ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ
ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପଣସପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଗଜପତି ପୋଲିସ। ଯାହା ଫଳରେ ଆଜି ଜିଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର ସାହୁ, […] The post ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ appeared first on Dharitri Odia News.
ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପଣସପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଗଜପତି ପୋଲିସ। ଯାହା ଫଳରେ ଆଜି ଜିଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର ସାହୁ, ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ୭ ପ୍ଲାଟୁନ୍ ପୋଲିସ ଫୋର୍ସ, ଅବକାରୀ ବିଭାଗ,ରାଜସ୍ବ ବିଭାଗ ସହ ବନ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲରେ ଆଜି ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୩୫ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ପାଖାପାଖି ୭୦୦୦୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇ ଥିବାବେଳେ ଆନୁମାନିକ ବଜାର ଦର ୭ କୋଟି ଟଙ୍କାରୁ ଊଦ୍ଧର୍ବ ହେବ ହେବ ବୋଲି ଗଜପତି ପୋଲିସ ପକ୍ଷରୁ ସୂଚନା ମିଳିଛି।
The post ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ appeared first on Dharitri Odia News.