ଅପରାହ୍ଣରେ ନିର୍ବାଚନ ତାରିଖ ଘୋଷଣା, ଲାଗୁ ହେବ ଆଦର୍ଶ ଆଚରଣ ବିଧି, ୭ କିମ୍ବା ୮ଟି ପର୍ଯ୍ୟାୟରେ ମତଦାନ !
ନୂଆଦିଲ୍ଲୀ,୧୬।୦୩: ଶନିବାର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ଅପରାହ୍ଣ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ପ୍ରେସମିଟ୍ କରି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏହା ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ମତଦାନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ତେବେ ୭ କିମ୍ବା ୮ଟି ପର୍ଯ୍ୟାୟରେ ଭୋଟିଂ ହୋଇପାରେ । ଶୁକ୍ରବାର ନୂଆ ନିର୍ବାଚନ କମିଶନର ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଥିଲେ ।ଆଜି ଅପରାହ୍ନ ୩ଟାରେ କମିଶନଙ୍କ ପକ୍ଷରୁ ପ୍ରେସ୍ମିଟ ଡକାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ସେହି ପ୍ରେସମିଟ୍ରେ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ । ତାରିଖ ଘୋଷଣା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ତତ୍କାଳ ଲାଗୁ ହୋଇଯିବ । ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୧୬ରେ ଶେଷ ହେଉଛି । ତା’ ପୂର୍ବରୁ ନୂଆ ଲୋକସଭା ଗଠନ କରାଯିବ । ୨୦୧୪ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୫ରେ ଘୋଷଣା ହୋଇଥିଲା । ଏପ୍ରିଲ ୭ରୁ ମେ ୧୨ ପର୍ଯ୍ୟନ୍ତ ୯ଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ମେ ୧୬ରେ ଭୋଟ ଗଣତି ହୋଇଥିଲା । ସେହିଭଳି ୨୦୧୯ ନିର୍ବାଚନ ତାରିଖ ମାର୍ଚ୍ଚ ୧
ନୂଆଦିଲ୍ଲୀ,୧୬।୦୩: ଶନିବାର ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ଅପରାହ୍ଣ ୩ଟାରେ ମୁଖ୍ୟ ନିର୍ବାଚନ କମିଶନର ପ୍ରେସମିଟ୍ କରି ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିବେ । ଏହା ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ମତଦାନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ତେବେ ୭ କିମ୍ବା ୮ଟି ପର୍ଯ୍ୟାୟରେ ଭୋଟିଂ ହୋଇପାରେ । ଶୁକ୍ରବାର ନୂଆ ନିର୍ବାଚନ କମିଶନର ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଥିଲେ ।
ଆଜି ଅପରାହ୍ନ ୩ଟାରେ କମିଶନଙ୍କ ପକ୍ଷରୁ ପ୍ରେସ୍ମିଟ ଡକାଯାଇଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ସେହି ପ୍ରେସମିଟ୍ରେ ଲୋକସଭା ନିର୍ବାଚନ ସହ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ନିର୍ବାଚନ କମିଶନଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ । ତାରିଖ ଘୋଷଣା ସହ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ତତ୍କାଳ ଲାଗୁ ହୋଇଯିବ ।
ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍ ୧୬ରେ ଶେଷ ହେଉଛି । ତା’ ପୂର୍ବରୁ ନୂଆ ଲୋକସଭା ଗଠନ କରାଯିବ । ୨୦୧୪ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୫ରେ ଘୋଷଣା ହୋଇଥିଲା । ଏପ୍ରିଲ ୭ରୁ ମେ ୧୨ ପର୍ଯ୍ୟନ୍ତ ୯ଟି ପର୍ଯ୍ୟାୟରେ ମତଦାନ କରାଯାଇଥିଲା । ମେ ୧୬ରେ ଭୋଟ ଗଣତି ହୋଇଥିଲା । ସେହିଭଳି ୨୦୧୯ ନିର୍ବାଚନ ତାରିଖ ମାର୍ଚ୍ଚ ୧୦ରେ ଘୋଷଣା ହୋଇଥିଲା ଏବଂ ଏପ୍ରିଲ ୧୧ରୁ ମେ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ମେ’ ୨୩ରେ ଭୋଟ୍ ଗଣତି ହୋଇଥିଲା ।
ଗତଥର ତୁଳନାରେ ଚଳିତଥର ତାରିଖ ଘୋଷଣାରେ ୬ ଦିନ ବିଳମ୍ବ ହୋଇଛି । ନିର୍ବାଚନ କମିଶନର ପଦରୁ ଅରୁଣ ଗୋୟଲଙ୍କ ଇସ୍ତଫା ଓ ନୂଆ ନିର୍ବାଚନ କମିଶନର ନିଯୁକ୍ତିରେ ବିଳମ୍ବ ଯୋଗୁ ତାରିଖ ଘୋଷଣା ବିଳମ୍ବ ହୋଇଥିଲା । ଗୁରୁବାର ପୂର୍ବତନ ଆଇଏଏସ୍ ଅଫିସର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନୂଆ ନିର୍ବାଚନ କମିଶନର ନିଯୁକ୍ତି ପରେ ନିର୍ବାଚନ ତାରିଖ ଘୋଷଣା ନେଇ ସୂଚନା ଦିଆଯାଇଛି ।
‘କଳା ଧନ ଫେରିବ ବୋଲି ଚିନ୍ତା’, ନିର୍ବାଚନୀ ବଣ୍ଡ୍ ରଦ୍ଦ ହେବା ଉପରେ କହିଲେ ଅମିତ୍ ଶାହ
ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇପାରେ । ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ, ଲୋକସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଏକସମୟରେ କରାଯିବ ନା ପୃଥକ ଭାବେ ହେବ ତାହା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଚଳିତଥର ଲୋକସଭାର ୫୪୩ ଆସନ ନିମନ୍ତେ ୭ କିମ୍ବା ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବାର ସମ୍ଭାବନା ରହିଛି । ଦେଶରେ ମୋଟ ୯୭ କୋଟି ମତଦାତା ରହିଛନ୍ତି । ଚଳିତଥର ୨ କୋଟି ନୂଆ ଭୋଟରଙ୍କୁ ଯୋଡାଯାଇଛି । ୨୦୧୯ ତୁଳନାରେ ଚଳିତବର୍ଷ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବଢ଼ିଛି । ନିର୍ବାଚନ ପାଇଁ ପ୍ରାୟ ୩ ଲକ୍ଷ ୪୦ ହଜାର କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ନିୟୋଜିତ କରାଯିବ । ସେଥିମଧ୍ୟରୁ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ଅଞ୍ଚଳରେ ୧.୫ ଲକ୍ଷରୁ ଅଧିକ ଯବାନଙ୍କୁ ନିୟୋଜିତ କରାଯିବ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କେତେକ ରାଜ୍ୟରେ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇସାରିଛି ।