲେ ତାହାର କାରଣ ଜଣାପଡିନାହିଁ। ଏନେଇ ଅପରାଜିତା କୌଣସି ଲିଖିତ ଅଭିଯୋଗ କରି ନ ଥିଲେ ମଧ୍ୟ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଘଟଣା ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁଯାୟୀ, ୟୁନିଟ-୪ ଅଞ୍ଚଳରେ ବର-ଓସ୍ତ ଗଛର ମିଳନ କାର୍ଯ୍ୟକ୍ରମକୁ ଏମ୍‌ପି ଅପରାଜିତା ରାତି ପ୍ରାୟ ୮ଟାରେ ଯୋଗଦେବାକୁ ଯାଇଥିଲେ। ତାଙ୍କ ସହିତ ଏକ ଫଟୋଗ୍ରାଫର ଗାଡ଼ି ମଧ୍ୟ ଯାଇଥିଲା । ଉକ୍ତ ଗାଡିଟି ଛିଡ଼ା ହୋଇଥିବାବେଳେ କେତେଜଣ ଅସମାଜିକ ଯୁବକ ହଠାତ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବିରୋଧ କରିବା ସହ ଗାଡ଼ି ବନେଟ ଉପରେ ଚଢି ହୋହଲ୍ଲା କରିଥିଲେ। ଏନେଇ ଉକ୍ତ ଗାଡ଼ିର ଡ୍ରାଇଭର ବିରୋଧ କରିବାରୁ ସମ୍ପୃକ୍ତ ଯୁବକମାନେ ଚାଳକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଅପରାଜିତାଙ୍କ ସମର୍ଥକମାନେ ପାଟି କରିବା ସହ ପୋଲିସ ଆସୁଥିବା କହିବାରୁ ସମ୍ପୃକ୍ତ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

The post ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ବିରୋଧ appeared first on Dharitri Odia News.